ବିଜେପି ବିଧାୟକ-ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ନଡ୍ଡା, କହିଲେ 15 ଦିନିଆ ୱାର୍କଚାର୍ଟ ବନାଅ - NADDA ODISHA VISIT

🎬 Watch Now: Feature Video

thumbnail

NADDA ODISHA VISIT: ଭୁବନେଶ୍ବର: ବିଜେପି ବିଧାୟକ ଏବଂ ସାଂସଦଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବଡ ଟାସ୍କ । ଆଜି ରାଜ୍ୟ କାର୍ଯ୍ୟାଳୟରେ ମନ୍ତ୍ରୀ, ବିଧାୟକ,ସାଂସଦ ଏବଂ ପଦାଧିକାରୀ ସହିତ କଲେ ବୈଠକ । ଏବେଠୁ ଆଗାମୀ ନିର୍ବାଚନ ଜିତିବା ପାଇଁ ଦେଲେ ଗୁରୁମନ୍ତ୍ର । ସେଥିପାଇଁ ରୁଟିନ ତିଆରି କରି ଲୋକଙ୍କ ସହ ଯୋଡି ହେବାକୁ ଟାସ୍କ ଦେଇଛନ୍ତି ନଡ୍ଡା । ଖାଲି ସେତିକି ନୁହେଁ ନେତାଙ୍କ ସୋସିଆଲ ମିଡ଼ିଆ ଦଳର ସ୍କାନରରେ ଥିବାରୁ ଅଧିକ କ୍ରିୟାଶୀଳ ହେବାକୁ ବି କହିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । 

ନଡ୍ଡା କହିଛନ୍ତି,"ପ୍ରତିଦିନ ରୁଟିନ ତିଆରି କରି କାମ କର । 15 ଦିନିଆ ୱାର୍କ ଚାର୍ଟ ବନାଅ । ପ୍ରତିଦିନ ଲୋକଙ୍କ ପାଖକୁ ଯାଆନ୍ତୁ । ସଦସ୍ୟତା ଅଭିଯାନ ଜରିଆରେ ସଂଗଠନ ମଜଭୂତ କରନ୍ତୁ । ସଦସ୍ୟତା ଅଭିଯାନ ହିଁ ତାର ମୁଖ୍ୟ ଶିଡି । ରାଜ୍ୟ ସଭାପତିଙ୍କ ନିକଟରେ ରିପୋର୍ଟ ଦାଖଲ କର । ବିଧାୟକମାନେ ନିଜର ଦକ୍ଷତା ବଢ଼ାଅ । ଯେତେବେଳେ ଗ୍ରାଉଣ୍ଡକୁ ଯାଉଛ ସବୁଠୁ ଦଳିତ ଏବଂ ଅସହାୟ, ହରିଜନ ବ୍ୟକ୍ତିଙ୍କୁ ମିଶ । କେଉଁ ବିଧାୟକ ଏବଂ ସାଂସଦ କେତେ ସକ୍ରିୟ ହୋଇଛି , ତାହାର ଅଡିଟ ରିପୋର୍ଟ ତିଆରି ହୋଇଛି । ତେଣୁ ସୋସିଆଲ ମିଡ଼ିଆରେ ଆହୁରି ସକ୍ରିୟ ହୁଅନ୍ତୁ ।"ସେହିପରି ଶକ୍ତି କେନ୍ଦ୍ରକୁ ବିଧାୟକ, ମଣ୍ଡଳକୁ ସାଂସଦଙ୍କୁ ଯିବାକୁ ସେ ପରାମର୍ଶ ଦେଇଛନ୍ତି ।

ଅଧିକ ପଢନ୍ତୁ...ଓଡ଼ିଶାରେ ନଡ୍ଡା: କଂଗ୍ରେସ ଉପରେ ବର୍ଷିଲେ, କହିଲେ ବିଜେପି ନେତାର ପୁଅ ନେତା ହୁଏନି - JP Nadda in Bhubaneswar

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.