ETV Bharat / state

ବେଙ୍ଗାଲୁରୁ ମହାଲକ୍ଷ୍ମୀ ମର୍ଡର: କାହିଁକି ଏପରି କାଣ୍ଡ ଘଟାଇଲା ଅଭିଯୁକ୍ତ, କ୍ୟାମେରାରେ ଆଗରେ ବଖାଣିଲେ ଭାଇ - Mahalaxmi Murder Update

author img

By ETV Bharat Odisha Team

Published : 6 hours ago

Mahalaxmi murder Update: ବେଙ୍ଗାଲୁରୁ ମହାଲକ୍ଷ୍ମୀ ମର୍ଡର ପଛରେ କଣ ରହିଛି ସତ । ଜୀବନ ହାରିବା ପୂର୍ବରୁ ଭାଇକୁ କଣ କହିଥିଲେ ମୁକ୍ତିରଞ୍ଜନ । କ୍ୟାମେରା ଆଗରେ ବଖାଣିଲେ ସାନଭାଇ । ଅଧିକ ପଢନ୍ତୁ

MAHALAXMI MURDER
MAHALAXMI MURDER (ETV Bharat Odisha)

ଭଦ୍ରକ: ବେଙ୍ଗାଲୁରୁ ମହାଲକ୍ଷ୍ମୀ ହତ୍ୟାକାଣ୍ଡକୁ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରେମିକାକୁ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲା ପ୍ରେମିକ । ଅଭିଯୁକ୍ତ ପ୍ରେମିକ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଗତକାଲି ସେ ଜୀବନ ହାରି ଦେଇଛନ୍ତି । ପ୍ରଶ୍ନ ଉଠୁଛି ଯାହାକୁ ନେଇ ସପନ ସଜାଇଥଲେ ମୁକ୍ତିରଞ୍ଜନ ତାହାକୁ କାହିଁକି ଏମିତି ହତ୍ୟା କଲେ । କେଉଁ ପରିସ୍ଥିତି ଏପରି ସେ ବୀଭତ୍ସକାଣ୍ଡ ଘଟାଇଲେ । ଆଉ ଶେଷରେ ନେଲେ ଚରମ ନିଷ୍ପତ୍ତି । ଏହି ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ସେପଟେ ଜୀବନ ହାରିବା ପୂର୍ବରୁ ସାନ ଭାଇକୁ କଣ କହିଥିଲେ ମୁକ୍ତିରଞ୍ଜନ । ଆଜି କ୍ୟାମେରା ସମ୍ମୁଖରେ ବଖାଣିଛନ୍ତି ଅଭିଯୁକ୍ତ ମୁକ୍ତିରଞ୍ଜନଙ୍କ ଭାଇ ମାଆ ଓ ବାପା ।

କଣ କହିଲେ ଭାଇ ଶକ୍ତିରଞ୍ଜନ:

ବେଙ୍ଗାଲୁରୁ ମହାଲକ୍ଷ୍ମୀ ମର୍ଡର (ETV Bharat Odisha)

‘ଭାଇଙ୍କ ମୃତ୍ୟୁ ବିଷୟରେ ମୁଁ କିଛି ଜାଣିନାହିଁ । ଭାଇ 9ରୁ 10 ଦିନ ହେବ ମେସରେ ମୋ ପାଖରେ ଥିଲେ । ମୋ ପାଖରେ ରହିବାର 3 ଦିନ ପରେ କହିଲେ ମୋତେ, ମୁଁ ଏହି ଭଳି ଏକ କାଣ୍ଡ କରିଦେଇ ଆସିଛି । ମୁଁ ପଚାରିଲି ତାଙ୍କୁ କାହିଁକି ଏପରି କରିଛୁ ସେ କହିଲେ । ଆମ ଘର ଆଜି ତାରି ପାଇଁ ବୁଡିଛି । ସେ ମୋତେ ବହୁତ ଟର୍ଚର କରିଛି, ପଇସା ବି ମୋଠୁ ବହୁତ ନେଇଛି । ଘର ବି ଆମେ କରିପାରିଲେନି । ମୁଦି ବି ମୋଠୁ ନେଇଛି । ଆମେ 3 ଭାଇ ସମାନ ମୁଦି କରିଥିଲେ, ମୁଦି ନେଇଛି, ହାର ନେଇଛି, ପଇସା ବି ନେଇଛି । ମୋତେ ମଝିରେ ଲକ୍ଷେ ଟଙ୍କା ମାଗୁଥିଲା । ସେ ମୋତେ କହିଥିଲା ଯଦି ମୁଁ କେବେ ଧରାପଡିଯାଏ ତମେ କେହି ଯିବନି ତା ଭାଇ ଗୋଟେ ଗୁଣ୍ଡା ଅଛି ମାରିଦେବ ।’

କେତେ ବର୍ଷ ହେଲେ ବାହାରେ ଥିଲେ ମୁକ୍ତିରଞ୍ଜନ:

ମୃତ ମୁକ୍ତିରଞ୍ଜନ
ମୃତ ମୁକ୍ତିରଞ୍ଜନ (ETV Bharat Odisha)

ସାନ ଭାଇ ଶକ୍ତିରଞ୍ଜନ ଆହୁରି କହିଛନ୍ତି, ‘ଦୀର୍ଘ 7ରୁ 8 ବର୍ଷ ହେଲା ସେ ବାହାରେ ରହୁଥିଲେ । କିନ୍ତୁ ସେ ଘରକୁ ଗତ 2ରୁ ଅଢେଇ ବର୍ଷ ହେବ ଆସୁନଥିଲେ । ମହିଳାଙ୍କ ସହ କେତେ ବର୍ଷର ସମ୍ପର୍କ ସେ ବିଷୟରେ ସେ ମୋତେ କହିନଥିଲେ । କେବଳ ଏତିକି କହିଥିଲେ, ସେ ବହୁତ ବ୍ଲାକମେଲ ମୋତେ କରିଛି ।’

ମୁକ୍ତିରଞ୍ଜନଙ୍କ ଉପରେ ଥିଲା କାମର ଚାପ:

ତେବେ ଅଭିଯୁକ୍ତର ଭାଇ କହିଛନ୍ତି, ମୁକ୍ତିରଞ୍ଜନ ଉପରେ କାମର ଅଧିକ ଚାପ ଥିଲା । ତାଙ୍କ ମ୍ୟାନେଜର ଭାଇଙ୍କୁ ବହୁତ ଟର୍ଚର କରନ୍ତି । ଅନ୍ୟ ସାଙ୍ଗକୁ କାମରୁ ବାହାର କରିଦେଇଛନ୍ତି । କିନ୍ତୁ ଭାଇଙ୍କୁ ଟର୍ଚର କରୁଥିଲେ । ଉପରିସ୍ତ ଅଧିକାରୀ ହୋଇ ତାଙ୍କୁ ତଳସ୍ତର କାମ କରାନ୍ତି ।

କେତେ ଦିନ ପୋଲିସ ହେପାଜତରେ ଶକ୍ତିରଞ୍ଜନ ?

ଏନେଇ ଶକ୍ତିରଞ୍ଜନ କହିଛନ୍ତି, ‘ମୋତେ ଗୋଟେ ଦିନ ପୋଲିସ ହେପାଜତରେ ରଖିଥିଲା । ମୁଁ ମେସରେ ଥିଲା ବେଳେ(ବ୍ରହ୍ମପୁର) କର୍ଣ୍ଣାଟକ ପୋଲିସ ଆସି ମୋତେ ଉଠାଇଥିଲା । ମୋତେ ପୋଲିସ ବାଡେଇଲେ ପରେ କାର ଭିତରେ ବି ବାଡେଇଲେ । ମୋତେ ଥାର୍ଡ ଡିଗ୍ରୀ ଟର୍ଚର କଲେ । ମୋତେ ପଚାରୁଥିଲେ ମୁଁ କହୁଥିଲି । ପରେ ମୋତେ ଭୁବନେଶ୍ବର ଆଣିଲେ । ପ୍ରଥମେ ବ୍ରହ୍ମପୁରରୁ ବାଲେଶ୍ବର, ପରେ ଭଦ୍ରକ ଆଣିଲେ । କହିଲେ ତମ ଭାଇ ଆତ୍ମହତ୍ୟା କରିଛି । ସୁଇସାଇଡ ନୋଟ ଲେଖିଛି ସେଥିପାଇଁ ଆମେ ଛାଡି ଦେଉଛୁ । ମୁଁ ଘରେ ଛାଡିବାକୁ କହିଲି । ସେ ମୋତେ ବସଷ୍ଟାଣ୍ଡରେ ଆଣିକି ଛାଡିଦେଲେ ।’

ପ୍ରେମ ସମ୍ପର୍କକୁ ନେଇ କଣ କହିଥିଲା ଅଭିଯୁକ୍ତ:

ଆହୁରି ଶକ୍ତିରଞ୍ଜନ କହିଛନ୍ତି କି, ‘ମୁକ୍ତିରଞ୍ଜନଙ୍କ କମ୍ପାନୀ ତାଙ୍କର ଟ୍ରାନ୍ସଫର କେରଳକୁ କରିଥିଲା । ବାଟରେ ତାଙ୍କୁ ଝିଅ(ମହାଲକ୍ଷ୍ମୀ) ଆସି ଅଟକାଇଥିଲେ କହିଥିଲେ ମୋତେ କିଡନାପ କରାଯାଉଛି । ବାଟରେ ସ୍ଥାନୀୟଲୋକ ମାରିଥିଲେ । ପରେ ପୋଲିସର ଜିମା ଦେଇଥିଲେ । ସେଠାରେ ଭାଇ ରୁମକୁ ଆସିଥିଲେ । ଝିଅର ଭାଇ ଗୁଣ୍ଡା ଅଛନ୍ତି । ସେମାନେ 3 ଜଣ ରୁମକୁ ଆସିଲେ କହିଲେ, ଝିଅ ଯାହା କହୁଛି ତୁ କରିବୁ ନ ହେଲେ ତୋ ଭାଇ ତତେ ମାରିଦବୁ ବୋଲି ଧମକ ଦେଇଥିଲେ ।’ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ସାନଭାଇ ଶକ୍ତିରଞ୍ଜନ ।

କଣ କହିଲେ ଅଭିଯୁକ୍ତଙ୍କ ମା’

ଏନେଇ ମୁକ୍ତିରଞ୍ଜନଙ୍କ ମାଆ କହିଛନ୍ତି, ‘ପୁଅ ମୋତେ କହୁଥିଲା ସେ 40 ହଜାର ଟଙ୍କା ରୋଜଗାର କରେ । ସବୁ ଟଙ୍କା ସେ(ମହାଲକ୍ଷ୍ମୀ) ନେଇଗଲା । ମୋ ପୁଅର ଟଙ୍କା, ସୁନା, ହାର, ମୁଦି ନେଇଗଲା । ସେ ଝିଅ କିଏ ମୁଁ ଜାଣିନି ।’

ତଦନ୍ତ କରୁଛି ପୋଲିସ:

ସେପଟେ ମୁକ୍ତିରଞ୍ଜନ ଜୀବନ ହାରିବା ପରେ ଘରେ ପହଞ୍ଚି ତଦନ୍ତ ଚଳାଇଛି ପୋଲିସ । ତାଙ୍କ ଡାଏରୀକୁ ନେଇ ତଦନ୍ତ କରୁଛି ପୋଲିସ । ଧୂଷୁରୀ ଥାନାରେ ବେଙ୍ଗାଲୁରୁ ପୋଲିସର 4 ଜଣିଆ ଟିମ ପହଞ୍ଚିଛନ୍ତି । ଧୂଷୁରୀ ଥାନା ଅଧିକାରୀଙ୍କ ଠାରୁ ମୁକ୍ତିରଞ୍ଜନଙ୍କ ନିକଟରୁ ଜବତ ହୋଇଥିବା ସୁଇସାଇଡ ନୋଟ ଏବଂ ଡାଏରୀ ସହିତ ଅନ୍ୟାନ୍ୟ କାଗଜପତ୍ରକୁ ନେଇ ତଦନ୍ତକୁ ଆଗକୁ ବଢ଼ାଇଛି ବେଙ୍ଗାଲୁରୁ ପୋଲିସ ।

ଏହା ମଧ୍ୟ ପଢନ୍ତୁ:

ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା, ଭଦ୍ରକରେ ଅଭିଯୁକ୍ତର ଆତ୍ମହତ୍ୟା; ୫୯ ଖଣ୍ଡ କରି ଫ୍ରିଜରେ ରଖିଥିଲା ମୃତଦେହ

ପୁଣି ରାଜଧାନୀରେ ଝାଡଖଣ୍ଡ ଛାତ୍ରଙ୍କ ସନ୍ଦେହଜଣକ ମୃତ୍ୟୁ, 15 ଦିନରେ ଦ୍ବିତୀୟ ଘଟଣା

ମା'କୁ ମିଳିମିଶି ମାରିଦେଲେ ୨ ନରହନ୍ତା ପୁଅ

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.