ଓଡିଶା

odisha

ETV Bharat / state

ଟ୍ରେନ ଟ୍ରାକରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଟ୍ରେନ ଟ୍ରାକରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ସେପଟେ ପ୍ରେମିକାଙ୍କ ପରିବାର ଲୋକଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ।

By ETV Bharat Odisha Team

Published : 5 hours ago

Dead Body Found
Dead Body Found (ETV Bharat Odisha)

ଭୁବନେଶ୍ବର:ଟ୍ରେନ ଟ୍ରାକରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେ ହ। ମୃତ ଯୁବକ ରଙ୍ଗମିସ୍ତ୍ରୀ ଭାବେ କାମ କରୁଥିବାବେଳେ ତାଙ୍କ ପ୍ରେମିକା ଗୋଆର ଏକ ବାରରେ କାମ କରୁଥିଲେ । ସେପଟେ ଟଙ୍କା ନେଣଦେଣକୁ ନେଇ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକଙ୍କର ଏହି ହତ୍ୟାକାଣ୍ଡ ପଛରେ ହାତ ଥିବା ଅଭିଯୋଗ ଆଣିଛନ୍ତି ଯୁବକଙ୍କ ପରିବାର ।


ମୃତ ଯୁବକଙ୍କ ନାଁ ନିରଞ୍ଜନ ସାହୁ (ବୟସ ୨୩ବର୍ଷ) । ମୃତକ ଡୁମୁଡୁମା ରଘୁନାଥ ନଗର ବସ୍ତିର ବାସିନ୍ଦା ବୋଲି ଜଣାପଡ଼ିଛି । ସେ ରଙ୍ଗମିସ୍ତ୍ରୀ ଭାବେ କାମ କରୁଥିଲେ । ସକାଳୁ ସକାଳୁ ସରକନ୍ତରା ଲେଭେଲ କ୍ରସିଂରେ ଟ୍ରେନ ଟ୍ରାକରୁ ତାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିଲା । ଗତକାଲି (ବୁଧବାର) ରାତିରୁ ପୁଅ ଘରେ ନଥିବାବେଳେ ସକାଳୁ ମୃତଦେହ ମିଳିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ନିରଞ୍ଜନଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ଭାଇ। ନିରଞ୍ଜନଙ୍କ ଭାଇ କହିଛନ୍ତି, "ଗତକାଲି ସନ୍ଧ୍ୟାରେ ନିରଞ୍ଜନଙ୍କ ପ୍ରେମିକା ଓ ତାଙ୍କର ପରିବାରଲୋକେ ଆସି ଘରେ ଧମକାଇଥିଲେ। ହତ୍ୟା ଦମକ ଦେବା ସହ ଟଙ୍କା ମଧ୍ୟ ମାଗିଥିଲେ। ଟଙ୍କା ନଦେଲେ ଜୀବନରୁ ମାରିଦେବାର ଧମକ ଦେଇଥିଲେ‌। ଏପରିକି ଆଗକୁ ଭଉଣୀଙ୍କ ବିବାହ ଥିବାବେଳେ ବାହାଘର ଭାଙ୍ଗିବାର ଧମକ ମଧ୍ୟ ଦେଇଥିଲେ ।"

Dead Body Found (ETV Bharat Odisha)

ଏହା ବି ପଢନ୍ତୁ...‘ସ୍ବାମୀଙ୍କ ହାତରେ ମୋ ହାତ ରଖି ଅନ୍ତିମ ସଂସ୍କାର କରିବ’: ଜୀବନ ହାରିଲେ ସେନା ଅଧିକାରୀ ଦମ୍ପତି

ଏହା ବି ପଢନ୍ତୁ...ଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀକୁ କରିଥିଲା ହତ୍ୟା, ଆଜୀବନ କାରଦଣ୍ଡ ଶୁଣାଇଲେ କୋର୍ଟ

ଏହା ବି ପଢନ୍ତୁ...ଭାଇଗିରିରୁ ୧୬ ବର୍ଷୀୟ ନାବାଳକକୁ ହତ୍ୟା ! ମୃତଦେହ ରଖି ଥାନା ଘେରିଲେ ପରିବାର

ଏହା ମଧ୍ୟ ପଢ଼ନ୍ତୁ...ପୁଣି ସନ୍ଦେହଘେରରେ ପୋଲିସ ! କନ୍ଧମାଳ ଜ୍ୟେଷ୍ଠ ବଣ୍ଡକି ମୃତ୍ୟୁ ମାମଲାରେ ଡିଜିପିଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ - Jyestha Bondaki death case

ନିରଞ୍ଜନଙ୍କ ଭାଇ ଆହୁରି ଅଭିଯୋଗ କରିଛନ୍ତି, "ଭାଇ ତା' ପ୍ରେମିକା ଘରେ ଅଧିକାଶ ସମୟ ରୁହେ‌ । ସମ୍ପୃକ୍ତ ଯୁବତୀ ଏକ ବାର ଡ୍ୟାନ୍ସର ଭାବେ କାମ କରନ୍ତି । ତେଣୁ ଏସବୁ ପ୍ରେମ ପାଇଁ ନୁହେଁ, ବରଂ ଟଙ୍କା କାରବାରକୁ ନେଇ ହତ୍ୟା କରାଯାଇଥାଇପାରେ ।" ଏନେଇ ମୃତକଙ୍କ ପରିବାର ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଜିଆରପି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସେପଟେ ପ୍ରେମିକା ପାଲଟା ଅଭିୟୋଗ ଆଣି ନିରଞ୍ଜନ ଟଙ୍କା ଫେରାଇନଥିବା କଥା କହିଥିବା ଜଣାପଡ଼ିଛି।

Dead Body Found (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details