ମେଷ: ଆପଣ ଆଜି ଉଦାସୀନ ଓ ଚିନ୍ତିତ ହୋଇପାରନ୍ତି । ଆପଣଙ୍କ ସମ୍ପର୍କ ଅଧିକ ଭଲ କରିବା ପାଇଁ ଆପଣ ନିଜର ସାଧାରଣ ପଥରୁ ଅଲଗା ହେବେ । ଆପଣଙ୍କ ପାଇଁ ଆପଣଙ୍କ ପ୍ରତିବଦ୍ଧତା ଭବିଷ୍ୟତ ପାଇଁ ନିବେଶ । ଆଜି ଅନେକ ସାମାଜିକ କାର୍ଯ୍ୟ ସାଙ୍ଗ ଓ ବନ୍ଧୁ ମାନଙ୍କ ସହ କରିବେ । ବଣଭୋଜି ଅଥବା ଦର୍ଶନୀୟ ସ୍ଥଳ ପରିଦର୍ଶନରେ ଯିବେ । କୌଣସି ନମିଳିବା ସ୍ଥାନରୁ ଆର୍ଥିକ ଲାଭର ସମ୍ଭାବନା ଅଛି । ସନ୍ତାନ ମଧ୍ୟ ଅନେକ ସାହାଯ୍ୟ କରିବେ ।
ବୃଷ: ଆପଣଙ୍କ ପ୍ରେମ ଜୀବନରେ ଗ୍ରହଣଶୀଳତା ଓ ସମ୍ଵେଦନଶୀଳତାର ବହୁତ ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ, ଆପଣଙ୍କ ନକାରାତ୍ମକତା ମଧ୍ୟବର୍ତ୍ତୀ ସ୍ତରର ଫଳାଫଳ ଦେଇପାରେ । ଚାକିରି କ୍ଷେତ୍ରରେ ଉନ୍ନତି, ପଦୋନ୍ନତି ତଥା ବାଃ ବାଃ ପାଇବା ପାଇଁ ଆଗେଇବେ । ବିବାହିତ ଲୋକଙ୍କ ବୈବାହିକ ଜୀବନ ସୁଖମୟ ହେବ । ବ୍ୟବସାୟୀମାନେ କର୍ମକ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିବ । ଖର୍ଚ୍ଚାନ୍ତର ବଢିପାରେ । ଏଣୁ ଜଗିରଖି ଚଳନ୍ତୁ ।
ମିଥୁନ: ଭାବନାତ୍ମକ ଓ ସାମଗ୍ରୀକ ସୁରକ୍ଷାର ଆଜି ସମାନ ଗୁରୁତ୍ଵ ରହିବ । ଆପଣ ଭଲ ପାଇବାକୁ ଚାହାନ୍ତି, କିନ୍ତୁ ଆପଣ ଜାଣନ୍ତି ଭଲ ପାଇବା ଆପଣଙ୍କ ପେଟ ଭରିବ ନାହିଁ । ପାଠ ପଢାରେ, ଆପଣଙ୍କ ମନରେ ଯାହା ସମସ୍ୟାର ସମାଧାନ ପାଇ ନିଷ୍ପତ୍ତି ନେଇଥିବେ ତାହା କରିବେ । କାର୍ଯ୍ୟ ସ୍ଥଳରେ ମଧ୍ୟ ଚିଡଚିଡା ସ୍ୱଭାବ ରହିବ । ଆଜି କରିଥିବା କାର୍ଯ୍ୟରୁ ସୁଫଳ ମିଳିବ ନାହିଁ । ଏଣୁ ସତର୍କ ରୁହନ୍ତୁ ।
କର୍କଟ: ଯେତେବେଳେ କଷ୍ଟ ଅବସ୍ଥା ଚାଲିଥାଏ, ତାହା ସହ ଆଗକୁ ବଢିବା ଠିକ ହେବ । କିନ୍ତୁ ଆପଣ ଏପରି କଥା ବିଶ୍ଵାସ କରନ୍ତି ଯେ ଅସୁବିଧା ସମୟରେ, ଅସୁବିଧା ଠାରୁ ଦୂରରେ ରହିବା ଭଲ । ଯେହେତୁ ଆଜି ଦିନଟି ଆପଣଙ୍କ ନୁହେଁ, ଆପଣ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଓ କାମଗୁଡିକ ସ୍ଥଗିତ କରିପାରନ୍ତି । ଆଜିର ଦିନ ସରିଲାବେଳକୁ ଆପଣ ଅତ୍ୟଧିକ ଖର୍ଚ୍ଚ କରିସାରିଥିବେ । ତେଣୁ ଜିନିଷ ପତ୍ର କିଣିବାକୁ ଯିବା କାର୍ଯ୍ୟକ୍ରମକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଆପଣ ନିଜକୁ କୌଣସି ବେଆଇନ ଏବଂ ନୀତି ବିରୁଦ୍ଧ କାର୍ଯ୍ୟ କଳାପରୁ ଦୂରେଇ ରଖନ୍ତୁ ।
ସିଂହ: ଆଜି ଆପଣଙ୍କ ରହସ୍ୟ ଉଦ୍ଘାଟନର ଦିନ । ଶେଷରେ ଆପଣଙ୍କ ଯାତ୍ରା ଶେଷ ହେବାକୁ ଆସିବା ସହ ସବୁ କିଛି ଧିରେଧିରେ ଠିକ ହେବ ଓ ଆପଣଙ୍କ ଲୁକ୍କାୟିତ ପ୍ରତିଭା ବାହାରକୁ ଆସିବ । ଆପଣଙ୍କର ଧର୍ମପତ୍ନୀ ଆଜି ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି । ମୂଲ୍ୟହୀନ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ସାମାଜିକ ଜୀବନରେ ପ୍ରତିଷ୍ଠା ମିଳି ନ ପାରେ । ଆଇନ କାନୁନ ମାମଲାରେ ସାବଧାନ ହେବା ଆବଶ୍ୟକ ।
କନ୍ୟା: ଆପଣଙ୍କ ଲେଖିବାର ଦକ୍ଷତା ଆପଣଙ୍କୁ ଅନ୍ୟମାନଙ୍କୁ କଷ୍ଟ ନ ଦେଇ ନିଜ ଭାବନା ପ୍ରକାଶ କରିବାରେ ସାହାଯ୍ୟ କରିବ । ଆପଣଙ୍କ ବାକିଆ ଥିବା କାମଗୁଡିକ ଆପଣ ସଫଳତାର ସହିତ ଶେଷ କରିବେ । ଆପଣ ଆଜି ଯାହା ବି କାମ ଧରିବେ ସେଥିରେ ଆପଣ ସଫଳତା ପାଇବେ । ଆପଣ ନିଜ ସହକର୍ମୀ ଓ ସମକକ୍ଷ ବ୍ୟକ୍ତିଙ୍କ ଠାରୁ ସହଯୋଗ ପାଇବେ। ଆପଣ ନିଜର ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପାଇଁ ଉପକୃତ ହେବେ । ଅସୁସ୍ଥ ଥିବା ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶ ଆରୋଗ୍ୟ ଆଡ଼କୁ ଗତି କରିବ । ବିବାହିତ ମହିଳାମାନେ ସେମାନଙ୍କ ନିଜ ଜନ୍ମିତ ସ୍ଥାନରୁ ଶୁଭ ଖବର ପାଇବେ ।
ତୁଳା: ଆଜି ଦିନଟି ଆପଣଙ୍କୁ ମିଶ୍ରଣ ଫଳ ଦେଇପାରେ । ଆପଣଙ୍କର ନିଜର ସନ୍ତାନମାନଙ୍କ କାର୍ଯ୍ୟକଳାପ ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିପାରେ । ବିଦ୍ୟାର୍ଥିମାନେ ସେମାନଙ୍କର ପଢାପଢିରେ କିଛି ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି । ଶିକ୍ଷା ବୃତ୍ତିଧାରୀଙ୍କ ପାଇଁ ଶୁଭଦିନ ନୁହେଁ । ଆପଣ ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଦୂରସ୍ଥାନକୁ ଯାତ୍ରା ଶୁଭଦାୟକ ନୁହେଁ। ନୂତନ ଦୁଃସାହାସିକ କାର୍ଯ୍ୟରେ ସଫଳତା ପାଇବେ ନାହିଁ । ଆପଣ ଜଣେ ପ୍ରିୟଜନଙ୍କୁ ଆଘାତ ଦେଇପାରନ୍ତି ।
ବିଛା: ଆପଣ ନିଜର ମୂଲ୍ୟାୟନ କରିବା ଓ ନିଜର କ୍ଷମତାଗୁଡିକର ପରୀକ୍ଷା କରିବାରେ ଅଧିକାଂଶ ସମୟ ଖର୍ଚ୍ଚ କରିବେ । ଆପଣଙ୍କ ବ୍ୟବସାୟିକ ଦକ୍ଷତାଗୁଡିକୁ ବଢାଇବା ପାଇଁ ଯାହା ଆବଶ୍ୟକ ଆପଣ ସବୁ କରିବେ । ଆପଣଙ୍କ ବିରଳ ଅନ୍ତର୍ଦୃଷ୍ଟି ଓ ଲୋକମାନଙ୍କ ପ୍ରକୃତିକୁ ବୁଝିବାର ଉପହାର ଆପଣଙ୍କୁ ନିକଟ ଭବିଷ୍ୟତରେ ନେତୃତ୍ଵ ନେବା ପାଇଁ ପ୍ରସ୍ତୁତ କରିବ । ଆଇନ ସମ୍ପର୍କିତ କୌଣସି କାଗଜପତ୍ର ଠାରୁ ଦୂରେଇ ରୁହନ୍ତୁ ଏବଂ କୌଣସି କାଗଜରେ ଦସ୍ତଖତ କରିବା ପୂର୍ବରୁ ବାରମ୍ୱାର ଯାଞ୍ଚ କରନ୍ତୁ ।
ଧନୁ: ଆଜି ଦିନଟି ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି କିମ୍ୱା ବନ୍ଧୁ ଓ ପରିବାର ସହ ବାହାରକୁ ବୁଲି ଯାଇପାରନ୍ତି । ଗ୍ରହ ମାନଙ୍କର ଶୁଭ ଦୃଷ୍ଟିରୁ ଆପଣଙ୍କର ସବୁ କାର୍ଯ୍ୟରେ ସଫଳତା ମିଳିପାରେ । ଶାରୀରିକ ସୁସ୍ଥତା ବଜାୟ ରହିବ । ନିଜର ପରିବାର ଓ ଭାଇ ଭଉଣୀଙ୍କ ସହ ପରିଭ୍ରମଣରେ ଯାଇ ମୌଜ ମଜଲିସରେ ସମୟ କାଟିପାରନ୍ତି । ସାମାଜିକ କ୍ଷେତ୍ରରେ ନିଜର ପରିଚିତ ଓ ସମ୍ମାନ ବୃଦ୍ଧି ଯୋଗୁଁ ନିଜକୁ ଭାଗ୍ୟବାନ ମନେକରିବେ ।
ମକର: ଆଜିର ଉପଲବ୍ଧି ଆପଣଙ୍କୁ ଏହା ଅନୁଭବ କରାଇବ ଯେ ଆପଣ ଜୀବନରେ କେବଳ ସଫଳତା ପାଇବା ପାଇଁ ଜନ୍ମ ନେଇଛନ୍ତି । ଆଜି ଆପଣ ଯାହା କରିବେ ସେଥିରେ ସଫଳତା ପାଇବେ ଓ ସେଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ମଧ୍ୟ ପଡିବ ନାହିଁ । ଅବଶ୍ୟ, ଆପଣଙ୍କୁ ଅତି କମରେ ଆରମ୍ଭ କରିବାକୁ ହେବ ଓ କୌଣସି କାରଣ ନଥାଇ ପୁରସ୍କାର ଆଶା କରିବା ଠିକ ନୁହେଁ । ପୁଞ୍ଜି ଲଗାଣର ଆଜି ସଫଳତା ହାସଲ କରିବେ । ଆପଣଙ୍କର ତୀକ୍ଷ୍ମ ବୁଦ୍ଧି ଓ ବିକାଶ ପ୍ରଦର୍ଶନ କରି ଅର୍ଥ ଲାଭ କରନ୍ତୁ । କୌଣସି ଲୋକର କୁଦୃଷ୍ଟି ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ରହିନପାରେ ।
କୁମ୍ଭ: ସମସ୍ତ ଉପାୟରେ ଆପଣଙ୍କ ପ୍ରତିଯୋଗୀଙ୍କ ଠାରୁ ଆଗରେ ରହି ଆପଣ ଆଜି ନିଜକୁ ପ୍ରମାଣିତ କରିବେ । ଆପଣ ନିଜ ନିରାଶାକୁ ପରାସ୍ତ କରିବେ ଓ ଆଗକୁ ବଢି ଚାଲିବେ । ଆପଣଙ୍କ ପ୍ରସନ୍ନ କରୁଥିବା ଆଚରଣ ଅନ୍ୟମାନଙ୍କ ନିକଟରେ ଆପଣଙ୍କୁ ଲୋକପ୍ରିୟ କରିବ ଓ ଆପଣ ସବୁ ସମୟରେ ପ୍ରଶଂସା ପାଇବେ । ପରିବାରର ସଦସ୍ୟ ଓ ବନ୍ଧୁ ଙ୍କ ଅଧିନରେ ବାହାରକୁ ବୁଲିବାକୁ ଯାଇପାରନ୍ତି । ଉପହାର ଦିଆ ନିଆ ଆପଣଙ୍କୁ ଆମୋଦିତ କରିପାରେ । ସୁଖାଦ୍ୟ ଭୋଜନ ଓ ପାନୀୟ ଗ୍ରହଣ କରି ନିଜକୁ ତୃପ୍ତ କରିପାରନ୍ତି ଏବଂ ବନ୍ଧୁଗହଣରେ ଭାବ ବିନିମୟରେ ଆନନ୍ଦ ଉପଭୋଗ କରିପାରନ୍ତି ।
ମୀନ: ଆପଣ କରୁଥିବା ନିରନ୍ତର ପ୍ରୟାସ ଲମ୍ଵା ସମୟରେ ଲାଭଫଳ ପ୍ରଦାନ କରିବ । ବାଧାବିଘ୍ନ ଆସିଲେ ହାର ମାନନ୍ତୁ ନାହିଁ ଓ ଆଗକୁ ମାଡି ଚାଲନ୍ତୁ । ଶରୀରର ପୀଡା ଓ ହାଲିଆ ଦୁଃଖ ଦେବ । ଗୁରୁଜନଙ୍କ ସହ କାମ କରୁଥିବାବେଳେ ସତର୍କ ରୁହନ୍ତୁ । ପୁରାଦିନ ପିଲାଙ୍କ ଚିନ୍ତାରେ ରହିପାରନ୍ତି । ଜରୁରୀ କାମ ନକରିବା ଭଲ ଅଟେ । ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେବେ । ଦୁଃଶ୍ଚିନ୍ତା ଛାଡନ୍ତୁ ।