ଓଡିଶା

odisha

ETV Bharat / state

ନୂଆ ରାହା ଦେଖାଇଲା ପାନ ଚାଷ, ସ୍ବାବଲମ୍ବୀ ହେଲେ ମହିଳା - Betel Leaf Cultivation

SHG Women Become Self Dependent: ମାଲକାନଗିରି ଜିଲ୍ଲାର କଲିମେଳା ବ୍ଲକର ଏମ୍ ଭି ୭୭ ଗ୍ରାମର ମହିଳା ପାନ ଚାଷ ଦ୍ବାରା ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ । ମହିଳା ସଶକ୍ତୀକରଣର ଉଦାହରଣ ସାଜିଛନ୍ତି ଜୟ ରାଧେ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jun 24, 2024, 5:27 PM IST

SHG Women Become Self Dependent
SHG Women Become Self Dependent (ETV Bharat Odisha)

ମାଲକାନଗିରି: ଓଡ଼ିଷା ଏକ କୃଷି ଭିତ୍ତିକ ରାଜ୍ୟ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ଏକ ଚାଷ ବହୁଳ ଜିଲ୍ଲା ଅଟେ । ଏଠାକାର ଚାଷୀ ପ୍ରାୟତଃ ଧାନ, ମୁଗ, ବିରି ଓ ପନିପରିବାର ଚାଷ କରିଥାନ୍ତି । ପ୍ରଥମଥର ପାଇଁ ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାରେ ଦେଖିବାକୁ ମିଳିଛି ଧାନ ବିଲରେ ପାନପତ୍ର ଚାଷ । ମାଲକାନଗିରି ଜିଲ୍ଲାର କଲିମେଳା ବ୍ଲକ ଅନ୍ତର୍ଗତ ତେଲରାଇ ପଞ୍ଚାୟତର ଏମ୍ ଭି ୭୭ ଗ୍ରାମରେ ପାନ ଚାଷ କରି ସ୍ବାବଲମ୍ବି ହେଉଛନ୍ତି ଜୟ ରାଧେ ସ୍ବୟଂସହାୟକ ଗୋଷ୍ଠିର ମହିଳାମାନେ। ଆଉ ଏହି ଚାଷ କରି ବେଶ ଭଲ ରୋଜଗାର ମଧ୍ୟ କରୁଛନ୍ତି ସ୍ବୟଂସହାୟକ ଗୋଷ୍ଠିର ମହିଳାମାନେ ।

SHG Women Become Self Dependent (ETV Bharat Odisha)

ମାଲକାନଗିରି ଜିଲ୍ଲାରେ ପ୍ରାୟ ବଙ୍ଗାଳି ଗାଁ ରହିଛି । ଏଠାରେ ବସବାସ କରୁଥିବା ଲୋକ ପ୍ରାୟତଃ ପାନ ଖାଇବାକୁ ପସନ୍ଦ କରିଥାନ୍ତି। ଫଳରେ ଘରେ ଘରେ ପାନ ବଟୁଆ ଦେଖିବାକୁ ମିଳିଥାଏ। ଏସବୁ ଦେଖି ଜୟ ରାଧେ ସ୍ବୟଂସହାୟକ ଗୋଷ୍ଠିର ମାଆ ମାନେ ନିଷ୍ପତ୍ତି ନେଇଥିଲେ ପାନ ଚାଷ କରିବା ପାଇଁ । ଏହାପରେ ଓଏଲ୍ଏମ୍ (ଓଡିଶା ଜୀବିକା ମିସନ୍ ) ସହାୟତାରେ ବ୍ୟାଙ୍କ ଲୋନ୍ କରି ୫୦ହଜାର ଟଙ୍କା ଉଠାଇ ଆରମ୍ଭ କରିଥିଲେ ପାନପତ୍ର ଚାଷ । ପ୍ରଥମେ ପଶ୍ଚିମବଙ୍ଗରୁ ପାନପତ୍ର ଚାରା ଆଣି ୫୦ ଫୁଟ/୫୦ଫୁଟ ଜାଗାରେ ପାନ ଚଆରା ଲଗାଇଥିଲେ। ଏହାର ପ୍ରାୟ ୬ ମାସ ଦେଖାରେଖା କରିବା ପରେ ଅମଳ ହୋଇଥିଲା ପାନପତ୍ର। ଦେଖୁ ଦେଖୁ ୬ରୁ ୭ ମାସ ମଧ୍ୟରେ ସ୍ଥାନୀୟ ପାନ ଦୋକାନ ଗୁଡିକୁ ପାନପତ୍ର ଯୋଗାଇବା ସହ ଆଖ ପାଖ ଅଞ୍ଚଳର ପାନପତ୍ର ବେପାରୀ ମାନେ ମଧ୍ୟ ଆସି ଏଠାରୁ ପାନପତ୍ର ବିକିବାକୁ ନେଉଥିବା ମହିଳାମାନେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ମୌସୁମୀର ଲୁଚକାଳି: ଆଗେଇ ପାରୁନି ଚାଷକାର୍ଯ୍ୟ, ଚିନ୍ତାରେ ଚାଷୀକୁଳ - Deogarh Cultivation affected

ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାର ଏମ୍ ଭି ୭୭ ଗ୍ରାମର ଜୟ ରାଧେ ସ୍ବୟଂସହାୟକ ଗୋଷ୍ଠିର ମହିଳା ମାନେ ପାନପତ୍ର ଚାଷ କରି ଜିଲ୍ଲା ପାଇଁ ଉଦାହାରଣ ପାଲଟିଛନ୍ତି । ପାନପାତ୍ର ଚାଷ କରି ମହିଳା ମାନେ ଲାଭବାନ ହୋଇଛନ୍ତି । ଏହି ୬ମାସ ମଧ୍ଯରେ ଏତେ କମ୍ ଜାଗାରେ ପାନପାତ୍ର ଚାଷ କରି ୨୦ ରୁ ୩୦ ହଜାର ଟଙ୍କା ରୋଜଗାର କରିପାରିଛନ୍ତି ଏହି ମହିଳାମାନେ। ଏହାସହ ଏଠାରୁ ପାନପତ୍ର ନେଇ ବେଶ ଭଲ ରୋଜଗାର କରୁଥିବା କହିଛନ୍ତି ପାନପତ୍ର ବେପାରୀ । ତେବେ ଏଠାକାର ମହିଳାଙ୍କୁ ଦେଖି ଜିଲ୍ଲାର ବହୁ ସ୍ବୟଂସହାୟକ ଗୋଷ୍ଟି ର ମହିଳା ମାନେ ବି ପାନପତ୍ର ଚଷ କରିବାକୁ ମନ ବଳାଇଛନ୍ତି । ଏଥିପ୍ରତି ସରକାରଙ୍କ ଦୃଷ୍ଟି ପଡିଲେ ମହିଳାମାନେ ଆହୁରି ଆଗକୁ ଯାଇପାରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ଜୟ ରାଧେ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details