ETV Bharat / state

ସକାଳୁଆ ହେବ କଲେଜ, ବିଶ୍ୱବିଦ୍ୟାଳୟ କ୍ଲାସ୍ ଏବଂ ପରୀକ୍ଷା, ଆସିଲା ଏସଓପି - HIGHER EDUCATION DEPT ISSUED SOP

ସକାଳୁଆ ହେବ ଉଚ୍ଚଶିକ୍ଷା ଅନୁଷ୍ଠାନ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ କ୍ଲାସ ଓ ପରୀକ୍ଷା କରିବାକୁ ଏସଓପିରେ ଉଲ୍ଲେଖ।

Utkal University
Utkal University (ETV Bharat Odisha)
author img

By ETV Bharat Odisha Team

Published : Feb 18, 2025, 3:24 PM IST

ଭୁବନେଶ୍ୱର: ସକାଳୁଆ ହେବ ଉଚ୍ଚଶିକ୍ଷା ଅନୁଷ୍ଠାନ । ଏନେଇ ଏସଓପି ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ କ୍ଲାସ ଓ ପରୀକ୍ଷା କରିବାକୁ ଏସଓପିରେ ଉଲ୍ଲେଖ ରହିଛି । କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ବର୍ତ୍ତମାନ ସକାଳୁଆ ପଠପଢା ହେବ । ଦିନକୁ ଦିନ ଖରା ବଢୁଥିବାରୁ ଏବଂ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ । ଆଗକୁ ଗ୍ରୀଷ୍ମ ପ୍ରବାହ ବଢିବାର ଯଥେଷ୍ଟ ସମ୍ଭାବନା ଥିବାରୁ ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡିକ କ୍ଲାସ ଏବଂ ପରୀକ୍ଷାକୁ ସକାଳୁଆ କରିବାକୁ ନିର୍ଦ୍ଦେଶ ରହିଛି ।

Odisha Colleges Universities To Hold Morning Classes
Odisha Colleges Universities To Hold Morning Classes (ETV Bharat Odisha)
କଣ କହୁଛି ଏସଓପି:-
୧) ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡିକରେ କ୍ଲାସ୍ ଏବଂ ପରୀକ୍ଷାଗୁଡ଼ିକର ସମୟ ସକାଳ ସମୟରେ ଅନୁଷ୍ଠିତ ହେବ ବା ପୁନ ନିର୍ଦ୍ଧାରଣ କରାଯିବ୨) ଉତ୍ତାପକୁ ଦୃଷ୍ଟିରେ ରଖି କ୍ଲାସ ସୀମିତ କରିବା ଆବଶ୍ୟକ। ବିଶେଷ ଭାବରେ ଅପରାହ୍ନ ସମୟରେ ବାହ୍ୟ କାର୍ଯ୍ୟକଳାପ ସୀମିତ କରାଯିବା ଉଚିତ୩) ପାନୀୟ ଜଳର ବ୍ୟବସ୍ଥା ଏବଂ ORSର ଉପଲବ୍ଧତା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ନିଶ୍ଚିତ ହେବ୪) ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଭିତରେ ଥିବା କୂଅ / ପାଣି ପମ୍ପ ଗୁଡ଼ିକ ଆବଶ୍ୟକ ସ୍ଥଳେ ମରାମତି ହେବା ଜରୁରୀ୫) ପ୍ରାଥମିକ ସହାୟତା ପାଇଁ ବ୍ୟବସ୍ଥା ଆବଶ୍ୟକ ସ୍ଥଳେ ବ୍ୟବହାର ପାଇଁ କଲେଜ ଏବଂ ପରୀକ୍ଷା କେନ୍ଦ୍ରରେ ରଖାଯିବ ୬) ଅନୁଷ୍ଠାନର ମୁଖ୍ୟମାନେ ଉତ୍ତାପକୁ ସତର୍କତା ପଦକ୍ଷେପ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବେଦନଶୀଳ କରିବେ ୭) ନିଷ୍ପତ୍ତିର କାର୍ଯ୍ୟକାରିତା ଯାଞ୍ଚ ଏବଂ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍କ୍ୱାର୍ଡ ଗଠନ କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟକୁ ଚିଠି କରାଯାଇଛି ।


ଏହା ବି ପଢନ୍ତୁ- ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଏପ୍ରିଲ ୨ରୁ ସକାଳୁଆ ସ୍କୁଲ - Morning classes in Odisha - MORNING CLASSES IN ODISHA


ରାଜ୍ୟରେ ବଢିବ ତାତି !
ରାଜ୍ୟରେ ଆହୁରି ବଢିବ ତାତି । କଲବଲ ହେବେ ରାଜ୍ୟବାସୀ । ବଢିବ ତାପମାତ୍ରା, ସିଝିବେ ଲୋକେ । ଆଜିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ 2ରୁ 3 ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି । ତିନିଦିନ ଯାଏଁ ଏଥିରେ କୌଣସି ପରିବର୍ତ୍ତନ ହେବନାହିଁ। ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା 3 ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଆସନ୍ତା 19 ଓ 20 ତାରଖରେ ହାଲୁକା ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ତ୍ତମାନ ରାଜ୍ୟରେ କୌଣସି ନିୟାମକ ସକ୍ରିୟ ନଥିବା ବେଳେ ଆସନ୍ତା 3 ଦିନ ପାଇଁ କୌଣସି ଚେତାବନୀ ଜାରି ହୋଇନାହିଁ ।

ଏପ୍ରିଲରେ ହୁଏ ସକାଳୁଆ ସ୍କୁଲ-

ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ବୃଦ୍ଧିକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥାଏ ସକାଳୁଆ ସ୍କୁଲ । ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ସମୟରୁ ପାଠପଢ଼ା ଆରମ୍ଭ ହୋଇଥାଏ । ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ସକାଳ 7ଟାରୁ ପାଠପଢା ଆରମ୍ଭ ହୋଇଥିବା ବେଳେ ଦିନ 11.30 ପର୍ଯ୍ୟନ୍ତ ଚାଲିଥାଏ । ସେହିପରି ଅଙ୍ଗନବାଡ଼ିରେ ସକାଳ 7ରୁ ଦିନ 11ଟା ପର୍ଯ୍ୟନ୍ତ ପାଠପଢା ହୋଇଥାଏ । ଏହି ସମୟରେ ପାନୀୟ ଜଳ, ଓଆରଏସ୍ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ । ଜିଲ୍ଲାପାଳମାନେ ନିଜ ଜିଲ୍ଲାର ପାଗ ସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନେଇଥାନ୍ତି ।

ଭୁବନେଶ୍ୱର: ସକାଳୁଆ ହେବ ଉଚ୍ଚଶିକ୍ଷା ଅନୁଷ୍ଠାନ । ଏନେଇ ଏସଓପି ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ କ୍ଲାସ ଓ ପରୀକ୍ଷା କରିବାକୁ ଏସଓପିରେ ଉଲ୍ଲେଖ ରହିଛି । କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ବର୍ତ୍ତମାନ ସକାଳୁଆ ପଠପଢା ହେବ । ଦିନକୁ ଦିନ ଖରା ବଢୁଥିବାରୁ ଏବଂ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ । ଆଗକୁ ଗ୍ରୀଷ୍ମ ପ୍ରବାହ ବଢିବାର ଯଥେଷ୍ଟ ସମ୍ଭାବନା ଥିବାରୁ ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡିକ କ୍ଲାସ ଏବଂ ପରୀକ୍ଷାକୁ ସକାଳୁଆ କରିବାକୁ ନିର୍ଦ୍ଦେଶ ରହିଛି ।

Odisha Colleges Universities To Hold Morning Classes
Odisha Colleges Universities To Hold Morning Classes (ETV Bharat Odisha)
କଣ କହୁଛି ଏସଓପି:- ୧) ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡିକରେ କ୍ଲାସ୍ ଏବଂ ପରୀକ୍ଷାଗୁଡ଼ିକର ସମୟ ସକାଳ ସମୟରେ ଅନୁଷ୍ଠିତ ହେବ ବା ପୁନ ନିର୍ଦ୍ଧାରଣ କରାଯିବ୨) ଉତ୍ତାପକୁ ଦୃଷ୍ଟିରେ ରଖି କ୍ଲାସ ସୀମିତ କରିବା ଆବଶ୍ୟକ। ବିଶେଷ ଭାବରେ ଅପରାହ୍ନ ସମୟରେ ବାହ୍ୟ କାର୍ଯ୍ୟକଳାପ ସୀମିତ କରାଯିବା ଉଚିତ୩) ପାନୀୟ ଜଳର ବ୍ୟବସ୍ଥା ଏବଂ ORSର ଉପଲବ୍ଧତା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ନିଶ୍ଚିତ ହେବ୪) ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଭିତରେ ଥିବା କୂଅ / ପାଣି ପମ୍ପ ଗୁଡ଼ିକ ଆବଶ୍ୟକ ସ୍ଥଳେ ମରାମତି ହେବା ଜରୁରୀ୫) ପ୍ରାଥମିକ ସହାୟତା ପାଇଁ ବ୍ୟବସ୍ଥା ଆବଶ୍ୟକ ସ୍ଥଳେ ବ୍ୟବହାର ପାଇଁ କଲେଜ ଏବଂ ପରୀକ୍ଷା କେନ୍ଦ୍ରରେ ରଖାଯିବ ୬) ଅନୁଷ୍ଠାନର ମୁଖ୍ୟମାନେ ଉତ୍ତାପକୁ ସତର୍କତା ପଦକ୍ଷେପ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବେଦନଶୀଳ କରିବେ ୭) ନିଷ୍ପତ୍ତିର କାର୍ଯ୍ୟକାରିତା ଯାଞ୍ଚ ଏବଂ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍କ୍ୱାର୍ଡ ଗଠନ କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟକୁ ଚିଠି କରାଯାଇଛି ।


ଏହା ବି ପଢନ୍ତୁ- ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଏପ୍ରିଲ ୨ରୁ ସକାଳୁଆ ସ୍କୁଲ - Morning classes in Odisha - MORNING CLASSES IN ODISHA


ରାଜ୍ୟରେ ବଢିବ ତାତି !
ରାଜ୍ୟରେ ଆହୁରି ବଢିବ ତାତି । କଲବଲ ହେବେ ରାଜ୍ୟବାସୀ । ବଢିବ ତାପମାତ୍ରା, ସିଝିବେ ଲୋକେ । ଆଜିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ 2ରୁ 3 ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି । ତିନିଦିନ ଯାଏଁ ଏଥିରେ କୌଣସି ପରିବର୍ତ୍ତନ ହେବନାହିଁ। ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା 3 ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଆସନ୍ତା 19 ଓ 20 ତାରଖରେ ହାଲୁକା ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ତ୍ତମାନ ରାଜ୍ୟରେ କୌଣସି ନିୟାମକ ସକ୍ରିୟ ନଥିବା ବେଳେ ଆସନ୍ତା 3 ଦିନ ପାଇଁ କୌଣସି ଚେତାବନୀ ଜାରି ହୋଇନାହିଁ ।

ଏପ୍ରିଲରେ ହୁଏ ସକାଳୁଆ ସ୍କୁଲ-

ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ବୃଦ୍ଧିକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥାଏ ସକାଳୁଆ ସ୍କୁଲ । ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ସମୟରୁ ପାଠପଢ଼ା ଆରମ୍ଭ ହୋଇଥାଏ । ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ସକାଳ 7ଟାରୁ ପାଠପଢା ଆରମ୍ଭ ହୋଇଥିବା ବେଳେ ଦିନ 11.30 ପର୍ଯ୍ୟନ୍ତ ଚାଲିଥାଏ । ସେହିପରି ଅଙ୍ଗନବାଡ଼ିରେ ସକାଳ 7ରୁ ଦିନ 11ଟା ପର୍ଯ୍ୟନ୍ତ ପାଠପଢା ହୋଇଥାଏ । ଏହି ସମୟରେ ପାନୀୟ ଜଳ, ଓଆରଏସ୍ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ । ଜିଲ୍ଲାପାଳମାନେ ନିଜ ଜିଲ୍ଲାର ପାଗ ସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନେଇଥାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.