ETV Bharat / state

ହାଇକୋର୍ଟରେ ଉଠିଲା ନର୍ସିଂ ଆନ୍ଦୋଳନ ପ୍ରସଙ୍ଗ, ରୋଗୀ ସେବା ବ୍ୟାହତ ନହେବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଗୁରୁତ୍ବ - High court On Nursing Strike - HIGH COURT ON NURSING STRIKE

High court On Nursing Strike: ହାଇକୋର୍ଟରେ ଉଠିଲା ନର୍ସିଂ ଆନ୍ଦୋଳନ ପ୍ରସଙ୍ଗ । ରୋଗୀ ସେବା ବ୍ୟାହତ ନହେବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୋର୍ଟ ଗୁରୁତ୍ବ ଦେଇଇନ୍ତି ।

ORISSA HIGH COURT
ORISSA HIGH COURT (ETV Bharat Odisha)
author img

By ETV Bharat Odisha Team

Published : Sep 26, 2024, 9:33 PM IST

କଟକ: ହାଇକୋର୍ଟରେ ଉଠିଲା ନର୍ସିଂ ଆନ୍ଦୋଳନ ପ୍ରସଙ୍ଗ। ରୋଗୀ ସେବା ପ୍ରଭାବିତ ନହେବା ପାଇଁ କଣ କଣ ପଦକ୍ଷେପ ନିଆଯାଇଛି ସେନେଇ ଜାଣିବାକୁ ଚାହିଁଥିଲେ କୋର୍ଟ । କଟକ ବଡ଼ ମେଡିକାଲକୁ ଶହ ଶହ ରୋଗୀ ବିଭିନ୍ନ ସ୍ଥାନରୁ ଆସି ଚିକିତ୍ସିତ ହେଉଛନ୍ତି । ମାତ୍ର ନର୍ସ ମାନଙ୍କ ଆନ୍ଦୋଳନ ପାଇଁ ଯେପରି କେହି ଜଣେ ରୋଗୀ ପ୍ରଭାବିତ ନହୁଅନ୍ତି ସେଥିପାଇଁ କଣ କଣ ପଦକ୍ଷେପ ନିଆଯାଇଛି ବୋଲି ସ୍ବାସ୍ଥ୍ୟ ସଚିବ ଏବଂ କଟକ ବଡ଼ମେଡିକାଲର ଅଧୀକ୍ଷକଙ୍କୁ କୋର୍ଟ ପ୍ରଶ୍ନ କରିଥିଲେ । ମାମଲାର ଶୁଣାଣି ବେଳେ ନର୍ସ ଆନ୍ଦୋଳନ ନେଇ କୋର୍ଟଙ୍କୁ ଅବଗତ କରିଥିଲେ ଏସସିବି କର୍ତ୍ତୃପକ୍ଷ ।

କୋର୍ଟଙ୍କୁ ଅବଗତ କଲେ ଏସସିବି କର୍ତ୍ତୃପକ୍ଷ:

ହାଇକୋର୍ଟରେ ଉଠିଲା ନର୍ସିଂ ଆନ୍ଦୋଳନ ପ୍ରସଙ୍ଗ (ETV Bharat Odisha)

ରୋଗୀ ସେବା ପ୍ରଭାବିତ ନେହେବା ପାଇଁ ଆଉଟସୋସିଂ ଜରିଆରେ ନସିଂ କଲେଜ ଗୁଡ଼ିକରୁ ନର୍ସ ଆସିବେ । ସେହିପରି କନିଷ୍ଠ ଡାକ୍ତର ମାନଙ୍କ ସହ ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ କରାଯାଇଛି। ସ୍ବାସ୍ଥ୍ୟ ସଚିବ କୋର୍ଟରେ ହାଜର ହୋଇ ଏନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରିଥିଲେ। ବିଶେଷକରି ନର୍ସ ମାନଙ୍କ ସମସ୍ୟା ଗୁଡିକର ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ତେବେ ରୋଗୀ ସେବା ବ୍ୟାହାତ ନହେବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୋର୍ଟ ଗୁରୁତ୍ବ ଦେଇଥିଲେ ।

କାହିଁକି ବଡ଼ ମେଡିକାଲକୁ ଏତେ ସଂଖ୍ୟକ ରୋଗୀ ଆସୁଛନ୍ତି ଜଣାଅ:

ସେହିପରି ଏହି ମାମଲାର ଶୁଣାଣି ସମୟରେ କୋର୍ଟ ଜାଣିବାକୁ ଚାହିଁଥିଲେ କି କାହିଁକି ବଡ଼ ମେଡିକାଲରେ ରୋଗୀ ମାନଙ୍କର ଏତେ ଭିଡ଼ ରହୁଛି ? ସମସ୍ତ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି ମାତ୍ର କାହିଁକି ରୋଗୀ ମାନେ କଟକ ବଡ଼ ମେଡିକାଲ ଆସୁଛନ୍ତି । ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ବ୍ୟାପକ ଅର୍ଥ ନିୟୋଜିତ କରୁଛନ୍ତି । ମାତ୍ର ସେଠାରେ ସଠିକ ଚିକିତ୍ସା ମିଳୁଛି କି ନାହିଁ ? ଏନେଇ ସ୍ବାସ୍ଥ୍ୟ ସଚିବଙ୍କ ଠାରୁ ତଥ୍ୟ ମାଗିଥିଲେ କୋର୍ଟ। ତେବେ ପରବର୍ତ୍ତୀ ଶୁଣାଣି ସମୟରେ ଏହି ତଥ୍ୟ ପ୍ରଦାନ କରିବେ ବୋଲି କୋର୍ଟଙ୍କୁ ଅବଗତ କରିଛନ୍ତି ସ୍ବାସ୍ଥ୍ୟ ସଚିବ ।

ORISSA HIGH COURT
ORISSA HIGH COURT (ETV Bharat Odisha)

ରାସ୍ତା ଅବରୋଧ କରି ପେଣ୍ଡାଲ ତୋରଣ ନିର୍ମାଣ ନକରିବାକୁ ନିର୍ଦ୍ଦେଶ:

କଟକ ସହର ସମସ୍ୟା ସମ୍ପର୍କୀୟ ମାମଲାର ଶୁଣାଣି ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବିଶେଷକରି ପାର୍ବଣ ଋତୁରେ ରାସ୍ତା ଅବରୋଧ କରି ପୂଜା ପେଣ୍ଡାଲ ତୋରଣ ନିର୍ମାଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ବ୍ୟତୀତ ପୂଜା ସମୟରେ ଅଧିକ ଶବ୍ଦ ପ୍ରଦୂଷଣ ନକରିବା, ଡିଜେ ନ ବଜାଇବା, ବିଦ୍ୟୁତ ତାର ରାସ୍ତା ଉପରେ ନପକାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମେଡିକାଲ କଲେଜ ଓ ହସ୍ପିଟାଲରେ ଖାଲି ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ:

ସେହିଭଳି ଏସସିବି ମେଡ଼ିକାଲ ସମସ୍ୟା ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଖାଲି ପଡ଼ିଥିବା ଡ଼ାକ୍ତର, ଷ୍ଟାଫ୍ ନର୍ସ, ପାରା ମେଡିକାଲ ଷ୍ଟାଫ ପଦ ପୂରଣ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟର ମରାମତି, ଜଳବନ୍ଦୀ ଅଞ୍ଚଳର ନିଷ୍କାସନ, ମଶା ନିପାତ ପାଇଁ ପଦକ୍ଷେପ ନେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆଜି ଶୁଣାଣିରେ ସିଏମସି କମିଶନର, ସ୍ବାସ୍ଥ୍ୟ ଅଧିକାରୀ, ସିଟି ଇଞ୍ଜିନିୟର, ଜିଲ୍ଲାପାଳ, ଏସସିବି ଅଧିକ୍ଷକ, ସ୍ବାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ବିଭାଗ ସଚିବ ହାଜର ହୋଇଥିଲେ।

ସହରର ରାସ୍ତାଘାଟ ଶୋଚନୀୟ ଅବସ୍ଥାକୁ ନେଇ ତାଗିଦ କଲେ କୋର୍ଟ:

କଟକ ସହରର ରାସ୍ତାଘାଟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। କେଉଁଠି ଖଲ ଖମା ତ ଆଉ କେଉଁଠି ବର୍ଷା ହେଲେ ଜଳମଗ୍ନ ପରିସ୍ଥିତି । ଏଭଳି ସ୍ଥିତିରେ କୋର୍ଟ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କଡା ତାଗିଦ କରିବା ସହ ସମସ୍ୟା ଗୁଡିକର ଖୁବଶିଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାହିଁକି କଟକ ସହରରେ ଏପରି ସମସ୍ୟା ଦେଖାଦେଉଛି। ବାରମ୍ବାର କହିବା ସତ୍ତ୍ବେ କହିଁକି ଏହାର ସମାଧାନ ହୋଇପାରୁ ନାହିଁ। ଏନେଇ ସିଏମସି କମିଶନର ଏବଂ ପୂର୍ତ୍ତ ବିଭାଗ ସଚିବଙ୍କୁ ପ୍ରଶ୍ନ କରିବା ସହ କେବେ ରାସ୍ତାଘାଟ ସମସ୍ୟାର ସମାଧାନ ହେବ ବୋଲି ଜାଣିବାକୁ ଚାହିଁଥିଲେ। ତେବେ ଆସନ୍ତା ୫ ତାରିଖ ସୁଦ୍ଧା ସହରର ରାସ୍ତାଘାଟ ଗୁଡିକର ମରାମତି କାର୍ଯ୍ୟ ଶେଷ ହେବ ବୋଲି କୋର୍ଟଙ୍କୁ ଅବଗତ କରିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ।

ଏହା ମଧ୍ୟ ପଢନ୍ତୁ:

କଟକର ସମସ୍ୟା ନେଇ ହାଇକୋର୍ଟଙ୍କ ତାଗିଦ, 2 ସପ୍ତାହରେ ସମାଧାନ କର

Cuttack City Problems: ସହରର ସମସ୍ୟାକୁ ନେଇ କଡା ଟିପ୍ପଣୀ ରଖିଲେ ହାଇକୋର୍ଟ, ତୁରନ୍ତ ମୌଳିକ ସମସ୍ୟା ପୂରଣ କର ନଚେତ୍‌ କାର୍ଯ୍ୟାନୁଷ୍ଠାନ

HC Verdict: ଭିଜିଲାନ୍ସ ପଦବୀ ପୂରଣ, ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଇବାକୁ ନିର୍ଦ୍ଦେଶ

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.