ହାଇଦ୍ରାବାଦ: ଦେଶର ରେଟ୍ରୋ-ମଡର୍ଣ୍ଣ ନିର୍ମାତା କମ୍ପାନୀ Royal Enfieldର Classic 350 ଭାରତୀୟ ବଜାରରେ ସବୁଠୁ ଲୋକପ୍ରିୟ ବାଇକ ମଧ୍ୟରୁ ଅନ୍ୟତମ । ଆଜି କମ୍ପାନୀ ପକ୍ଷରୁ ଭାରତରେ ଲଞ୍ଚ ହେବାକୁ ଯାଉଛି 2024 Royal Enfield Classic 350 ମଡେଲ୍ । ଏହାର ଲଞ୍ଚ ସହିତ ମୋଟର ସାଇକେଲର ବୁକିଂ ମଧ୍ୟ ଆରମ୍ଭ ହୋଇଯିବ । ବାଇକ ଲଭରଙ୍କଠାରୁ ଆରମ୍ଭ କରି ପୁରୁଷମାନେ ଏହି ବାଇକକୁ କିଣିବାକୁ ବେଶ ପସନ୍ଦ କରିଥାନ୍ତି । ତେବେ ଆପଣ ମଧ୍ୟ ଏହି ବାଇକକୁ କିଣିବାକୁ ଚାହୁଁଥିଲେ ଏହାର ଫିଚର୍ସ ସମ୍ପର୍କରେ ଜାଣି ନିଅନ୍ତୁ ।
ରୟାଲ ଏନଫିଲ୍ଡ କମ୍ପାନୀ ପକ୍ଷରୁ ଅଗଷ୍ଟ 12 ତାରିଖରେ ମୋଟର ସାଇକେଲର ଅପଡେଟେଡ ମଡେଲର ଉଦଘାଟନ କରିଥିଲା । କିନ୍ତୁ ଏହାର ଦାମ ସମ୍ପର୍କରେ କୌଣସି ସୂଚନା ଦିଆଯାଇନଥିଲା । ଆଜି ଏହାର ଲଞ୍ଚ ସାଙ୍ଗକୁ ପ୍ରାଇସ ସମ୍ପର୍କରେ ମଧ୍ୟ ଗ୍ରାହକଙ୍କୁ ଅବଗତ କରାଯିବ । Classic 350j 2024 ମଡେଲରେ ଅନେକ ଉନ୍ନତମାନର ଫିଚର୍ସକୁ ଯୋଗ କରାଯାଇଛି । କିନ୍ତୁ ଏହି ବାଇକରେ ମେକାନିକାଲ ଦୃଷ୍ଟିରୁ ସେପରି କୌଣସି ପରିବର୍ତ୍ତନ କରାଯାଇନାହିଁ ।
କଣ ହୋଇଛି ପରିବର୍ତ୍ତନ ?
ପୂର୍ବରୁ ଥିବା ବଲବ୍-ଟାଇପ ହେଡଲ୍ୟାମ୍ପ ଏବଂ ଟାଇଗର ଲ୍ୟାମ୍ପ ବଦଳରେ ନୂଆ ମଡେଲରେ ଏଲଇଡି ୟୁନିଟ୍ ବ୍ୟବହାର କରାଯାଇଛି । ଆଡଜଷ୍ଟେବଲ୍ କ୍ଲଚ୍ ଏବଂ ବ୍ରେକ୍ ଲିଭର ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି | ଏଲଇଡି ଟର୍ଣ୍ଣ ଇଣ୍ଡିକେଟର ଏହାର ଟପ୍-ସ୍ପେକ୍ ଭାରିଏଣ୍ଟରେ ଦେଖାଯିବ । Royal Enfieldର ନୂଆ କ୍ଲାସିକ 350 ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟରରେ ସେପରି କୌଣସି ପରିବର୍ତ୍ତନ କରାଯାଇନାହିଁ, କିନ୍ତୁ ଏହାର ଛୋଟ ଏଲସିଡି ଡିସପ୍ଲେରେ ଗିଅର ପୋଜିସନରେ ଇଣ୍ଡିକେଟରକୁ ସାମିଲ କରାଯାଇଛି । ଏହାସହିତ ବାଇକରେ USB-ସି ଚାର୍ଜିଂ ପୋର୍ଟ ସାମିଲ କରାଯାଇଛି ।
7 ନୂଆ କଲର୍ ଅପସନ:-