ETV Bharat / state

24 ଘଣ୍ଟା ବର୍ଷାରୁ ନାହିଁ ନିସ୍ତାର: ଭାସିବ ଉତ୍ତର ଓଡ଼ିଶା ! 21 ଜିଲ୍ଲାକୁ ୱାର୍ଣ୍ଣିଂ - HEAVY RAIN FORECASTED BY IMD

author img

By ETV Bharat Odisha Team

Published : 9 hours ago

ODISHA RAIN ALERT: ପ୍ରବଳ ବର୍ଷାରେ ଭିିଜୁଛି ସାରା ଓଡ଼ିଶା । ଆହୁରି ୨୪ ଘଣ୍ଟା ବର୍ଷାରୁ ନାହିଁ ନିସ୍ତାର । ୨୧ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

HEAVY RAIN FORECASTED BY IMD
HEAVY RAIN FORECASTED BY IMD (ETV Bharat Odisha)

ଭୁବନେଶ୍ବର: ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ସେପଟେ ଦୁର୍ବଳ ହୋଇ ଲଘୁଚାପ ଘୂର୍ଣ୍ଣିବଳୟ ଭାବେ ମଧ୍ୟ ପ୍ରଦେଶ ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଆକଳନ କରିଛି ପାଣିପାଗ ବିଭାଗ । ଉତ୍ତର ଓଡ଼ିଶାରେ ବିଶେଷ ଭାବେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।

୨୧ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି:

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ବର୍ଷା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ରାଜ୍ୟରେ ଜାରି ରହିବ । ପ୍ରବଳ ବର୍ଷାକୁ ନେଇ ୨୧ ଜିଲ୍ଲା ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ,ଖୋର୍ଦ୍ଧା, ନୟାଗଡ଼,ଗଂଜାମ ,ଗଜପତି, କନ୍ଧମାଳ, ଅନୁଗୋଳ, ଢେଙ୍କାନାଳ,ମୟୂରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ,ବରଗଡ଼ ,ନୂଆପଡା ଓ ବଲାଙ୍ଗୀରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

୨୮ରୁ ବର୍ଷାର ପରିମାଣ କମିବ !

ଆସନ୍ତାକାଲି ଠାରୁ ଆଉ ପ୍ରବଳ ବର୍ଷାର ୱାର୍ଣ୍ଣିଂ ନଥିବାବେଳେ ୨୮ରୁ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି । କିନ୍ତୁ ଟ୍ରପ ଲାଇନ ପ୍ରଭାବରେ ଆସନ୍ତା ୫ ଦିନ ଯାଏ ରାଜ୍ୟର ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ । ସେପଟେ ବର୍ଷାକୁ ନେଇ ଆଗାମୀ ୭ ଦିନ ଯାଏଁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ବିଭାଗ ।

ଏହା ମଧ୍ୟ ପଢନ୍ତୁ....ଓଡ଼ିଶାରେ ଜାରି ରହିଛି ଲଘୁଚାପ ବର୍ଷା, ଆଜି ବି ବର୍ଷିବ, ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ - ODISHA RAIN ALERT

ଏହା ମଧ୍ୟ ପଢନ୍ତୁ....୪୮ ଘଣ୍ଟା ପ୍ରବଳ ବର୍ଷିବ; ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ୱାର୍ଣ୍ଣିଂ - Odisha Weather Latest Update

ଏହା ମଧ୍ୟ ପଢନ୍ତୁ.... ମୌସୁମୀ ବର୍ଷାରେ ଉବୁଟୁବୁ ମୁମ୍ବାଇ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ, ୟୁପିରେ ୨୬ ଜିଲ୍ଲାରେ ବର୍ଷୁଛି - Mumbai Rain

ରାଜ୍ୟରେ ଏବେବି ନିଅଣ୍ଟିଆ ବର୍ଷା:

ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ୍ ୧୦୭୨.୦ ମିମି ମିମି ବର୍ଷା ରେକର୍ଡ ହୋଇଛି । ଏବେବି ୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୧୧୩୦.୭ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ୨୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଓ ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ପୁରୀ ଓ ଭଦ୍ରକରେ ଅଧିକ ନିଅଣ୍ଟିଆ ବର୍ଷା ରହିଛି । ସେପଟେ ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୧ ସ୍ଥାନରେ ଅତି ପ୍ରବଳ ୧୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ଏହି କ୍ରମରେ ଅନୁଗୋଳ ତାଳଚେରରେ ସର୍ବାଧିକ ୧୫୫.୦୦ ମିମି ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.