ଓଡିଶା

odisha

By ETV Bharat Odisha Team

Published : Mar 15, 2024, 9:47 PM IST

ETV Bharat / state

ମାଲକାନଗିରିରେ ଆତ୍ମସମର୍ପଣ କଲେ ଛତିଶଗଡର ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ

Maoists Surrendered: ଆଜି ମାଲକାନଗିରି ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଅଧିକ ପଢ଼ନ୍ତୁ,

ଆତ୍ମସମର୍ପଣ କଲେ ଛତିଗଡର ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ
ଆତ୍ମସମର୍ପଣ କଲେ ଛତିଗଡର ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ

ଆତ୍ମସମର୍ପଣ କଲେ ଛତିଗଡର ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି: ଆଜି ମାଲକାନଗିରି ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନା ଏବଂ ମାଲକାନଗିରି SP ନିତେଶ ୱଦବାନିଙ୍କ ଉପସ୍ଥିତିରେ ସେମାନେ ଆତ୍ମସମର୍ପଣ କରିଛନ୍ତି । ଯାହାର ସୂଚନା ଡିଆଇଜି ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ଦେଇଛନ୍ତି ।

ସୀମାନ୍ତ ଛତିଶଗଡରେ ମାଓ ଦମନ ହେତୁ ମାଲକାନଗିରି ମୁହାଁ ହୋଇଥିଲେ କ୍ୟାଡର ମାଓବାଦୀ l ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀ କାଡତି ହୁଡ଼ା, କିସତାରାମ ଏରିଆ କମିଟିରେ କାର୍ଯ୍ୟ କରୁଥିଲେ। ଏମାନେ ୨୦୦୧ ମସିହାରୁ ମାଓ ସଂଗଠନରେ କାର୍ଯ୍ୟରତ ଥିଲେ। ଏହା ସହ ଗଙ୍ଗା କର୍ତ୍ତମୀ ଦକ୍ଷିଣ ବସ୍ତର ଏରିଆ କମିଟିରେ ମଧ୍ୟ ୨୦୦୧ ମସିହାରୁ ମାଓ ସଂଗଠନରେ ସାମିଲ ରହିଥିଲେ l ଉଭୟ ଛତିଶଗଡ଼ ଏବଂ ଓଡ଼ିଶାରେ ବହୁତ ବଡ଼ ବଡ଼ ମାଓ ହିଂସା ଘଟଣାରେ ଦୁହେଁ ସାମିଲ ରହିଥିଲେ l ମାଓବାଦୀ ମାନେ ନିଜର ମାଓ ଆଦର୍ଶରୁ ଓହରି ଯାଇ ହତ୍ୟା, ରାହାଜାନି ଏବଂ ବିକାଶର ବାଧା ସୃଷ୍ଟି କରୁଛନ୍ତି l ଏଣୁ ମାଓବାଦୀଙ୍କ ହାତ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ନିଷ୍ପତ୍ତି ନେଇଛନ୍ତି ଏହି ୨ କ୍ୟାଡର ମାଓବାଦୀ l

ଏହା ମଧ୍ୟ ପଢ଼ନ୍ତୁ.... କୋଟଗଡ଼ରେ ଯବାନ-ମାଓବାଦୀ ଗୁଳି ବିନିମୟ: ମାଓ କ୍ୟାମ୍ପ ଧ୍ୱଂସ, ଛତ୍ରଭଙ୍ଗ ଦେଲେ ଲାଲବାହିନୀ

ଜିଲ୍ଲାରେ ମାଓ ଦମନ ନିମନ୍ତେ ଗୁଇନ୍ଦା ଏବଂ BSF, SOG, DVF ବାହିନୀ ମିଳିତ ଅପରେସନ ଜାରି ରଖିଛନ୍ତି l ଏଣୁ ବିକାଶର ଧାରାରେ ବାଧା ସୃଷ୍ଟି ନକରି ପଥଭ୍ରଷ୍ଟ ହୋଇ ମାଓ ସଂଗଠନରେ ସାମିଲ ହୋଇ ହିଂସାର ମାର୍ଗକୁ ଆପଣେଇଥିବା ଯୁବକ ଯୁବତୀ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ନହେବାକୁ DIG ଆହ୍ବାନ କରିଛନ୍ତି l ଉଭୟଙ୍କ ଉପରେ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା l ତେବେ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଥଇଥାନ ନୀତି ଅନୁଯାୟୀ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।

ଗତ ୧୦ ତାରିଖରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ SOG ଯବାନ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । କୁମ୍ବିଂ ଅପେରସନ ଚାଲିଥିବା ସମୟରେ ମାଓବାଦୀ ମାନଙ୍କ ସହିତ ମୁହାଁମୁହିଁ ହେଲେ ଯବାନ । SOG ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଥିଲା । ପ୍ରାୟ 15ରୁ 20 ମିନିଟ ଧରି ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଯବାନମାନେ ମାଓ କ୍ୟାମ୍ପ ଧ୍ବଂସ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲେ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details