ଓଡିଶା

odisha

Patient On Cot: ରାସ୍ତା ଦୁରବସ୍ଥା, ମୃତ ଶିଶୁ ଜନ୍ମ ଦେଲେ ଗର୍ଭବତୀ, ଆଣ୍ଠୁଏ ପାଣିରେ ଖଟିଆରେ ବୁହାହେଲେ ରୋଗୀ - Patients Carried On Cot

By ETV Bharat Odisha Team

Published : Aug 31, 2024, 1:05 PM IST

Updated : Aug 31, 2024, 1:12 PM IST

Two Patients Carried To Hospital on Cot: ସମ୍ବଲପୁରରୁ ସାମନାକୁ ଆସିଛି ସ୍ବାସ୍ଥ୍ୟସେବାର ଦୁଇ ଦୁଇଟି ବିକଳ ଚିତ୍ର । ଜଣେ ରୋଗୀ ଆଣ୍ଠୁଏ ପାଣିରେ ଖଟିଆରେ ବୁହାହୋଇ ଯାଇଥିବାବେଳେ ଅନ୍ୟ ଜଣେ ଗର୍ଭବତୀ ମଧ୍ୟ ଖଟିଆରେ ବୁହାହୋଇଛନ୍ତି । ପଢନ୍ତୁ ପୂରା ଖବର ।

Two Patients Carried To Hospital on Cot
Two Patients Carried To Hospital on Cot (ETV Bharat Odisha)

ସମ୍ବଲପୁର: କାଦୁଅ ପଚପଚ ରାସ୍ତାରେ ଆସିପାରିଲାନି ଆମ୍ବୁଲାନ୍ସ । ଭରା ଭରା ନାଳରେ ବୁହାଗଲେ ରୋଗୀ । ସମ୍ବଲପୁରରୁ ସାମନାକୁ ଆସିଛି ଏହି ଦୁଇ ଦୁଇଟି ଅଭାବନୀୟ ଦୃଶ୍ୟ । ଏଠାକାର ରାସ୍ତା ସମସ୍ୟା ବଖାଣୁଛି ବିକାଶର ନଗ୍ନ ଚିତ୍ର । ଗୋଟିଏ ପଟେ ରେଢ଼ାଖୋଲ ବ୍ଳକ ଲୁହାପଙ୍କ ଅଞ୍ଚଳରେ ଗର୍ଭବତୀଙ୍କୁ ଖଟିଆରେ ବୁହା ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ କୁଚିଣ୍ଡା ନିକଟରେ ରାସ୍ତା ସମସ୍ୟା ଯୋଗୁ ଜଣେ ରୋଗୀ ଡାକ୍ତରଖାନା ଯିବାବେଳେ ବାଧା ଉପୁଜିଥିବା ଦେଖିବାକୁ ମିଳିଛି ।

Two Patients Carried To Hospital on Cot (ETV Bharat Odisha)

ଖଟିଆରେ ବୁହାହେଲେ ଗର୍ଭବତୀ:
ଗତକାଲି(ଶୁକ୍ରବାର) ରେଢ଼ାଖୋଲ ବ୍ଳକ ଲୁହାପଙ୍କ ପଞ୍ଚାୟତ ଅନ୍ତର୍ଗତ ଖର୍ସାଲି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନରେ ଖର୍ସାଲି ଗ୍ରାମର ରଥି କିଶାନଙ୍କ ପତ୍ନୀ ପ୍ରମିଳା କିଶାନଙ୍କ ପ୍ରସବ ବେଦନା ହୋଇଥିଲା । ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାରଲୋକେ । କିନ୍ତୁ ଗାଁ ରାସ୍ତା ଭଲ ନଥିବାରୁ ତାଙ୍କ ଘରଠାରୁ ପ୍ରାୟ ଅଢେଇ କିଲୋମିଟର ଦୂର ବେତଗଡଠାରେ ଆମ୍ବୁଲାନ୍ସ ଅଟକି ଯାଇଥିଲା।

Two Patients Carried To Hospital on Cot (ETV Bharat Odisha)

ବାଟରେ ଶିଶୁପୁତ୍ର ଜନ୍ମନେଲା:

ଏଭଳି ପରିସ୍ଥିତିରେ ଆମ୍ବୁଲାନ୍ସ କର୍ମଚାରୀ ସେଠାରେ ପହଞ୍ଚିବା ପୂର୍ବରୁ ମହିଳା ଜଣଙ୍କ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ସୁଜିତ ସାହୁ, ଦୀପକ ପ୍ରଧାନ ଓ କପିଳ ପ୍ରଧାନ ଏବଂ ଆଶାକର୍ମୀଙ୍କ ସହାୟତାରେ ଷ୍ଟେଚର ଯୋଗେ ତାଙ୍କୁ ଆମ୍ବୁଲାନ୍ସ ନିକଟକୁ ବୋହି ଅଣାଯଆଇଥିଲା । ପରେ ନିକଟସ୍ଥ ରେଢ଼ାଖୋଲ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ସେବା ମନୋଭାବକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହିତ ଏହି ଗାଁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି।

ଏହା ବି ପଢନ୍ତୁ...3 କିମି ଖଟିଆରେ ବୁହା ହେଲେ ଗର୍ଭବତୀ, ବାଟରେ ପ୍ରସବ ପରେ ନବଜାତ ମୃତ - Pregnant Lady Carried On Cot

ବୁହାହେଲେ ରୋଗୀ:

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବିଲୁଙ୍ଗ ଗାଁ ନେଟିଡିହି ପଡାର ସୁରଜ କିଶାନ ସପ୍ତାହେ ହେବ ଅସୁସ୍ଥ ରହିଥିଲେ । ଲଗାଣ ବର୍ଷା ଯୋଗୁଁ ଡାକ୍ତରଖାନା ଯାଇ ନପାରି ଘରେ ପଡି ରହିଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ଶୁକ୍ରବାର ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ଗାଁକୁ ଯେଉଁ ରାସ୍ତା ଅଛି ତାହା କାଦୁଅ ପଚ୍ ପଚ୍ । ପୁଣି ବାଟରେ ପଡୁଛି ନାଳ । ଏଭଳି ସ୍ଥିତିରେ ଆମ୍ବୁଲାନ୍ସ ଗାଁକୁ ଆସିପାରିଲା ନାହିଁ ।କେଶାଇବାହାଲଠାରୁ ଆମ୍ବୁଲାନ୍ସ ଆସିଥିଲେ ବି ପାର୍ ନହୋଇପାରି ମନ୍ଦଳିଆ ନାଳ ନିକଟରେ ଅଟକି ରହିଥିଲା । ଆଉ କୌଣସି ଉପାୟ ନପାଇ ଗାଁ ଲୋକେ ରୋଗୀଙ୍କୁ ବୋହି ନାଳ ପାର ହୋଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ । ପରେ ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Two Patients Carried To Hospital on Cot (ETV Bharat Odisha)

ସମ୍ବଲପୁର CDMO ଡାକ୍ତର ସୁଜାତାରାଣୀ ମିଶ୍ର ଇଟିଭି ଭାରତକୁ ସୂଚନା ଦେଇଛନ୍ତି ଯେ, ' କୁଚିଣ୍ଡା ଘଟଣାରେ ଆମ୍ବୁଲାନ୍ସ ସେଠାରେ ପହଞ୍ଚିଥିଲା । ମାତ୍ର ଗାଁକୁ ରାସ୍ତା ନଥିବାରୁ ସମସ୍ୟା ହେଲା । ତେବେ ରେଢ଼ାଖୋଲରେ ଜଣେ ପ୍ରସୂତୀ ମୃତ ନବଜାତ ଶିଶୁ ଜନ୍ମଦେବା ଘଟଣା ତାଙ୍କ ଗୋଚରକୁ ଆସିନାହିଁ । '

ଇଟିଭି ଭାରତ, ସମ୍ବଲପୁର

Last Updated : Aug 31, 2024, 1:12 PM IST

ABOUT THE AUTHOR

...view details