ଓଡିଶା

odisha

ETV Bharat / technology

ମଙ୍ଗଳରେ ଅଛି ପାଣି; 742ଲକ୍ଷ ପୁରାତନ ପଥର ଖଣ୍ଡରୁ ଖୁଲାସା - LIQUID WATER ON MARS

ମଙ୍ଗଳ ଗ୍ରହରେ ଜୀବନସତ୍ତା ସମ୍ଭବ । ଗ୍ରହରେ ପାଣି ଥିବା ପ୍ରମାଣ ମିଳିଛି । 742ଲକ୍ଷ ପୁରାତନ ପଥର ଖଣ୍ଡରୁ ଏହାର ପ୍ରମାଣ ମିଳିଛି । ଅଧିକ ପଢନ୍ତୁ

Lafayette Meteorite
ମଙ୍ଗଳ ଗ୍ରହରୁ ଆସି ପୃଥିବୀରେ ପଡ଼ିଥିବା ପଥର ଖଣ୍ଡ (Photo Credits: Purdue Brand Studio)

By ETV Bharat Tech Team

Published : Nov 22, 2024, 7:55 PM IST

ହାଇଦ୍ରାବାଦ: 11 ନିୟୁତ ବର୍ଷ ପୂର୍ବେ ମଙ୍ଗଳ ଗ୍ରହ ଉପରେ ଆଷ୍ଟେରଏଡ (Asteroid) ପ୍ରଭାବ ଯୋଗୁଁ ଏକ ବିସ୍ଫୋରଣ ହୋଇଥିଲା । ଫଳରେ ମଙ୍ଗଳ ଗ୍ରହରୁ କିଛି ପଥର ଖଣ୍ଡଗୁଡ଼ିକ ମହାକାଶରେ ଘୂରି ବୁଲିଥିଲା । ଯାହା ମଧ୍ୟରୁ ଗୋଟିଏ ଆମେରିକା ସ୍ଥିତ ପର୍ଡୁ ବିଶ୍ବବିଦ୍ୟାଳୟ ନିକଟରେ ପୃଥିବୀପୃଷ୍ଠରେ ପଡ଼ିଥିଲା । 1931 ମସିହାରେ ଆବିଷ୍କୃତ ହୋଇଥିବା ଏହି ପଥର ଖଣ୍ଡକୁ ଲାଫାୟେଟ୍ ମେଟେଓରାଇଟ୍ (Lafayette Meteorite) ଭାବରେ ଜଣାଶୁଣା । ପ୍ରାରମ୍ଭିକ ଅଧ୍ୟୟନରୁ ଜଣାପଡିଛି ଯେ ଏହା ମଙ୍ଗଳ ଗ୍ରହରେ ତରଳ ଜଳର ସଂସ୍ପର୍ଶରେ ଆସିଛି । ଏ ନେଇ ଜିଓକେମିକାଲ ପର୍ସପେକ୍ଟିଭ ଲେଟର୍ସ ପତ୍ରିକାରେ ପ୍ରକାଶିତ ହୋଇଛି ।

ପର୍ଡୁ ବିଶ୍ବବିଦ୍ୟାଳୟର ଭୂବିଜ୍ଞାନ, ବାୟୁମଣ୍ଡଳ ଏବଂ ଗ୍ରହ ବିଜ୍ଞାନ ବିଭାଗ (EAPS)ର ସହକାରୀ ପ୍ରଫେସର ତଥା ପ୍ରକାଶନର ମୁଖ୍ୟ ଲେଖକ ମରିସା ଟ୍ରେମ୍ବଲେ ପୃଥିବୀ ଓ ଅନ୍ୟ ଗ୍ରହଗୁଡ଼ିକର ଭୂପୃଷ୍ଠକୁ ପ୍ରଭାବିତ କରୁଥିବା ଭୌତିକ ଏବଂ ରାସାୟନିକ ପ୍ରକ୍ରିୟା ଅନୁସନ୍ଧାନ ପାଇଁ ହିଲିୟମ୍, ନିଅନ୍ ଏବଂ ଆର୍ଗନ୍ ଭଳି ଉତ୍କୃଷ୍ଟ ଗ୍ୟାସ୍ ବ୍ୟବହାର କରିଥିଲେ । ଟ୍ରେମ୍ବଲେ ଜାଣିବାକୁ ପାଇଛନ୍ତି ଯେ ମଙ୍ଗଳ ଗ୍ରହର ଏହି ଉଲକା ପିଣ୍ଡରେ କିଛି ଖଣିଜ ପଦାର୍ଥ ମିଳିଛି ଯାହାକି ମଙ୍ଗଳ ଗ୍ରହର ପୃଷ୍ଠରେ ତରଳ ଜଳ ସହିତ ପ୍ରତିକ୍ରିୟା କରିଛି ।

ଏହା ବି ପଢନ୍ତୁ
  1. ଆଉ ଦୂର ନୁହଁ ମଙ୍ଗଳ ଗ୍ରହ; 2028ରେ ମଣିଷକୁ ପଠାଇବାକୁ ଯୋଜନା କରୁଛନ୍ତି ଏଲନ
  2. Research On Mars: ମଙ୍ଗଳ ଗ୍ରହରେ ତରଳ ଜଳର ସନ୍ଧାନ ପାଇଲେ ବୈଜ୍ଞାନିକ
  3. ‘ବରଫ ଚାଦରରେ ଢାଙ୍କି ରହିଥିଲା ମଙ୍ଗଳ ଗ୍ରହ’

ମଙ୍ଗଳରେ କେଉଁଠୁ ଆସିଲା ଜଳ ?

ଟ୍ରେମ୍ବଲେଙ୍କ ଟିମ୍‌ ମଙ୍ଗଳ ଗ୍ରହର ଏହି ପିଣ୍ଡରେ ଲାଗିଥିବା ଖଣିଜ ପଦାର୍ଥଗୁଡିକୁ ଯାଞ୍ଚ କରି ଜାଣିବାକୁ ପାଇଥିଲେ ଯେ ଏଗୁଡ଼ିକ 742 ନିୟୁତ ବର୍ଷ ପୂର୍ବେ ଗଠନ ହୋଇଥିଲା । ଏହାସହ ସେହି ସମୟରେ ମଙ୍ଗଳ ପୃଷ୍ଠରେ ପ୍ରଚୁର ତରଳ ଜଳ ଥିଲା ବୋଲି ଟିମ ବିଶ୍ବାସ କରିନାହାଁନ୍ତି । କିନ୍ତୁ ଏହି ଜଳ ହୁଏତ ନିକଟସ୍ଥ ପର୍ମାଫ୍ରୋଷ୍ଟ (ମାଟି ତଳେ ବରଫ ଅବସ୍ଥାରେ ରହିଥିବା ଭୂମି) ତରଳିବା ଦ୍ବାରା ଆସିଥାଇପାରେ ।

ଏହା ପୂର୍ବରୁ ଅନେକ ପ୍ରକାଶନରେ ମଙ୍ଗଳ ଗ୍ରହରେ ଜଳ ଥିବାର ପ୍ରମାଣ ଦିଆଯାଇଛି । 2022ରେ ପ୍ରକାଶିତ ନେଚର୍ ଆଷ୍ଟ୍ରୋନେମି(Nature Astronomy) ପତ୍ରିକାରେ ମଧ୍ୟ ମଙ୍ଗଳରେ ଜଳ ଥିବା ନେଇ ଏକ ତଥ୍ୟ ପ୍ରକାଶ ପାଇଥିଲା । ସେହିପରି କିଛି ରିପୋର୍ଟରେ କୁହାଯାଇଛି ଯେ ମଙ୍ଗଳ ଗ୍ରହ ବରଫ ଦ୍ବାରା ଆଚ୍ଛାଦିତ ହୋଇଥିଲା । ସୂଚନା ଥାଉ କି ପୃଥିବୀ ଅନ୍ୟ ଗ୍ରହରେ ଜନବସତି ସ୍ଥାପନ ସମ୍ଭବ କି ନାହିଁ ସେ ଉପରେ ଗବେଷଣା ଜାରି ରହିଛି । ଏହାରି ମଧ୍ୟରେ ମଙ୍ଗଳ ଗ୍ରହରେ ପାଣିର ପ୍ରମାଣ ମିଳିବା ନିଶ୍ଚିତ ଶୁଭ ଖବର ହୋଇପାରେ ।

ABOUT THE AUTHOR

...view details