ଓଡିଶା

odisha

ETV Bharat / state

କେରଳ ଛୁଇଁଲା ମୌସୁମୀ; ଜୁନ ୧୫ ସୁଦ୍ଧା ଓଡ଼ିଶାରେ ପହଞ୍ଚିବା ସମ୍ଭାବନା - Monsoon Updates

Monsoon Reach Kerala: କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଜୁନ ୧୫ ସୁଦ୍ଧା ଓଡ଼ିଶାରେ ପହଞ୍ଚିବା ସମ୍ଭାବନା । ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Etv Bharat
Etv Bharat (ETV Bharat Odisha)

By ETV Bharat Odisha Team

Published : May 30, 2024, 12:53 PM IST

କେରଳ ଛୁଇଁଲା ମୌସୁମୀ; ଜୁନ ୧୫ ସୁଦ୍ଧା ଓଡ଼ିଶାରେ ପହଞ୍ଚିବା ସମ୍ଭାବନା (ETV Bharat Odisha)

ଭୁବନେଶ୍ବର:ସାରା ଦେଶରେ ଭୀଷଣ ଗ୍ରୀଷ୍ମପ୍ରବାହ ମଧ୍ୟରେ ଆସିଲା ଖୁସି ଖବର । କେରଳ ଛୁଇଁଲା ମୌସୁମୀ । ଆଜି (ଗୁରୁବାର) ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଜୁନ ୧୫ ସୁଦ୍ଧା ମୌସୁମୀ ଓଡ଼ିଶାରେ ପହଞ୍ଚିବାର ସମ୍ଭାବନା ରହିଛି । ଚଳିତ ବର୍ଷ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବା ନେଇ ଅନୁମାନ କରାଯାଉଛି ।

ମୌସୁମୀ ସାଧାରଣତଃ ଜୁନ୍‌ ୧ରେ କେରଳ ଛୁଇଁଥାଏ । ହେଲେ ଏଥର ଦୁଇ ଦିନ ଆଗରୁ ମୌସୁମୀ କେରଳ ଉପକୂଳଠାରେ ପ୍ରବେଶ କରିଛି । ଦେଶରେ ଏଇଠୁ ଆରମ୍ଭ ହୋଇଥାଏ ୪ ମାସିଆ ବର୍ଷା ଋତୁ । ଚଳିତ ବର୍ଷ ମୌସୁମୀ ସ୍ୱାଭାବିକଠାରୁ ଅଧିକ ବର୍ଷିବ । ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ହେବ । କିନ୍ତୁ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ପୁରା ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷିବା ଆକଳନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ୪୬ ଡିଗ୍ରୀ ପାର ହେଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ବଲାଙ୍ଗୀର - Heat Wave Grips Odisha

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ (୨୦୨୩) କେରଳ ଉପକୂଳରେ ବିଳମ୍ବରେ ପହଞ୍ଚିଥିଲା ମୌସୁମୀ । ଫଳରେ ନିଅଣ୍ଟିଆ ବର୍ଷାର କଷ୍ଟ ଭୋଗିଥିଲା ଓଡ଼ିଶା । ୨୦୨୩ରେ ନବରଙ୍ଗପୁରରେ ୨୪ ପ୍ରତିଶତ ନିଅଣ୍ଟିଆ ବର୍ଷା, କେନ୍ଦ୍ରାପଡ଼ାରେ ୨୪ ପ୍ରତିଶତ ଓ ପୁରୀରେ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା । ସ୍ୱାଭାବିକଠାରୁ ୨୦ ପ୍ରତିଶତରୁ ଅଧିକ ବର୍ଷା ହୋଇଥିଲା ଝାରସୁଗୁଡ଼ା, ବୌଦ୍ଧ ଓ ଢେଙ୍କାନାଳ ଜିଲ୍ଲାରେ । ଏହି କାରଣରୁ ରାଜ୍ୟରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିଲା । ହେଲେ ଚଳିତ ବର୍ଷ ଆଗୁଆ ମୌସୁମୀ କେରଳ ଛୁଇଁଛି ।

ଅପରପକ୍ଷେ, ଏବେ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ଲହରୀ ଜାରି ରହିଛି । ପଶ୍ଚିମରେ ଅସହ୍ୟ ତାତିକୁ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ ଆସନ୍ତା ୪୮ ଘଣ୍ଟା ଯାଏ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବା ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ବଲାଙ୍ଗୀରରେ ୪୬.୩ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଥିଲା । ଏହା ତଳକୁ ସୋନପୁରରେ ୪୬.୨ ଡିଗ୍ରୀ, ଟିଟିଲାଗଡ଼ ଓ ଝାରସୁଗୁଡାରେ ୪୬ ଡିଗ୍ରୀ, ସମ୍ବଲପୁରରେ ୪୫.୬ ଡିଗ୍ରୀ ତାପମାତ୍ରା ରହିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details