ହାଇଦ୍ରାବାଦ: ଭାରତରେ ଲାଇଭ ହୋଇଛି ଆମାଜନ୍ର ପ୍ରଥମ ବ୍ଲାକ୍ ଫ୍ରାଇଡେ ସେଲ୍ (Black Friday Sale) । ଏହି ସେଲ୍ରେ ସ୍ମାର୍ଟଫୋନଗୁଡ଼ିକ ଉପରେ କମ୍ପାନୀ ଭଲ ରିହାତି ପ୍ରଦାନ କରୁଛି । ଏହି ବ୍ରାଣ୍ଡଗୁଡ଼ିକ ମଧ୍ୟରେ ଆପଲ୍, ସାମସଙ୍ଗ, ୱାନପ୍ଲସ ଓ ସାଓମି ସାମିଲ । ଏହାସହିତ ବ୍ୟାଙ୍କ ଡିସକାଉଣ୍ଟ ଓ ବିନା EMI ଅଫର ମଧ୍ୟ ମିଳୁଛି । ଆମାଜନ ନିର୍ଦ୍ଦିଷ୍ଟ ଡେବିଟ ଓ କ୍ରେଡିଟ୍ କାର୍ଡ (HDFC, IndusInd Bank, Bank of Baroda ଓ HSBC) ଉପରେ ମଧ୍ୟ 10% ଡିସକାଉଣ୍ଟ ଘୋଷଣା କରିଛି ।
ଆମାଜନ Black Friday sale: ସ୍ମାର୍ଟଫୋନ ଅଫର
1. ଆପଲ୍ ଆଇଫୋନ (Apple)
ଯେଉଁମାନେ ପାର୍ବଣ ଋତୁରେ ଆଇଫୋନ କିଣିପାରିନାହାନ୍ତି ସେମାନେ ଆମାଜନର ଏହି ସେଲ୍ର ଫାଇଦା ଉଠାଇପାରିବେ । ଆଇଫୋନ 16, ଆଇଫୋନ 16 ପ୍ରୋ ମଡେଲ ଉପରେ ବ୍ୟାଙ୍କ ଡିସକାଉଣ୍ଟ, ଏକ୍ସଚେଞ୍ଜ ଅଫର ଓ ବିନା ମୂଲ୍ୟରେ EMI ଅଫର ଦେଉଛି କମ୍ପାନୀ ।
ଆଇଫୋନ 16
- ଲଞ୍ଚ୍ ଦାମ: Rs 79,900
- ଅଫର ଦାମ: Rs 71,900
ଆଇଫୋନ 16 ପ୍ରୋ
- ଲଞ୍ଚ ଦାମ: Rs 119,900
- ଅଫର ଦାମ: Rs 112,900
ଆଇଫୋନ 15
- ସେଲିଂ ଦାମ: Rs 69,900
- ଅଫର ଦାମ: Rs 65,900
ଆଇଫୋନ 15 ପ୍ଲସ
- ସେଲିଂ ଦାମ: Rs 79,900
- ଅଫର ଦାମ: Rs 66,900
ଆଇଫୋନ 13
2. ସାମସଙ୍ଗ ଗାଲାକ୍ସି (Samsung)
ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗର ଗାଲାକ୍ସି S-ସିରିଜ ସ୍ମାର୍ଟଫୋନ ଉପରେ ମଧ୍ ରିହାତି ପ୍ରଦାନ କରୁଛି ଆମାଜନ । Galaxy S23 Ultraର ଦାମ Rs 79,999 ରହିଥିବା ବେଳେ 2023ରେ ଲଞ୍ଚ୍ ହୋଇଥିବା Galaxy S23 FEର ଦାମ Rs 124,999 ରହିଛି । ଏହାସହିତ Galaxy S24 Ultra, Galaxy S24 ଓ Galaxy S24 FE ଉପରେ ମଧ୍ୟ ରିହାତି ଦେଉଛି ଆମାଜନ ।
3. ୱାନପ୍ଲସ ସ୍ମାର୍ଟଫୋନ (OnePlus)
କମ୍ପାନୀର ଫ୍ଲାଗସିପ ସ୍ମାର୍ଟଫୋନ ୱାନପ୍ଲସ 12 ସିରିଜ ସହିତ ୱାନପ୍ଲସ ଓପେନ ଆପେକ୍ସ ଏଡିସନ ଫୋଲ୍ଡେବଲ ସ୍ମାର୍ଟଫୋନରେ ମଧ୍ୟ ରିହାତି ମିଳୁଛି ।
OnePlus Open Apex Edition
- ଲଞ୍ଚ ଦାମ: Rs 149,999
- ଅଫର ଦାମ: Rs 129,999
OnePlus 12
- ଲଞ୍ଚ ଦାମ: Rs 64,999
- ଅଫର ଦାମ: Rs 54,999
OnePlus 12r
- ଲଞ୍ଚ ଦାମ: Rs 39,999
- ଅଫର ଦାମ: Rs 32,999
ଅଫର ମିଳୁଥିବା ଅନ୍ୟ ବ୍ରାଣ୍ଡ:-
ଆପଲ୍, ସାମସଙ୍ଗ ଓ ୱାନପ୍ଲସ ବ୍ୟତୀତ ଅଫର ମିଳୁଥିବା ଅନ୍ୟ ବ୍ରାଣ୍ଡଗୁଡ଼ିକ ହେଉଛି ସାଓମି, ଆଇକୁ(iQOO), ଭିଭୋ, ରିଅଲମି, ମୋଟୋରୋଲା, ଲାଭା, ଅନର୍, ପୋକୋ, ଓପୋ । ସ୍ମାର୍ଟଫୋନ ବ୍ୟତୀତ ଆମାଜନ ଲ୍ୟାପଟପ୍, ୱେୟାରଲେସ୍ ବଡ୍ସ, ସ୍ମାର୍ଟଫୋନ ଉପକରଣ, ଗେମିଂ ଡିଭାଇସ, ସ୍ମାର୍ଟ ଟିଭି ଆଦିରେ ମଧ୍ୟ ଆକର୍ଷଣୀୟ ରିହାତି ପ୍ରଦାନ କରୁଛି ।