ଓଡିଶା

odisha

ରୟାଲ ଏନଫିଲ୍ଡ କ୍ଲାସିକ 350 ବାଇକ୍‌ କିଣିବେ କି ? ଜାଣିନିଅନ୍ତୁ ଏହି 5ଟି କଥା - 2024 Royal Enfield Classic 350

By ETV Bharat Tech Team

Published : Sep 2, 2024, 5:23 PM IST

2024 ROYAL ENFIELD CLASSIC 350: ଦେଶର ରେଟ୍ରୋ-ମଡର୍ଣ୍ଣ ମୋଟର ସାଇକେଲ କମ୍ପାନୀ ଫେଷ୍ଟିଭ ସିଜନକୁ ଆଖି ଆଗରେ ରଖି ଷ୍ଟାଇଲିସ ବାଇକ୍‌ ଲଞ୍ଚ କରିଛି । ଏବେ ବଜାରରେ ଉପଲବ୍ଧ ରୟାଲ ଏନଫିଲ୍ଡ କ୍ଲାସିକ 350 ବାଇକ୍‌ । ତେବେ ଯଦି ଆପଣ ଏହି ବାଇକ କିଣିବାକୁ ଚାହୁଁଛନ୍ତି ତେବେ ଏହାର ଫିଚର୍ସ କଣ ଓ କେତେ ଦାମ ଜାଣିନିଅନ୍ତୁ...

2024 ROYAL ENFIELD CLASSIC 350
2024 ROYAL ENFIELD CLASSIC 350 (ROYAL ENFIEL)

ହାଇଦ୍ରାବାଦ:ଆଉ କିଛି ଦିନ ଭିତରେ ଆରମ୍ଭ ହୋଇଯିବ ଫେଷ୍ଟିଭ ସିଜନ । ଏହାକୁ ଆଖି ଆଗରେ ରଖି ସ୍ବଦେଶୀ ବାଇକ ନିର୍ମାତା କମ୍ପାନୀ ରୟାଲ ଏନଫିଲ୍ଡ ଏକ ଷ୍ଟାଇଲିସ ବାଇକ ଲଞ୍ଚ କରିଛି । ଏହାର ରେଟ୍ରୋ-ମଡର୍ଣ୍ଣ ଲୁକ୍‌ ବାଇକ ଲଭରଙ୍କୁ ବେଶ ଆକର୍ଷିତ କରୁଛି । କମ୍ପାନୀ ଏହି ଅପଡେଟେଡ ମୋଟର ସାଇକେଲକୁ 2ଲକ୍ଷ ଟଙ୍କାରେ ବିକ୍ରି କରୁଛି । ଯଦି ଆପଣ ଏହି ପୂଜା ଅଫର ସମୟରେ ଏହାକୁ କିଣିବାକୁ ଚାହୁଁଛନ୍ତି ତେବେ ଏହାର କଣ କଣ ଖାସ କଥା ରହିଛି ଜାଣି ନିଅନ୍ତୁ ।

2024 ROYAL ENFIELD CLASSIC 350 (Royal Enfield)

ନୂଆ କଲର୍‌ ଅପସନ ସହିତ ନୂଆ ଡିଜାଇନ:-

ଏହି ବାଇକର ଡିଜାଇନ ଉପରେ ନଜର ପକାଇଲେ 2024 Royal Enfield Classic 350 ଡିଜାଇନରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହାକୁ ପୁରୁଣା ମଡେଲ ପରି ରଖାଯାଇଛି । ଏଥିରେ ଗୋଲ୍‌ ହେଡଲାଇଟ ସହିତ ଛୋଟ ସିଟ୍‌ ସହିତ ପୁରା ରେଟ୍ରୋ ଲୁକ୍‌ରେ ନିର୍ମାଣ କରାାଇଛି । ବାଇକରେ ନୂଆ କଲର ଅପସନ ଯେପରିକି ଏମରାଲ୍ଡ, ଜୋଧପୁର ବ୍ଲୁ, କମାଣ୍ଡୋ ସ୍ୟାଣ୍ଡ, ରେଡ୍‌, ମେଡୋଲିଅନ ବ୍ରୋଞ୍ଜ, ସ୍ୟାଣ୍ଡ ଗ୍ରେ ଓ ଷ୍ଟିଲ୍‌ଥ ବ୍ଲାକ୍‌ କଲର ରଖାୟାଇଛି ।

2024 ROYAL ENFIELD CLASSIC 350 (Royal Enfield)

କଣ ନୂଆ ଫିଚର୍ସ ?

କମ୍ପାନୀ ଏହି ବାଇକରେ ପୁରୁଣା ଡିଜାଇନ ରଖିଛି, କିନ୍ତୁ Classic 350ରେ ନୂଆ ଫିଚର୍ସ ରହିଛି । ଏହି ଫିଚର ମଧ୍ୟରେ ଏଲଇଡି ହେଡଲାଇଟ୍ସ, ପୋଜିସନ ଲାଇଟସ, ଗିଅର ପୋଜିସନ ଇଣ୍ଡିକେଟର ଓ USB ସି ଚାର୍ଜିଂ ପୋର୍ଟ ସାମିଲ । ଏହା ବ୍ୟତୀତ ABS ସେଫ୍ଟି ଫିଚର ମଧ୍ୟ ପ୍ରଦାନ କରିଛି ।

ଇଞ୍ଜିନରେ ହୋଇନି କୌଣସି ପରିବର୍ତ୍ତନ:-

2024 Royal Enfield Classic 350ର ଇଞ୍ଜିନରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏଥିରେ ସେହି ପୁରୁଣା 349cc, ସିଙ୍ଗଲ ସିଲିଣ୍ଡର, J-ସିରିଜି ଇଞ୍ଜିନ ପ୍ରଦାନ କରାଯାଇଛି । ଏଥିରେ 6,100rpm ଉପରେ 20.2bhp ପାୱାର ଓ 4,000rpm ଉପରେ 27Nmର ଟର୍କ ପ୍ରଦାନ କରାଯାଇଛି । ଏହାକୁ 5-ସ୍ପିଡ ଗିଅର ବକ୍ସ ସହିତ ଯୋଡ଼ାଯାଇଛି ।

2024 ROYAL ENFIELD CLASSIC 350 (Royal Enfield)

ହାର୍ଡୱେୟରରେ ହାଲକା ପରିବର୍ତ୍ତନ:-

2024 Royal Enfield Classic 350ର ନୂଆ ଫିଚର୍ସ ଓ ଏହାସହିତ ଆଡଜଷ୍ଟେବଲ କ୍ଲଚ ଏବଂ ବ୍ରେକ ଲିଭର ଯୋଡ଼ା ଯାଇଛି । ଏହାବାଦ ଡବଲ୍ କ୍ରେଡଲ୍ ଫ୍ରେମ୍, ଡୁଆଲ୍ ରିଅର ସ୍ପ୍ରିଙ୍ଗ ସହିତ ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫଙ୍କସ୍, ଟ୍ୟୁବ୍ ଟାୟାର ସହିତ ସ୍ପକ୍ ହ୍ବିଲ ଏବଂ ଏହାର ବ୍ରେକିଂ ହାର୍ଡୱେର୍ ଅପରିବର୍ତ୍ତିତ ରଖାୟାଇଛି ।

ଦାମରେ ସଂଶୋଧନ:-

ସବୁଠୁ ଖାସ କଥା ଏହି ବାଇକର ଦାମରେ ରହିଛି । 2024 Classic 350ରେ କିଛିଟା ପରିବର୍ତ୍ତନ କରାଯାଇଛି । ଏହାସହିତ ନୂଆ କଲର ଅପସନ ପ୍ରଦାନ କରାଯାଇଛି । ଏଥିଲାଗି କମ୍ପାନୀ ଏହି ବାଇକକୁ 2ଲକ୍ଷରୁ 2.30ଲକ୍ଷ ମଧ୍ୟରେ ଲଞ୍ଚ କରିଛି । ଧ୍ୟାନ ଦେବା କଥା ହେଉଛି ଏହି ନୂଆ ମଡେଲ ନିଜର ପୁରୁଣା ମଡେଲଠାରୁ 7ହଜାର ଟଙ୍କା ଅଧିକ ରହିଛି । ବଜାରରେ ଏହି ମଡେଲ Honda H'ness CB350 ଓ Jawa 350କୁ ଟକ୍କର ଦେଉଛି ।

ଏହା ବି ପଢନ୍ତୁ- ବନ୍ୟା ଅଞ୍ଚଳ ପାଇଁ ବରଦାନ; ପାଣି ଭର୍ତ୍ତି ରାସ୍ତାରେ ବି ସହଜରେ ଗଡ଼ିବ ଏହି କାର - Best Cars for Flood Affected Areas

ABOUT THE AUTHOR

...view details