ଓଡିଶା

odisha

8ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ! 20ଦିନ ଚାଲିବ ଗଣତି ପ୍ରକ୍ରିୟା, ଶୁକ୍ରବାର ଯାଞ୍ଚ କମିଟି ବୈଠକ - SHREE MANDIR RATNA BHANDAR OPENING

By ETV Bharat Odisha Team

Published : Jul 3, 2024, 7:02 AM IST

Updated : Jul 3, 2024, 8:23 AM IST

Shree Mandir Ratna Bhandar may open on july 8: ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ! ଏସମ୍ପର୍କୀତ ଏକ ଚିଠି ସାର୍ବଜନୀନ ପରେ ବଢ଼ିଲା ଚର୍ଚ୍ଚା । ଆସନ୍ତା ୮ ତାରିଖରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଅଳଙ୍କାର ଗଣତି ହେବ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

Ratna Bhandar open
Ratna Bhandar open (ETV Bharat Odisha)

ପୁରୀ:ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ! ଆସନ୍ତା ୮ ତାରିଖରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର ଅଳଙ୍କାର ଗଣତି ହେବ ! ଏ ସମ୍ପର୍କୀତ ଏକ ଚିଠି ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ଚର୍ଚ୍ଚା ଜୋର ଧରିଛି । ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର ଅଳଙ୍କାର ଗଣତି ୮ ତାରିଖରୁ ଆରମ୍ଭ ହେବା ନେଇ ଚିଠିରେ ଉଲ୍ଲେଖ ରହିଛି ।

8ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର (ETV BHARAT ODISHA)

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଚିଠିରେ ରତ୍ନ ଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଓଡ଼ିଶା ଗସ୍ତସୂଚୀ ସମ୍ପର୍କରେ ଉଲ୍ଲେଖ ଥିବା ବେଳେ ଏହା କେଉଁ ବିଭାଗ ପକ୍ଷରୁ ଜାରି କରାଯାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଏହି ଚିଠି ଅନୁଯାୟୀ, ରତ୍ନ ଭଣ୍ଡାରରେ ଗଣତି ହେବା ପୂର୍ବରୁ 5 ତାରିଖରେ ରତ୍ନ ଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ । ଏହାପରେ ଆସନ୍ତା 8 ତାରିଖରୁ 27 ତାରିଖ ଯାଏ ଏହି ଗଣତି କାର୍ଯ୍ୟ ହେବ । ଅରିଜିତ ପଶାୟତଙ୍କ ନେତୃତ୍ୱରେ ଏହି ରତ୍ନ ଗଣତି ମଣତି ହେବ । ଦୀର୍ଘ 20 ଦିନ ଧରି ଏହି ଗଣତି କାର୍ଯ୍ୟ ହେବ ।

Arijit Pasayat visit program (ETV Bharat Odisha)

ଏହାମଧ୍ୟ ପଢନ୍ତୁ.. 'ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର, ଦୁର୍ନୀତି କରିଥିବା ଲୋକ ପାତାଳରେ ଥିଲେ ବି ଦଣ୍ଡ ଭୋଗିବ' - Ratna Bhandar to open soon

ପ୍ରକାଶଯୋଗ୍ୟ,ଦୀର୍ଘ ଦିନ ହେଲା ରତ୍ନଭଣ୍ଡାର ବିବାଦ ଜାରି ରହିଛି । ଏହାକୁ ଖୋଲିବା ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଅଛି । ତେବେ ରତ୍ନଭଣ୍ଡାର ଖୋଲିବା ଓ ଏଥିରେ ଥିବା ଅଳଙ୍କାର ଗଣତି ମଣତି ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିମ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା । ଖୁବଶୀଘ୍ର ରତ୍ନ ଭଣ୍ଡାର ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଥିଲେ । ତେବେ ରତ୍ନ ଭଣ୍ଡାର ଖୋଲିବା ନେଇ ରାଜ୍ୟ ଗୃହ ସଚିବଙ୍କ ଚିଠି ସାର୍ବଜନୀନ ହୋଇଥିବା ବେଳେ ଏ ନେଇ କିନ୍ତୁ ରାଜ୍ୟ ସରକାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ପୁରୀ

Last Updated : Jul 3, 2024, 8:23 AM IST

ABOUT THE AUTHOR

...view details