ଓଡିଶା

odisha

କୁଆଡେ଼ ଗଲା କୋଣାର୍କ ମ୍ୟୁଜିୟମର ୧୩ଟି ବିରଳ କୀର୍ତ୍ତିରାଜି ? ତଦନ୍ତରେ ଅବହେଳା ଅଭିଯୋଗ - Sculpture Missing Issue

Sculpture Missing From Museum: ଦୀର୍ଘ ବର୍ଷ ଧରି ମିଳୁନି କୋଣାର୍କ ମ୍ୟୁଜିୟମରୁ ଉଭାନ ଥିବା ସୂର୍ଯ୍ୟମନ୍ଦିରର ୧୩ଟି ବିରଳ କୀର୍ତ୍ତିରାଜି । ତଦନ୍ତରେ ଏଏସଆଇ ତତ୍ପରତା ଦେଖାଉନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Mar 31, 2024, 4:02 PM IST

Published : Mar 31, 2024, 4:02 PM IST

Sculpture Missing
Sculpture Missing

କୁଆଡେ଼ ଗଲା କୋଣାର୍କ ମ୍ୟୁଜିୟମର ୧୩ଟି ବିରଳ କୀର୍ତ୍ତିରାଜି ? ତଦନ୍ତରେ ଅବହେଳା ଅଭିଯୋଗ

ନିମାପଡ଼ା: ମିଳୁନି କୋଣାର୍କ ମ୍ୟୁଜିୟମରୁ ଉଭାନ ଥିବା ସୂର୍ଯ୍ୟମନ୍ଦିରର ୧୩ଟି ବିରଳ କୀର୍ତ୍ତିରାଜି । ଏନେଇ ପ୍ରଧାନମନ୍ତ୍ରୀ, ସଂସ୍କୃତି ମନ୍ତ୍ରାଳୟ, ସିଭସି, ସିଏଜିକୁ ତଦନ୍ତ ପାଇଁ ମାନବାଧିକାରକର୍ମୀ ଏନ.ଏ ସାହା ଅନସାରୀ ଚିଠି ଲେଖିଛନ୍ତି । ପୂର୍ବରୁ ଏନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏଏସଆଇ ଅବହେଳା କରିଥିବା ଅଭିଯୋଗ ହୋଇଛି । ଗତ କିଛି ବର୍ଷ ତଳେ ଏଠାରୁ କେତେକ ବିରଳ ମୂର୍ତ୍ତିଗୁଡିକୁ ଗୁପ୍ତ ଭାବେ ବିଦେଶକୁ ସ୍ଥାନାନ୍ତରିତ କରାଯାଇଥିବା ଖବର ସମଗ୍ର ଦେଶରେ ଏ ନେଇ ଚହଳ ପକାଇଥିଲା । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ଏକ୍ସପର୍ଟ ଟିମ ମଧ୍ୟ ତଦନ୍ତ ପରେ 13ଟି ବିରଳ କୀର୍ତ୍ତିରାଜି ଉଭାନ ଥିବା ଦର୍ଶାଇଥିଲେ । ଏହାକୁ 7 ବର୍ଷି ବିତିଯାଇଥିଲେ ସୁଦ୍ଧା ଏହାକୁ ଠାବ କରାଯାଇ ପାରିନାହିଁ ।

ସୂଚନା ଅନୁସାରେ, ପର୍ଯ୍ୟଟନ ବିଭାଗର ନାଟ୍ୟମଣ୍ଡପ ସମ୍ମୁଖରେ ୧୯୬୮ ମସିହାରେ ୨୫ ଏକରରୁ ଊର୍ଦ୍ଧ୍ବ ଜମିରେ ଏକ ସଂଗ୍ରହାଳୟ ନିର୍ମାଣ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ୨୬୦ଟି ଅତି ବଡ଼ବଡ଼ ବିରଳ କୀର୍ତ୍ତିରାଜି ଗୁଡିକୁ ରଖାଯାଇଥିବାବେଳେ ପରେ ଆହୁରି ୩ ହଜାର ବିରଳ ମୂର୍ତ୍ତି ସଂଗ୍ରହ କରାଯାଇ ୪ଟି ବଡ଼ ହଲରେ ରଖାଯାଇଥିଲା । ଦେଶ ବିଦେଶ ପର୍ଯ୍ୟଟକଙ୍କ ସମେତ ଐତିହ୍ୟାସିକ, ଗବେଷକ ଓ ତଥା ସାଧାରଣ ଲୋକମାନଙ୍କ ପାଇଁ ଏହାକୁ ପ୍ରଦର୍ଶିତ କରାଯାଉଛି । ପରବର୍ତ୍ତୀ ପର୍ଯ୍ୟାୟରେ ସଂଗ୍ରହାଳୟ ପଛପଟେ ଏକ ହଲ ନିର୍ମାଣ କରାଯାଇ ସେଥି ମଧ୍ୟରେ ୭ ହଜାର ସୂର୍ଯ୍ୟମନ୍ଦିରର ଭାଙ୍ଗିରୁଜି ଯାଇଥିବା ବିରଳ କୀର୍ତ୍ତିରାଜିଗୁଡିକୁ ସଂଗ୍ରହ କରାଯାଇ ରଖାଯାଇଛି । ୧୧୦ଟି ସୁରକ୍ଷିତ ବିରଳ କୀର୍ତ୍ତିରାଜିଗୁଡିକୁ ମ୍ୟୁଜିୟମର ସମ୍ମୁଖ ଭାଗର ଦୁଇ ଧାଡିରେ ପଥରର ସ୍ତମ୍ଭ ନିର୍ମାଣ କରାଯାଇ ସୁସଜ୍ଜିତ କରାଯାଇ ରଖାଯାଇଛି ।

ଏବେବି ୨୦ ହଜାରରୁ ଊର୍ଦ୍ଧ୍ବ ବିରଳ କୀର୍ତ୍ତିରାଜି ଭଙ୍ଗାରୁଜା ଅବସ୍ଥାରେ ମ୍ୟୁଜିୟମ ବାହାରେ ପରିତ୍ୟକ୍ତ ଭାବେ ପଡିରହିଛି । ଗତ କିଛି ବର୍ଷ ତଳେ ଏଠାରୁ କେତେକ ବିରଳ ମୂର୍ତ୍ତିଗୁଡିକୁ ଗୁପ୍ତ ଭାବେ ବିଦେଶକୁ ସ୍ଥାନାନ୍ତରିତ କରାଯାଇଥିବା ଖବର ସମଗ୍ର ଦେଶରେ ଏ ନେଇ ଚହଳ ପକାଇଥିଲା । ମାତ୍ର ଏହି ଖବରକୁ ସେତେବେଳେ ସ୍ଥାନୀୟ ଏଏସଆଇ ଅଧିକାରୀମାନେ ମିଥ୍ୟା ଖବର କହି ଏଡାଇଦେଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଳାୟ ପକ୍ଷରୁ ଏନେଇ ୨୦୧୫ ମସିହାରେ ଏକ ଏକ୍ସପର୍ଟ କମିଟି ଗଠନ କରାଯାଇ ତଥ୍ୟ ସଂଗ୍ରହ କରାଯାଇଥିଲା । ଏକ୍ସପର୍ଟ କମିଟିର ରିପୋର୍ଟ ଅନୁଯାୟୀ, କୋଣାର୍କ ମ୍ୟୁଜିୟମରେ ଥିବା ବିରଳ କୀର୍ତ୍ତିରାଜି ଗୁଡିକ ମଧ୍ୟରୁ ୧୩ଟି ଅତି ବିରଳ ମୂଲ୍ୟବାନ କୀର୍ତ୍ତିରାଜି ଉଭାନ ହୋଇଯାଇଥିବା ଦର୍ଶାଇଥିଲେ । ଏନେଇ ଏଏସଆଇ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ କରି ଉଭାନ ହୋଇଥିବା କୀର୍ତ୍ତିରାଜିର ଅବସ୍ଥିତିକୁ ଖୋଜି ବାହାର କରିବାକୁ ପରାମର୍ଶ ଦିଆଯାଇଥିଲା ।

ଦୀର୍ଘ ୭ ବର୍ଷ ବିତିଯାଇଥିଲେ ମଧ୍ୟ ଏଏସଆଇ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ୨୦୨୨ ମସିହାରେ ସିଏଜିର ଅଡ଼ିଟ୍ ରିପୋର୍ଟରେ ସାଙ୍ଘାତିକ ତଥ୍ୟ ଲୋକ ଲୋଚନକୁ ଆସିଥିଲା । କୋଣାର୍କ ମିୟୁଜିୟମରୁ ଉଭାନ ହୋଇଥିବା ୧୩ ଟି ବିରଳ ମୂର୍ତ୍ତି ଦୀର୍ଘ ୯ ବର୍ଷ ପରେ ବି ମିଳିପାରିନାହିଁ । ଏନେଇ କୋଣାର୍କ ସୂର୍ଯ୍ୟମନ୍ଦିରର ସଂଗ୍ରହାଳୟ ଦାୟିତ୍ୱରେ ଥିବା ଅଧିକାରୀ ପ୍ରତାପ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, "ଏଠାରୁ କୌଣସି ବିରଳ ମୂର୍ତ୍ତି ଚୋରି କି ସ୍ଥାନାନ୍ତରିତ ହୋଇନାହିଁ ସମସ୍ତ ତଥ୍ୟ ଭୁବନେଶ୍ୱର ସର୍କଲ ସୁପରିଟେଣ୍ଡେଡେଣ୍ଟ ଦେଇପାରିବେ ।" ଏପରି କଥାରେ ତାଳମେଳ ନରହିବା ସୃଷ୍ଟି କରିଛି ପ୍ରଶ୍ନବାଚୀ ।

ଏହା ମଧ୍ୟ ପଢନ୍ତୁ...ପୁରୁଣା ଐତିହ୍ୟକୁ ହତାଦାର, ଅବହେଳିତ ଅବସ୍ଥାରେ ସପ୍ତମ ଶତାବ୍ଦୀର ବିଷ୍ଣୁ ମନ୍ଦିର

ସୂଚନା ଅନୁସାରେ, ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରୁ ବିଦେଶରେ ଇଣ୍ଡିଆ ଫେଷ୍ଟିଭାଲ ଆରମ୍ଭ କରାଯାଇ ଭାରତର ବିଭିନ୍ନ ବିରଳ କୀର୍ତ୍ତିରାଜି ପ୍ରଦର୍ଶିତ କରାଯାଇଥାଏ । ସେଥିପାଇଁ ଦିଲ୍ଲୀ ସ୍ଥିତ ଜାତୀୟ ସଂଗ୍ରହାଳୟ ପକ୍ଷରୁ ବିଭିନ୍ନ ରାଜ୍ୟର ବିରଳ କୀର୍ତ୍ତିରାଜି ଗୁଡିକକୁ ବୀମା ଭୁକ୍ତ କରି ବିଦେଶରେ ହେଉଥିବା ଇଣ୍ଡିଆ ଫେଷ୍ଟିଭାଲକୁ ନିଆଯାଏ । ପରେ ଏହାକୁ ଆସିଥିବା ସଂଗ୍ରହାଳୟକୁ ଫେରାଇ ଦିଆଯାଇଥାଏ । ମାତ୍ର କୋଣାର୍କ ମ୍ୟୁଜିୟମରୁ ଯାଇଥିବା ବିରଳ ମୂର୍ତ୍ତି ଗୁଡିକ ମଧ୍ୟରୁ ୧୩ଟି ଅତି ବିରଳ ମୂର୍ତ୍ତି ଉଭାନକୁ ହୋଇଛି । ଏହା ଫେରିଛି କି ନାହିଁ? ନା ବିଦେଶରେ ଏହାକୁ କିଛି ଅଧିକାରୀ ଯୋଜନା ମୁତାବକ ବିଦେଶୀଙ୍କ ହାତରେ ଟେକି ଦେଇଛନ୍ତି ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details