ETV Bharat / state

ଚାଷୀ ସମସ୍ୟା ଓ ମଣ୍ଡିରେ ଅବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କୁ ଭେଟିଲା BJD - IRREGULARITIES IN MANDI

ଜିଲ୍ଲାପାଳଙ୍କୁ ଫେରାଦ ହେଲା ଦଳ । କହିଲା ନୂଆ ସରକାର ଆସିବା ପରେ ଚାଷୀଙ୍କୁ ଚଡକ ପଡିଛି ।

ଚାଷୀ ସମସ୍ୟା ଓ ମଣ୍ଡିରେ ଅବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କୁ ଭେଟିଲା BJD
ଚାଷୀ ସମସ୍ୟା ଓ ମଣ୍ଡିରେ ଅବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କୁ ଭେଟିଲା BJD (ETV Bharat Odisha)
author img

By ETV Bharat Odisha Team

Published : Dec 31, 2024, 8:23 PM IST

ବାଲେଶ୍ବର: ଅଦିନିଆ ବର୍ଷାରେ ଅମଳ ଧାନ ନଷ୍ଟ ହେବା ଏବଂ ଏହାର ଉପଯୁକ୍ତ ଭାବେ ସର୍ଭେ କରାଯାଇ ନଥିବା ଅଭିଯୋଗରେ ବାଲେଶ୍ୱର ବିଜେଡି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ବିଜେଡି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ସୋର ବିଧାୟକ ମାଧବ ଧଡ଼ା, ବସ୍ତା ବିଧାୟିକା ସୁବାସିନୀ ଜେନା, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ପୂର୍ବତନ ସଦର ବିଧାୟକ ସ୍ୱରୂପ ଦାସ, ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଚାଷୀଙ୍କ କ୍ଷୟକ୍ଷତିର ଉପଯୁକ୍ତ ଆକଳନ କରିବା ଏବଂ ମଣ୍ଡିରେ ତୁରନ୍ତ ଧାନ କିଣିବା ନେଇ ଦାବି ଉପସ୍ଥାପନ କରାଯାଇଥିଲା ।

  • ବିଜେପି ସରକାର ଆସିବା ପରେ କୃଷକଙ୍କ ଉପରେ ଚଡକ ପଡିଛି: ବିଜେଡି

ଦାବି ସମ୍ପର୍କରେ ଏବଂ କୃଷକମାନଙ୍କ ପାଇଁ କେଉଁ ବ୍ୟବସ୍ଥା କରାଯିବା ଉଚିତ ଯାହା ଦାବିପତ୍ରରେ ରହିଛି ସେନେଇ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ," ଓଡ଼ିଶାରେ ବର୍ତ୍ତମାନ ନୂଆ ସରକାର ଆସିବ ପରେ କୃଷକମାନଙ୍କ ଉପରେ ଚଡକ ପଡିଛି। ଗୋଟିଏ ଚଡକ ପ୍ରକୃତିର ପଡ଼ିଛି ଆଉ ଗୋଟିଏ ଚଡକ ସରକାରଙ୍କର ପଡିଛି। ଯେବେଠାରୁ ନୂଆ ସରକାର ଆସିଲେ ଚାଷୀମାନଙ୍କର ଧାନ କିଣାକୁ ନେଇକି ସମସ୍ୟା ଆରମ୍ଭ ହେଲା। ଏବେ ପଶ୍ଚିମ ଓଡିଶା କିମ୍ବା ଦକ୍ଷିଣ ଓଡିଶାରେ ଯେଉଁଠି ଧାନ କିଣା ଆରମ୍ଭ ହୋଇଯାଇଛି ସେଠି ମଧ୍ୟ ଧାନ ଉଠି ପାରୁନାହିଁ। ମଣ୍ଡିରେ ଭୀଷଣ ଅବ୍ୟବସ୍ଥା। କେଉଁଠି ଟୋକନ ଆସିନାହିଁ, କେଉଁଠି FAQ ମାନ ପାଇଁ ସେମାନେ ଧାନ ବିକ୍ରି କରି ପାରୁନାହାନ୍ତି ।’’

ଏହା ମଧ୍ୟ ପଢନ୍ତୁ:-

ଜିରୋ-ନାଇଟ୍‌ରେ ପୋଲିସର ଜିରୋ ଟଲେରାନ୍ସ ନୀତି, ଜାରି ହେଲା ଗାଇଡଲାଇନ୍‌

ଉଜୁଡା କ୍ଷେତକୁ ଦେଖି ଧାନ ଜମିରେ ଟଳିପଡିଲେ ଚାଷୀ

  • ଉଜୁଡା କ୍ଷେତ ବୁଲୁଛନ୍ତି ନବୀନ:-

ଅନ୍ୟପଟେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ପ୍ରଭାବିତ ଚାଷୀଙ୍କୁ ଭେଟୁଛନ୍ତି । ଗତକାଲି ସେ ନିଜ ଗୃହଜିଲ୍ଲା ଗଞ୍ଜାମର ଏକାଧିକ ଅଞ୍ଚଳ ପରିଦର୍ଶନ କରିଥିବା ବେଳେ ଆଜି କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିବା ସହ ଖୁବଶୀଘ୍ର ସେମାନଙ୍କୁ କ୍ଷତିପୂରଣ ମିଳିବା ଉଚିତ୍‌ ବୋଲି କହିଛନ୍ତି ନବୀନ । ଏହି ଫସଲହାନୀକୁ ନେଇ ବିରୋଧୀ ବିଜେଡି ସରକାରକୁ ଅତି ଶାଣିତ ଭାବେ ଘେରିବାକୁ ସମସ୍ତ ପ୍ରୟାସ ଜାରି ରଖିଛି ।

  • ପରିଦର୍ଶନ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସେପଟେ ଶାସକ ଭାରତୀୟ ଜନତା ପାର୍ଟି ମଧ୍ୟ ଏପରି ସମ୍ବେଦନଶୀଳ ସମୟରେ ଚାଷୀଙ୍କ ନିକଟରେ ପହଞ୍ଚିବାର କୌଣସି ଅବସର ହାତଛଡା କରିନାହିଁ । ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଖୁବଶୀଘ୍ର କ୍ଷତିପୂରଣ ପ୍ରଦାନ କରାଯିବାର ସମସ୍ତ ବ୍ୟବସ୍ଥା ହେଉଥିବା କହି ଶାନ୍ତ୍ବନା ମଧ୍ୟ ଦେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.