ଓଡିଶା

odisha

ETV Bharat / state

୧୪ ଜିଲ୍ଲାରେ ୨୪ ହଜାର ନିଯୁକ୍ତି ସୁଯୋଗ, ମୋହନ ସରକାର ଦେଲେ ସବୁଜ ସଂକେତ - STATE CABINET APPROVAL - STATE CABINET APPROVAL

Cabinet Approves 24K Job: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଆଉ ଏକ ବଡ଼ ନିଷ୍ପତ୍ତି । ରାଜ୍ୟର ୧୪ ଜିଲ୍ଲାରେ ସୃଷ୍ଟି ହେବ ୨୪ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ । ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ ପାଇଲା ୩୧ ଇନୋଭେଟିଭ ପ୍ରକଳ୍ପ ।

୩୧ ଇନୋଭେଟିଭ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ, ସୃଷ୍ଟି ହେବ 24 ହଜାର ନିଯୁକ୍ତି
୩୧ ଇନୋଭେଟିଭ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ, ସୃଷ୍ଟି ହେବ 24 ହଜାର ନିଯୁକ୍ତି (ETV Bharat Odisha)

By ETV Bharat Odisha Team

Published : Sep 25, 2024, 7:07 AM IST

Updated : Sep 25, 2024, 10:08 AM IST

ଭୁବନେଶ୍ବର: ରାଜ୍ୟରେ ଆଉ ୪୯୫୪.୨୬ କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୩୧ଟି ଇନୋଭେଟିଭ୍ ପ୍ରକଳ୍ପକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ ମିଳିଛି । ୧୪ଟି ଜିଲ୍ଲାରେ ଏହି ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଅତିରିକ୍ତ ୨୪,୧୬୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

  • ୩୧ଟି ପ୍ରକଳ୍ପକୁ ମଞ୍ଜୁରୀ

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ବୈଠକ । ବୈଠକରେ ମେକାନିକାଲ ଓ ଇଲେକ୍ଟ୍ରିକାଲ କ୍ୟାପିଟାଲ ଗୁଡସ, ଫୁଡ ପ୍ରୋସେସିଂ, ପ୍ୟାକେଜିଂ, ଟେକ୍ସଟାଇଲ, ବାୟୋଫୁଏଲ, ଗ୍ରୀନ ଏନର୍ଜି ଉପକରଣ, ଡାଉନଷ୍ଟ୍ରିମ, ପ୍ଲାଷ୍ଟିକ, ଫୁଡ, ମୃଦୁ ପାନୀୟ, ଆଗ୍ରୋ ପ୍ରୋସେସିଂ, ଅକ୍ଷୟ ଶକ୍ତି, ଫାର୍ମାସ୍ୟୁଟିକାଲ, ପର୍ଯ୍ୟଟନ କ୍ଷେତ୍ରର ୩୧ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ସବୁ ପ୍ରକଳ୍ପ ଖୋର୍ଦ୍ଧା, ସମ୍ବଲପୁର, ବରଗଡ଼, ସୋନପୁର, ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର, ବାଲେଶ୍ୱର, କଟକ, ଭଦ୍ରକ, ରାୟଗଡ଼ା, ଢେଙ୍କାନାଳ, ପୁରୀ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ଥାପନ ହେବ ।

୩୧ ଇନୋଭେଟିଭ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ, ସୃଷ୍ଟି ହେବ 24 ହଜାର ନିଯୁକ୍ତି (ETV Bharat Odisha)
  • ୨୪ ହଜାର ନିଯୁକ୍ତି ସୁଯୋଗ

ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ମୋଟ ୪,୯୫୪.୨୬ କୋଟି ଟଙ୍କା ମୂଲ୍ୟର ୩୧ଟି ଅଭିନବ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହା ଫଳରେ ଓଡ଼ିଶା ସରକାର ନିଯୁକ୍ତି ଓ ଅଭିବୃଦ୍ଧି ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି । ଏହା ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶର ବ୍ୟାପକତା ସାଙ୍ଗକୁ ଓଡ଼ିଶାର ଅର୍ଥନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିବ । ଏହା ସହ ରାଜ୍ୟକୁ ଏକ ଅଗ୍ରଣୀ ପୁଞ୍ଜିନିବେଶ ସ୍ଥଳର ମାନ୍ୟତାକୁ ସୁଦୃଢ଼ କରିବ । ଅନୁମୋଦିତ ପ୍ରକଳ୍ପଗୁଡ଼ିକ ପ୍ରାୟ ୨୪,୧୬୨ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଯାହା ରାଜ୍ୟର ବିଭିନ୍ନ ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶ ଏବଂ ନିଯୁକ୍ତି ଅଭିବୃଦ୍ଧିରେ ସହାୟକ ହେବ ।

୩୧ ଇନୋଭେଟିଭ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ, ସୃଷ୍ଟି ହେବ 24 ହଜାର ନିଯୁକ୍ତି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଓଡିଶାରୁ ମହାରାଷ୍ଟ୍ର ସ୍ଥାନାନ୍ତରିତ ହେବ କି JSW EV ପ୍ରକଳ୍ପ ? ସ୍ପଷ୍ଟୀକରଣ ରଖିଲା କମ୍ପାନୀ, ମନ୍ତ୍ରୀ କହିଲେ ଚାଲିଛି ଆଲୋଚନା, ତେଜିଲା ରାଜନୀତି - JSW group EV project

ଏହା ମଧ୍ୟ ପଢନ୍ତୁ :- ମୋହନ ମାଝୀ ସରକାରରେ ପୁଣି ନିଯୁକ୍ତି; ସାମ୍ବାଦିକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ ଆବେଦନ ତାରିଖ, ପ୍ରକ୍ରିୟା - opsc recruitment 2024

୩୧ ଇନୋଭେଟିଭ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ, ସୃଷ୍ଟି ହେବ 24 ହଜାର ନିଯୁକ୍ତି (ETV Bharat Odisha)


ବିଭିନ୍ନ କମ୍ପାନୀଙ୍କ ମଧ୍ୟରେ ପଲିମିରୟର ଇଣ୍ଡିଆ ପ୍ରା. ଲିଃ, ବିସଲେରୀ ଇଣ୍ଟରନ୍ୟାସନାଲ ପ୍ରା.ଲିଃ, ଶାଲିମାର ଗ୍ଲାସ ୱାର୍କସ ପ୍ରାଇଭେଟ ଲିମିଟେଡ, ଏଫ ଏମ ଡେନିମ ଆଣ୍ଡ ଟ୍ୱିଲ୍ସ ପ୍ରାଇଭେଟ ଲିମିଟେଡ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ, ସୂର୍ଯ୍ୟ ଇଣ୍ଟରନ୍ୟାସନାଲ ଏଣ୍ଟରପ୍ରାଇଜ ପ୍ରାଇଭେଟ ଲିମିଟେଡ, ମୋଗ୍ଲି ଲ୍ୟାବ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, କାଲଡେରିସ ଇଣ୍ଡିଆ ରିଫ୍ରାକ୍ଟୋରିଜ ଲିମିଟେଡ, ନେପ୍ଚନସ ସିପ ବିଲ୍ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ ଲିମିଟେଡ, ସନ୍ୟାମ ଟାଇ ଅପ ପ୍ରାଇଭେଟ ଲିମିଟେଡ, ମା' ଛିନ୍ନମସ୍ତିକା ଏନର୍ଜି ପ୍ରାଇଭେଟ ଲିମିଟେଡ, ଏସଏନଏମ ହୋଟେଲ ଆଣ୍ଡ ରିସୋର୍ଟସ ପ୍ରାଇଭେଟ ଲିମିଟେଡ, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ, ଅମ୍ରିତାଶ ହେଲ୍ଥକେୟାର ପ୍ରାଇଭେଟ ଲିମିଟେଡ, ବେନ ଗ୍ଲୋବାଲ ରିସୋର୍ସେସ ଏଲଏଲପି ଅଛନ୍ତି ।

୩୧ ଇନୋଭେଟିଭ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ, ସୃଷ୍ଟି ହେବ 24 ହଜାର ନିଯୁକ୍ତି (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 25, 2024, 10:08 AM IST

ABOUT THE AUTHOR

...view details