ETV Bharat / state

‘ନୂଆବର୍ଷରେ ସମୃଦ୍ଧ ଓ ବିକଶିତ ଓଡିଶା ଗଠନର ସଂକଳ୍ପ ନେବା ’: ଶୁଭେଚ୍ଛା ଜଣାଇଲେ ମୁଖ୍ଯମନ୍ତ୍ରୀ - NEW YEAR 2025

ଭିଡିଓ ବାର୍ତ୍ତାରେ ଜଣାଇଲେ ଶୁଭେଚ୍ଛା । ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି ପାଇଁ ଜଗନ୍ନାଥଙ୍କ ନିକଟରେ କଲେ ପ୍ରାର୍ଥନା ।

ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat Odisha)
author img

By ETV Bharat Odisha Team

Published : Dec 31, 2024, 9:27 PM IST

ଭୁବନେଶ୍ବର: ଇଂରାଜୀ ନବବର୍ଷ-2025 ଅପେକ୍ଷାରେ ସାରା ବିଶ୍ବ ଉତ୍ସାହିତ । ଭାରତ ଓ ଓଡିଶାରେ ମଧ୍ୟ ଉତ୍ସବ ପାଳନ ଜାରି ରହିଛି । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଏହି ନୂଆବର୍ଷରେ ଓଡିଶାବାସୀଙ୍କ ସୁଖ ସମୃଦ୍ଧିର ବର୍ଷ ହେଉ ବୋଲି କାମନା କରିବା ସହ ଏହି ବର୍ଷ ଏକ ସମୃଦ୍ଧ ଓ ଶ୍ରେଷ୍ଠ ଓଡିଶା ଗଠନ ଦିଗରେ ନିଜର ଯୋଗଦାନ ରଖିବା ପାଇଁ ଓଡିଶାବାସୀଙ୍କୁ ଆହ୍ୱାନ ଦେଲେ ମୋହନ ।

ଏବର୍ଷ ରାଜ୍ୟବାସୀଙ୍କ ପାଇଁ ସୁଖ ସମୃଦ୍ଧିର ବର୍ଷ ହେଉ: ଶୁଭେଚ୍ଛା ଜଣାଇଲେ ମୁଖ୍ଯମନ୍ତ୍ରୀ (ETV Bharat Odisha)
  • ପ୍ରଥମେ ସ୍ବାଗତ କଲା ନ୍ୟୁଜିଲାଣ୍ଡ :-

ଭାରତରେ ନୂଆବର୍ଷ ପ୍ରବେଶ କରିବାକୁ ଆଉ ମାତ୍ର କିଛି ଘଣ୍ଟା ଥିବା ବେଳେ ବିଶ୍ବର ବିଭିନ୍ନ ଦେଶରେ ନୂଆବର୍ଷ ପାଳନ ଆରମ୍ଭ ହୋଇସାରିଲାଣି । ଇତିହାସ ହେଲା ବର୍ଷ 2024 । ପ୍ରବେଶ କଲା ନୂଆବର୍ଷ 2025 । ଆତସବାଜି ଓ ଆଲୋକମାଳାରେ ନୂତନ ବର୍ଷକୁ ପ୍ରଥମେ ସ୍ବାଗତ କଲା ନ୍ୟୁଜିଲାଣ୍ଡ । ପ୍ରତିବର୍ଷ ପରି ଅକଲ୍ୟାଣ୍ଡ୍ ସହରବାସୀ ପ୍ରଥମେ ନୂଆବର୍ଷ ପାଳିଛନ୍ତି । ବିଦାୟ ନେଇଛି ବର୍ଷ ୨୦୨୪ । ଭାରତରେ ନବବର୍ଷ ୨୦୨୫ ଆସିବା ପାଇଁ କିଛି ଘଣ୍ଟା ବାକି ଥିବା ବେଳେ ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡ୍ ସହର ନୂତନ ବର୍ଷକୁ ସ୍ୱାଗତ କରିଛି । ଆତସବାଜି ଓ ଝିଲମିଲ ଆଲୋକମାଳାରେ ନୂତନବର୍ଷକୁ ସ୍ୱାଗତ କରିଛନ୍ତି ଅକଲ୍ୟାଣ୍ଡବାସୀ ।

ଏହା ମଧ୍ୟ ପଢନ୍ତୁ:- ପ୍ରବେଶ କଲା ନୂଆବର୍ଷ-2025, ପ୍ରଥମେ ସ୍ୱାଗତ କଲା ନ୍ୟୁଜିଲାଣ୍ଡ - NEW ZEALAND WELCOMES NEW YEAR 2025

  • ଭାରତରେ ଜାରି ରହିଛି ଜିରୋ ନାଇଟ ସେଲିବ୍ରେସନ

ନ୍ୟୁଜିଲାଣ୍ଡ ପୂର୍ବରୁ କିରିବାଟି ଆଇସଲ୍ୟାଣ୍ଡ୍ ପ୍ରଥମେ ୨୦୨୫କୁ ସ୍ୱାଗତ କରିଛି । ଭାରତୀୟ ସମୟଠାରୁ ପ୍ରାୟ ୮ ଘଣ୍ଟା ୩୦ ମିନିଟ ପୂର୍ବରୁ କିରିବାଟୀ ଦେଶ ନୂତନ ବର୍ଷ ପାଳନ କରିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ ଭାରତୀୟ ସମୟ ହିସାବରେ ୭ ଘଣ୍ଟା ୩୦ ମିନିଟ ଆଗୁଆ । ନୂତନ ବର୍ଷର ଆଗମନରେ ଅକଲାଣ୍ଡ ସହରର ସ୍କାଏ ଟାୱାରର ଦୃଶ୍ୟ ଖୁବ ସୁନ୍ଦର ଓ ରୋମାଞ୍ଚକର ହୋଇଛି । ବେଶ ଉତ୍ସାହର ସହ ନୂଆବର୍ଷ ପାଳନ କରିଛନ୍ତି ନ୍ୟୁଜିଲାଣ୍ଡବାସୀ । ସେପଟେ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ଜିରୋ ନାଇଟ ସେଲିବ୍ରେସନ ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.