ଓଡିଶା

odisha

By ETV Bharat Odisha Team

Published : Jul 20, 2024, 9:56 PM IST

ETV Bharat / state

ବଦଳିବ ନାକ୍‌ ନିୟମ; ଉଠିବ ଗ୍ରେଡେସନ୍, ଲାଗୁ ହେବ ଲେଭଲ ମାନ୍ୟତା - NAAC Accreditation System

NAAC Introduces New Accreditation System: ବଦଳିବ ନାକ୍‌‌ (NAAC) ମାନ୍ୟତା ନିୟମ । ଗ୍ରେଡେସନ୍ ବ୍ୟବସ୍ଥା ଉଠି ଲାଗୁ ହେବ ଲେଭଲ ମାନ୍ୟତା । ଅଧିକ ପଢ଼ନ୍ତୁ

NAAC Accreditation System
NAAC Accreditation System (ETV Bharat Odisha)

ଭୁବନେଶ୍ବର:ବଦଳିବ ନ୍ୟାସନାଲ ଆସେସ୍‌‌ମେଣ୍ଟ ଆଣ୍ଡ ଆକ୍ରିଡେସନ୍‌‌ କାଉନସିଲ୍‌‌ (ନାକ୍‌, NAAC) ନିୟମ । ହଟିବ ଗ୍ରେଡ ବ୍ୟବସ୍ଥା, ଲାଗୁ ହେବ ଲେଭଲ ମାନ୍ୟତା । ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକ ନାକ୍‌ ଅଧିନସ୍ଥ ହେବା ପାଇଁ ମାନଦଣ୍ଡ ସହଜ ହେବ । ସେପ୍ଟେମ୍ବର ୧୬ ସୁଦ୍ଧା ଲାଗୁ ହେବ ବାଇନାରୀ ଆକରିଗ୍ରେଡେସନ ବ୍ୟବସ୍ଥା । ଦେଶର ୯୦ ପ୍ରତିଶତରୁ ଅଧିକ କଲେଜ ଓ ବିଶ୍ୱବିଦ୍ୟାଳୟକୁ ନାକ ଅଧିନସ୍ଥ ଆଣିବା ପାଇଁ ପ୍ରୟାସ । ଏଣିକି ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକରେ ସ୍ୱକୃତି ଓ ଅଣ ସ୍ୱୀକୃତି ମାନ୍ୟତା ପାଇଁ ନାକ୍‌‌ରେ ଆବେଦନ କରିବେ ।

NAAC Introduces New Accreditation System (ETV Bharat Odisha)

ନାକ୍ ମାନ୍ୟତା ପାଇବା ଏଣିକି ହେବ ସହଜ । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ଏଥର ଗ୍ରେଡ ନୁହେଁ ପାଇବେ ଲେଭଲ । ବାଇନାରୀ ଆକରିଗ୍ରେଡସନ ଖୁବ ଶୀଘ୍ର ହେବ ଲାଗୁ । ସେପ୍ଟେମ୍ବର ୧୬ ସୁଦ୍ଧା ଲାଗୁ ହେବ ନିୟମ । ଅର୍ଥାତ କଲେଜ କିମ୍ବା ବିଶ୍ୱବିଦ୍ୟାଳୟ ଏଥର ପ୍ରଥମେ ନାକ ସ୍ୱୀକୃତି ନା ଅଣ ସ୍ୱୀକୃତି ସେ ନେଇ ଯାଞ୍ଚ ହେବ । ତେବେ ପୂର୍ବରୁ ବିଶ୍ୱବିଦ୍ୟାଳୟ A++, ( A double plus ), A+, B++, B+, C++, C+ ଏଭଳି କିଛି ଗ୍ରେଡ ପାରାମିଟର ଅନୁଯାୟୀ ହାତଉଥିଲେ । କିନ୍ତୁ ଏଥର ଲେଭଲ ୧ରୁ ଲେଭଲ ୫ ପର୍ଯ୍ୟନ୍ତ ମାନ୍ୟତା ମିଳିବ । ଯେଉଁ ବିଶ୍ୱବିଦ୍ୟାଳୟ ଲେଭଲ ୫ ପାଇବ ଅର୍ଥାତ ତାହା ସବୁଠୁ ଉତ୍କର୍ଷ ବା ତାହାକୁ Global Excellence For Multidisciplinary Research & Education ବୋଲି ବିବେଚନା କରାଯିବ ।

NAAC Accreditation System (ETV Bharat Odisha)

ଏହା ମଧ୍ୟ କୁହାଯାଇଛି ଯେ, ପୂର୍ବରୁ ଯେଉଁମାନେ ଗ୍ରେଡ ଆଧାରରେ ନାକ ମାନ୍ୟତା ପାଇଛନ୍ତି ସେହି ହିସାବରେ ୫ ବର୍ଷ ତାହା ବଲବତ୍ତର ରହିବ । ପରେ ନୂଆ ଫର୍ମାଟ ଅର୍ଥାତ ଲେଭଲ ପାଇଁ ଆବଦେନ କରିପାରିବେ । ଗ୍ରେଡ ବଦଳରେ ଲେଭଲ ମାନ୍ୟତା କରାଗଲେ ଦେଶର ୯୦ ପ୍ରତିଶତ କଲେଜ ଓ ବିଶ୍ୱ ବିଦ୍ୟାଳୟ ନାକ୍‌ ମାନ୍ୟତା ପାଇଁ ଆବଦେନ କରିବା ସହଜ ହେବା ନେଇ କହିଛନ୍ତି ନାକର ଚେୟାରମ୍ୟାନ ପ୍ରଫେସର ଅନୀଲ ସହସ୍ରବୁଦ୍ଧେ ।

NAAC Accreditation System (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ....NEET UG 2024 ରେଲଜ୍ଟ ପ୍ରକାଶ, ଜାଣନ୍ତୁ କେଉ ଓ୍ବେବସାଇଟରୁ ପାଇବେ ଫଳ - NEET UG 2024 Result Out

ଦେଶରେ ୧ ହଜାର ୨୦୦ ବିଶ୍ୱବିଦ୍ୟାଳୟରୁ ୩୦ ପ୍ରତିଶତ ଏବଂ ୫୦ ହଜାର କଲେଜରୁ ୧୫ ପ୍ରତିଶତ କଲେଜ ଏବେ ପର୍ଯ୍ୟନ୍ତ ନାକ୍ ମାନ୍ୟତା ପାଇଛନ୍ତି । ତଥ୍ୟ ଅନୁସାରେ ଓଡିଶା ଜାତୀୟ ହାରଠାରୁ ଭଲ ପ୍ରଦର୍ଶନ କରିଛି । ଓଡ଼ିଶାରେ ୩୭ ବିଶ୍ୱବିଦ୍ୟାଳୟରୁ ୧୮ଟି ନାକ ମାନ୍ୟତା ପାଇଥିବା ବେଳେ ୧୩ ଶହ କଲେଜରୁ ୩୧୧ କଲେଜ ମାନ୍ୟତା ହାତେଇଛି । ୧୯୯୪ ମସିହାରୁ ହୋଇ ଆସୁଥିବା ଗ୍ରେଡେସନ୍ ହଟି ଏଥର ଲେଭଲ ମାନ୍ୟତା ଆରମ୍ଭ ହେବ । ନୂଆ ପାରାମିଟର ମଧ୍ୟ ସେଟ କରାଯିବ । ନୂଆ ସିଷ୍ଟମରେ ଏଥର ବିଶ୍ୱବିଦ୍ୟାଳୟ ଓ କଲେଜର ମାନ୍ୟତା ମାପିବାକୁ ନାକ୍‌ ଟିମ ଆସିବେ ନାହିଁ । ଅନ ଲାଇନ ଡ଼କ୍ୟୁମେଣ୍ଟ ମାଧ୍ୟମରେ ଯାଞ୍ଚ ହେବ । ଯଦି ଟିମକୁ ସନ୍ଦେହ ହୁଏ ତେବେ ଭିଜିଟରେ ଆସିବେ ବୋଲି କହିଛନ୍ତି ନାକ୍‌ର ନିର୍ଦ୍ଦେଶକ ଡ଼.ଗଣେଶନ କାନାବିରାନ । ଏହା ଏକ ଉତ୍ତମ ମର୍ଗଦର୍ଶୀକା ବୋଲି ପ୍ରତିକ୍ରିୟା ରଖିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ । ତେବେ ନାକ୍‌ର ଏଭଳି ନୂଆ ପ୍ରୟାସ ମାଧ୍ୟମରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକମାନ ପାଠପଢା ଜାରି ରହିବା ସହ ସମସ୍ତେ ଗୋଟିଏ ପ୍ଲାଟଫର୍ମରେ ଆସିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details