ଓଡିଶା

odisha

ETV Bharat / technology

Maruti Suzuki Dzire ଲଞ୍ଚ ତାରିଖର ଖୁଲାସା; ଜାଣନ୍ତୁ କେମିତି ରହିବ ଡିଜାଇନ

ନୂଆ ଜେନେରେସନ ମାରୁତି ସୁଜୁକି ଡିଜାୟାରର ଲଞ୍ଚ ତାରିଖର ଖୁଲାସା ହୋଇଛି । ତେବେ ଏହାର ଡିଜାଇନ କିପରି ରହିବ ଜାଣନ୍ତୁ...

2025 Maruti Suzuki Dzire
2025 Maruti Suzuki Dzire (Photo- Maruti Suzuki)

By ETV Bharat Tech Team

Published : 5 hours ago

ହାଇଦ୍ରାବାଦ:ମାରୁତି ସୁଜୁକି ଏହାର ହ୍ୟାଚବ୍ୟାକ୍ ମାରୁତି ସ୍ବିଫ୍ଟର ନୂତନ ଜେନେରେସନକୁ ଚଳିତ ବର୍ଷ ଲଞ୍ଚ କରିଥିଲା । ଏହା ପରେ କମ୍ପାନୀ ଖୁବଶୀଘ୍ର ଏହାର କମ୍ପାକ୍ଟ ସେଡାନ୍ ମାରୁତି ଡିଜାୟାରର ନୂତନ ଜେନେରେସନକୁ ଲଞ୍ଚ କରିବାକୁ ଯାଉଛି । ନୂଆ ଜେନେରେସନ ମାରୁତି ଡିଜାୟାରକୁ ଅନେକ ଥର ରାସ୍ତାରେ ଟେଷ୍ଟିଂ କରାଯାଇଥିବା ନେଇ ଦେଖିବାକୁ ମିଳିଛି ।

ଏବେ ଏହି କାରର ଲଞ୍ଚ ସମ୍ପର୍କରେ ସୂଚନା ଆସୁଛି ଯେ କମ୍ପାନୀ ନୂତନ 2025 ମାରୁତି ସୁଜୁକି ଡିଜାୟାରକୁ 11 ନଭେମ୍ବରରେ ଲଞ୍ଚ କରିପାରେ ଏବଂ ଏହାର ଦାମ ମଧ୍ୟ ଖୁଲାସା କରିପାରେ । ପୂର୍ବରୁ ଅନେକ ରିପୋର୍ଟରେ ଦୀପାବଳି ପରେ ନୂତନ ଜେନେରେସନ ମାରୁତି ଡିଜାୟାର ଲଞ୍ଚ କରାଯିବ ବୋଲି ଦାବି କରାଯାଇଥିଲା ।

ନୂଆ ଜେନେରେସନ Maruti Dzireର ଡିଜାଇନ:-

ସୂଚନାନୁସାରେ କମ୍ପାନୀ ବିଶେଷ କରି ଡିଜାଇନ୍ ଦୃଷ୍ଟିରୁ ନୂତନ ମାରୁତି ଡିଜାୟାର ସହିତ ପ୍ରିମିୟମ ରୁଟ୍‌ ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି । କମ୍ପାନୀ ଏହି କମ୍ପାକ୍ଟ ସେଡାନକୁ ଏକ ସ୍ବତନ୍ତ୍ର ପରିଚୟ ଦେବାକୁ ଯାଉଛି, ଯାହା ମାରୁତି ସ୍ବିଫ୍ଟ ହ୍ୟାଚବ୍ୟାକ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯିବ । ତଥାପି ଉଭୟ ମଡେଲରେ ଅନେକ ଜିନିଷ ସମାନ ଦେଖିବାକୁ ମିଳିପାରେ ।

ଏହା ବି ପଢନ୍ତୁ
  1. Maruti Suzukiର ସେପ୍ଟେମ୍ବରରେ ହେଲା ବମ୍ଫର ବିକ୍ରି; 1ମାସରେ ବିକିଲା ଲକ୍ଷାଧିକ କାର
  2. ମାର୍କେଟକୁ ଆସିଲା ମାରୁତି ସୁଜୁକି ସ୍ବିଫ୍ଟ CNG କାର; ମିଳିବ 32KMରୁ ଅଧିକ ମାଇଲେଜ୍‌
  3. ଚଳିତ ମାସର ଶେଷରେ ଲଞ୍ଚ ହେବାକୁ ଯାଉଛି 2ଟି ଦମଦାର କାର, ଜାଣନ୍ତୁ ଫିଚର୍ସ

ପରୀକ୍ଷଣ ସମୟରେ ସାମ୍ନାକୁ ଆସିଥିବା ଫଟୋଗୁଡ଼ିକ ଦେଖିଲେ ଜଣାପଡ଼େ ଯେ ନୂତନ ମାରୁତି ଡିଜାୟାରର ଡିଜାଇନରେ ଅନେକ ପରିବର୍ତ୍ତନ କରାଯାଇଛି । ଏଥିରେ ଏକ ଅଡି ପରି ନୋଜ, କିଛି କ୍ରୋମ୍ ଉପାଦାନ ସହିତ ବ୍ଲାକ୍-ଆଉଟ୍ ଭୂସମାନ୍ତର ଗ୍ରୀଲ୍, କଳା ବେଜେଲ୍ ସହିତ ସ୍ଲିମ୍ ହେଡଲାଇଟ୍ ଏବଂ ସ୍ପୋର୍ଟି ଲୁକ୍‌ ଦେଉଥିବା ଫ୍ରଣ୍ଟ ବମ୍ପର ରହିପାରେ । ଏହା ବ୍ୟତୀତ ନୂତନ ମାରୁତି ଡିଜାୟାରରେ ଥିବା ଡାଏମଣ୍ଡ କଟ୍‌ ଆଲଏ ହ୍ବିଲଗୁଡିକ ବର୍ତ୍ତମାନ ଥିବା ମାରୁତି ସ୍ବିଫ୍ଟଠାରୁ ଭିନ୍ନ ହେବ । ଏଥିରେ ନୂଆ ଏଲଇଡି ଟେଲ-ଲାଇଟ ଗୁଡିକରେ ଷ୍ଟାଇଲିସ୍ ଏଲଇଡି ଆଉଟଲାଇନ ରହିବ ।

2025 Maruti Dzire କଣ ରହିବ ଫିଚର ?

ଫିଚର ସମ୍ପର୍କରେ କହିଲେ ନୂତନ ମାରୁତି ଡିଜାୟାରରେ ସ୍ବିଫ୍ଟ ତୁଳନାରେ ସନରୁଫ୍‌ ମିଳିବ । ହେଲେ ଏହାର ଭିତର ଭାଗ ହ୍ୟାଚବ୍ୟାକ୍ ସହିତ ସମାନ ହେବ ବୋଲି ଆଶା କରାଯାଉଛି । କିନ୍ତୁ ଏକ ପ୍ରିମିୟମ୍ ଅନୁଭବ ପାଇଁ ଡ୍ୟାସବୋର୍ଡ ଏବଂ ଫ୍ଲୋରରେ ହାଲୁକା ସେଡ୍‌ସ ଦିଆଯିବ । ଏହା 9-ଇଞ୍ଚ ଫ୍ରି-ଷ୍ଟାଣ୍ଡିଂ ଟଚ ସ୍କ୍ରିନ୍, ସ୍ବୟଂଚାଳିତ ଜଳବାୟୁ ନିୟନ୍ତ୍ରଣ ଏବଂ 4.2-ଇଞ୍ଚ ଡିଜିଟାଲ୍ MID ସହିତ ଆନାଲଗ୍‌ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର ଭଳି ଫିଚର ପ୍ରଦାନ କରାଯାଇପାରେ ।

କିପରି ରହିବ ପାୱାରଟ୍ରେନ ?

ନୂତନ ମାରୁତି ଡିଜାୟାରର ବିଦ୍ୟମାନ ମାରୁତି ସ୍ବିଫ୍ଟର ସମାନ 1.2-ଲିଟର, 3-ସିଲିଣ୍ଡର Z- ସିରିଜ୍ ପେଟ୍ରୋଲ ଇଞ୍ଜିନ ବ୍ୟବହାର କରିପାରେ । ପରେ ଏହି ପେଟ୍ରୋଲ-ସିଏନଜି ବିକଳ୍ପ ସହିତ ବଜାରରେ ମଧ୍ୟ ଲଞ୍ଚ କରାଯାଇପାରେ । ଏହି ଇଞ୍ଜିନର ପେଟ୍ରୋଲ୍ ଭାରିଏଣ୍ଟରେ ସ୍ବୟଂଚାଳିତ ଗିଅରବକ୍ସର ବିକଳ୍ପ ଥିବାବେଳେ CNG ଚାଳିତ ଭାରିଏଣ୍ଟକୁ କେବଳ 5-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ଦିଆଯିବ । ଏହାର ବୁକିଂ ଆଗାମୀ ଦିନରେ ଖୁବଶୀଘ୍ର ଆରମ୍ଭ ହୋଇପାରେ ।

ABOUT THE AUTHOR

...view details