ପାରାଦ୍ବୀପ: ଗଭୀର ସମୁଦ୍ରରେ ଫସିଲା ମାଛଧରା ବୋଟ । ବିରାଟ ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଦୁଇଟି ଡଙ୍ଗା । ପାରାଦ୍ବୀପ ନେହେରୁ ବଙ୍ଗଳା ମୁହାଣରେ ବିରାଟ ଅଘଟଣରୁ ବର୍ଷିଲା ଦୁଇଟି ମାଛଧରା ବୋଟ । ଗଭୀର ସମୁଦ୍ର ମଧ୍ୟରୁ ମାଛ ଧରି ଫେରୁଥିବା ସମୟରେ ମହାନଦୀ ମୁହାଣ ନିକଟରେ ଗୋଟିଏ ବୋଟର ଇଞ୍ଜିନ ଖରାପ ହୋଇ ଯାଇଥିଲା । ଖବର ପାଇବା ପରେ ଅନ୍ୟ ଏକ ବୋଟ ଉଦ୍ଧାର କରିବାକୁ ଯାଇ ରଶି ମାଧ୍ୟମରେ ଟାଣି ଆଣୁଥିବା ସମୟରେ ବୋଟର ଫ୍ୟାନର ରଶି ଗୁଡ଼ାଇ ହୋଇଯିବା କାରଣରୁ ଦୁଇଟି ବୋଟ ଫସି ଯାଇଥିଲା । ତେବେ ନିକଟରେ ପଥରବନ୍ଧ ଥିବା ଏବଂ ଅଶାନ୍ତ ସମୁଦ୍ରର ପ୍ରଖର ଲହଡିରେ ବୋଟ ପଥରବନ୍ଧରେ ପିଟି ହୋଇଯିବା ଆଶଙ୍କା ରହିଥିଲା ।
ଗଭୀର ସମୁଦ୍ରରେ ଫସିଲା ବୋଟ:
ପାରାଦ୍ବୀପ ନେହେରୁ ବଙ୍ଗଳା ମୁହାଣରେ ଦୁଇଟି ବୋଟ ଫସିବା ପରେ ସଙ୍ଗେ ସଙ୍ଗେ ବୋଟର କର୍ମଚାରୀ ମାନେ ଇଣ୍ଡିଆନ କୋଷ୍ଟଗାର୍ଡ, ମେରାଇନ ପୋଲିସ ଓ ବୋଟ ମାଲିକଙ୍କୁ ସହଯୋଗ ମାଗିଥିଲେ । ଖବର ପାଇ ଇଣ୍ଡିଆନ କୋଷ୍ଟଗାର୍ଡ ଓ ମେରାଇନ ପୋଲିସର ଦୁଇଟି ଡ଼କବୋଟ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଅଶାନ୍ତ ସମୁଦ୍ରର ପ୍ରଖର ଲହଡି କାରଣରୁ ବୋଟରେ ରହିଥିବା ୧୪ ଜଣ କର୍ମଚାରୀ ଭୟଭୀତ ହୋଇପଡ଼ିଥିଲେ । ତେବେ ପାରାଦ୍ବୀପ ବନ୍ଦରର ଦୁଇଟି ଟଗବୋଟ ଦ୍ବାରା ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।
ଏହା ମଧ୍ୟ ପଢନ୍ତୁ ....ପ୍ରବଳ ଜୁଆରରେ ଭାସିଗଲେ 8 ମତ୍ସ୍ୟଜୀବୀ - Paradeep BOAT Stranded ଏହା ମଧ୍ୟ ପଢନ୍ତୁ ....CONTAINER AT PURI: ପୁଣି ସମୁଦ୍ର କୂଳରେ ଅଜଣା କଣ୍ଟେନର, ହେଲେ କେଉଁଠୁ ଆସିଛି ? - container rescued by fishermen |
'ମତ୍ସ୍ୟଜୀବୀଙ୍କ ପାଇଁ ନୀତିଦିନିଆ ଘଟଣା':
ଉତ୍କଳ ମେରାଇନ ମତ୍ସ୍ୟ ଉତ୍ପାଦକ ସଂଘର ଉପସଭାପତି ଚନ୍ଦ୍ର ଶେଖର ମହାନ୍ତି କହିଛନ୍ତି,"ଏହା ମତ୍ସ୍ୟଜୀବୀ ମାନଙ୍କ ପାଇଁ ନୀତି ଦିନିଆ ଘଟଣା । ପୂର୍ବରୁ ଧର୍ମସାକ୍ଷୀ-2 ନାମକ ଏକ ମାଛଧରା ବୋଟ ମାଛମାରି ଫେରୁଥିବା ସମୟରେ ହଠାତ୍ ଇଞ୍ଜିନ ଖରାପ ହୋଇଯାଇଥିଲା । ଫଳରେ ସେମାନେ ସମୁଦ୍ରରେ ଫସି ରହିଥିଲେ । ଖବର ମିଳିବା ପରେ ସେ ବୋଟକୁ ମଧ୍ୟ ଉଦ୍ଧାର କରିବା ପାଇଁ ଧର୍ମସାକ୍ଷୀ-3 ନାମକ ଏକ ବୋଟ ସେମାନଙ୍କୁ ଉଦ୍ଧାର ସମୟରେ ତ୍ରୁଟି ଦେଖିବାକୁ ମିଳିଥିଲା । ଫଳରେ ଉଭୟ ବୋଟ ଗଭୀର ସମୁଦ୍ରରେ ଅଟକି ରହିଥିଲେ । ଖବର ମିଳିବା ପରେ କୋଷ୍ଟଗାର୍ଡ ଓ ପାରାଦ୍ୱୀପ ପୋର୍ଟ ସହାୟତାରେ ଉଭୟ ବୋଟକୁ ଉଦ୍ଧାର କରାଯାଇଥିଲା ।"
ଇଟିଭି ଭାରତ ,ଜଗତସିଂହପୁର