ଭୁବନେଶ୍ବର: ଆସନ୍ତାକାଲି ନୂଆବର୍ଷ ପାଳନ ହେବାକୁ ଥିବା ବେଳେ ଆଜି ସଂଧ୍ୟାରୁ ଜିରୋ-ନାଇଟ୍ ସେଲିବ୍ରେସନ୍ ଜାରି ରହିଛି । ନୂଆବର୍ଷ ସହ ପାଦ ମିଳାଇ ଫେରିଛି ଶୀତ । ଆଜିଠାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ ରାଜ୍ୟର ବିଭିନ୍ନ ସ୍ଥାନରେ ବଢିବ ଶୀତ । ଏହାସହ ରାତି ତାପମାତ୍ରା ୨ରୁ ୪ ଡ଼ିଗ୍ରୀ ଖସିବ ପାରଦ । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୩ ଜିଲ୍ଲା କନ୍ଧମାଳ, କୋରାପୁଟ ଏବଂ ଅନୁଗୁଳ କୁହୁଡି ନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
- କୁହୁଡି ପାଇଁ ଏଲୋ ଓ୍ବାର୍ଣ୍ଣିଂ:-
ସେହିପରି ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି, ବଲାଙ୍ଗୀର,ସୋନପୁର ଗଞ୍ଜାମ ଗଜପତି, ଝାରସୁଗୁଡା, କେନ୍ଦୁଝର, ନୟାଗଡ ଓ ସୁନ୍ଦରଗଡରେ ଗହଗହଣା କୁହୁଡ଼ିକୁ ନେଇ ୟେଲୋ ଓ୍ବାର୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଚଳିତ ବର୍ଷ ଡିସେମ୍ବର ମାସରେ ୨ଟି ସ୍ପେଲରେ ପାଖାପାଖି ୧୦ ଦିନ ଶୀତ ଅନୁଭୂତ ହୋଇଥିବା ବେଳେ ଜାନୁଆରୀରେ ମଧ୍ୟ ଶୀତର ପ୍ରକୋପ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି । ହେଲେ ରାଜ୍ୟରେ ପଶ୍ଚିମା-ଝଡ଼ ପ୍ରଭାବରେ ଶୀତର ପ୍ରକୋପ କମ ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।
ଏହା ମଧ୍ୟ ପଢନ୍ତୁ:- ପ୍ରବେଶ କଲା ନୂଆବର୍ଷ-2025, ପ୍ରଥମେ ସ୍ୱାଗତ କଲା ନ୍ୟୁଜିଲାଣ୍ଡ ଜିରୋ-ନାଇଟ୍ରେ ପୋଲିସର ଜିରୋ ଟଲେରାନ୍ସ ନୀତି, ଜାରି ହେଲା ଗାଇଡଲାଇନ୍ ଆଜି ଆକାଶରେ କଳା ଜହ୍ନ ସହ ଦିଶିବ ଅନେକ ଗ୍ରହ; କେତେବେଳେ ଓ କେମିତି ଦେଖିବେ |
- ଝାରସୁଗୁଡା ସର୍ବନିମ୍ନ ଓ ପାରାଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରe ରେକର୍ଡ:-
ଗତ ୨୪ ଘଣ୍ଟାରେ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୧୧.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାହାଡିଆ ଅଂଚଳରେ ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡିରେ ୧୧.୫ ରହିଛି । ସେହିପରି ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୧.୮ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ପାଗରେ ଅସ୍ବାଭାବିକ ପରିବର୍ତ୍ତନ କାରଣରୁ ଶୀତ ଉଭାନ ହୋଇଯାଇଥିଲା । ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିବା ତାପମାତ୍ରା ପୁଣି ଥରେ ସାମାନ୍ୟ ବଢିଥିଲା । କିଛି ଦିନର ବ୍ୟବଧାନରେ ଆସନ୍ତାକାଲିଠାରୁ ତାପମାତ୍ରା ପ୍ରାୟ 2ରୁ 4 ଡିଗ୍ରୀ ହ୍ରାସ ପାଇବା ସହ ଶୀତର ପରିମାଣ ମଧ୍ୟ ବଢିବ । ଶୀତର ଅନୁଭବ ସହ ନୂଆବର୍ଷର ମଜା ନେବେ ରାଜ୍ୟବାସୀ ।
ଇଟିଭି ଭାରତ, ଭୁବନେଶ୍ବର