ETV Bharat / entertainment

ଦୁଇ ବର୍ଷ ପରେ ପରଦାକୁ ଫେରୁଛନ୍ତି ଅର୍ଦ୍ଧେନ୍ଦୁ-ତମନ୍ନା, ଦଶହରାରେ 'ଭିଲେନ' ସହ କରିବେ ଧମାକା - Odia Fim Villain

author img

By ETV Bharat Odisha Team

Published : Sep 18, 2024, 5:37 PM IST

Odia Fim Villain Release On Dussehra: ଆସୁଛି ନୂଆ ଓଡ଼ିଆ ଫିଲ୍ମ 'ଭିଲେନ' । ଏହି ଫିଲ୍ମ ସହ ପୁଣି ପରଦାରେ ଏକାଠି ନଜର ଆସିବେ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ଏବଂ ତମନ୍ନା ବ୍ୟାସ । ଦଶହରାରେ ଏହି ଫିଲ୍ମ ରିଲିଜ ହେବାକୁ ଥିବା ଫ୍ୟାନ୍ସ ଫିଲ୍ମ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

2 ବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି ଅର୍ଦ୍ଧେନ୍ଦୁ-ତମନ୍ନା, ଦଶହରାରେ 'ଭିଲେନ' ସହ କରିବେ ଧମାକା
2 ବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି ଅର୍ଦ୍ଧେନ୍ଦୁ-ତମନ୍ନା, ଦଶହରାରେ 'ଭିଲେନ' ସହ କରିବେ ଧମାକା (ETV Bharat Odisha)

ଭୁବନେଶ୍ୱର: ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ 'ଭିଲେନ' । ତେବେ ଫିଲ୍ମ ରିଲିଜକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ନିର୍ମାତା ଫିଲ୍ମର ଟିଜର ରିଲିଜ କରିଛନ୍ତି । ଭୁବନେଶ୍ୱର ସ୍ଥିତ ଏସପ୍ଲାନେଡ ମଲରେ ଟିଜର ରିଲିଜ ହୋଇଯାଇଛି । ଟିଜରଟି ଆକ୍ସନରେ ଭରପୁର ରହିଥିବା ବେଳେ ଲୋକେ ବେଶ ପସନ୍ଦ କରିଛନ୍ତି ଏବଂ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଦୁଇ ବର୍ଷ ପରେ ଏକାଠି ନଜର ଆସିବେ ଅର୍ଦ୍ଧେନ୍ଦୁ-ତମନ୍ନା

'ଭିଲେନ'ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଓଡ଼ିଶାର ଜଣାଶୁଣା ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ଏବଂ ତାଙ୍କ ବିପକ୍ଷରେ ଓଡ଼ିଆ ଅଭିନେତ୍ରୀ ତମନ୍ନା ବ୍ୟାସଙ୍କୁ ଦେଖିବାକୁ ମିଳିବ । ତେବେ ତମନ୍ନା ଏବଂ ଅର୍ଦ୍ଧେନ୍ଦୁଙ୍କୁ ପୁଣି ଏକାଠି ଅନସ୍କ୍ରିନ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । କହିରଖୁଛୁ କି, ଉଭୟ 2021ରେ ରିଲିଜ ହୋଇଥିବା ଫିଲ୍ମ 'ଷଷ୍ଠରୁ ନଷ୍ଟ'ରେ ନଜର ଆସିଥିଲେ । ତେବେ ଦୁଇ ବର୍ଷ ପରେ ଏହି ଯୋଡ଼ି ପୁଣି ଦମଦାର କମବ୍ୟାକ କରିବାକୁ ଯାଉଛନ୍ତି । ସେପଟେ ବିବାହ ପରେ 'ଭିଲେନ' ହେଉଛି ତମନ୍ନାଙ୍କ ପ୍ରଥମ ଫିଲ୍ମ । ତମନ୍ନା ଚଳିତ ବର୍ଷ ଜାନୁଆରୀ ୧୬ରେ ତମନ୍ନା ବ୍ୟାସ ଏବଂ ସିଦ୍ଧାର୍ଥ ଅଗ୍ରୱାଲ ବିବାହ କରିଛନ୍ତି ।

'ଭିଲେନ' ଅନ୍ୟାନ୍ୟ ଷ୍ଟାରକାଷ୍ଟ

ସେହିପରି ଏହି ଫିଲ୍ମରେ ଅନ୍ୟ ଚରିତ୍ରରେ ଅଛନ୍ତି ଉଷାସୀ ମିଶ୍ର, କେକେ, ସମରେଶ, ବବି ମିଶ୍ର, ଶକ୍ତି ବରାଳ, ବ୍ରଜ ସିଂ, ଇଲୁ ବାନାର୍ଜୀ, ରବି ମିଶ୍ର, ରାଜୁ ଦାସ ଓ ସୋନୁ ନଜର ଆସିବେ । ଆଦିଲକ୍ଷ୍ମୀ ଏଣ୍ଟର୍ଟେନମେଣ୍ଟ ବ୍ୟାନରରେ ନିର୍ମିତ "ଭିଲେନ"ର ପ୍ରଯୋଜନା କରିଛନ୍ତି ଆଦିକନ୍ଦ ସାହୁ । କେ. ମୁରଲୀକ୍ରିଷ୍ଣା 'ଭିଲେନ'ର ନିର୍ଦ୍ଦେଶନା ଦେଇଥିବା ବେଳେ ଚଳଚ୍ଚିତ୍ରର ସଙ୍ଗୀତ ଦେଇଛନ୍ତି ଜାପାନୀ ଭାଇ । ଗୀତ ରଚନା କରିଛନ୍ତି ତପୁ ନାୟକ, ବାପୁ ଗୋସ୍ୱାମୀ ଓ ରଞ୍ଜନ ନାୟକ । ଗୀତ ମଧ୍ୟ ନିକଟରେ ରିଲିଜ ହୋଇଥିବା ବେଳେ ବେଶ ଲୋକପ୍ରିୟତା ହାସଲ କରିବା ସହ ଟ୍ରେଣ୍ଡିଂରେ ରହିଛି ।

ଏହା ମଧ୍ୟ ପଢନ୍ତୁ: ବିବାହ କଲେ ତମନ୍ନା ବ୍ୟାସ, ସିଦ୍ଧାର୍ଥ ଅଗ୍ରୱାଲଙ୍କ ସହ ପଡିଲା ହାତଗଣ୍ଠି

ଏହି ଦିନ ପରଦାକୁ ଆସୁଛି 'ଭିଲେନ'

ଏଥିରେ ଅଭିନେତା ଅର୍ଦ୍ଧେନ୍ଦୁଙ୍କୁ ଜଣେ ଗାଙ୍ଗଷ୍ଟର ଭୂମିକାରେ ଦେଖିବାକୁ ମିଳିବ । ତେଣୁ ଫିଲ୍ମର ଟ୍ୟାଗ ଲାଇନ ରହିଛି 'ଭିଲେନ-ଲାଇଫ ଅଫ ଏ ଗ୍ୟାଙ୍ଗଷ୍ଟର'। ଫିଲ୍ମରେ ଭରପୂର ଆକ୍ସନ ଦୃଶ୍ୟ ରହିଥିବା ବେଳେ ଅର୍ଦ୍ଧେନ୍ଦୁ ବିନା ଡୁପ୍ଲିକେଟରେ ସେସବୁ ଦୃଶ୍ୟ ଦେଇଛନ୍ତି । ଏହି ଫିଲ୍ମ ଦଶହରା ଅବସରରେ ଅକ୍ଟୋବର 9ରେ ରିଲିଜ ହେବ । ତେବେ ଚଳଚ୍ଚିତ୍ରର ଗୀତ ଓ ଟିଜରକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମକୁ ମଧ୍ୟ ସବୁ ବର୍ଗର ଦର୍ଶକ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ନିର୍ମାତା ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଫିଲ୍ମ 'କର୍ମ' ଟିଜର ରିଲିଜ; ପ୍ରଥମ ଥର ଅନସ୍କ୍ରିନ ରୋମାନ୍ସ କରିବେ ଅନୁଭବ-ସୂର୍ଯ୍ୟମୟୀ

ଦଶହରାରେ 'ଭିଲେନ'-'କର୍ମ'କଡା ଟକ୍କର

ସୂଚନା ଥାଉ କି, 'ଭିଲେନ' ସହ 'କର୍ମ' ଫିଲ୍ମର କଡା ଟକ୍କର ଦେଖିବାକୁ ମିଳିବ । କାରଣ ଅକ୍ଟୋବର 9ରେ 'ଭିଲେନ' ରିଲିଜ ହେବାକୁ ଥିବା ବେଳେ ଅନୁଭବ ମହାନ୍ତିଙ୍କ ଫିଲ୍ମ 'କର୍ମ' ମଧ୍ୟ ସେହି ଦିନ ପରଦାକୁ ଆସୁଛି । ଏପରି ସମୟରେ ପୂଜା ମାହୋଲ ସରଗରମ ହେବା ସହ ଲୋକେ ଉଭୟ ଫିଲ୍ମର ମଜା ନେବେ ଦର୍ଶକ । ତେବେ ଦଶହରା ବଜାରରେ କେଉଁ ଫିଲ୍ମ ବାଜି ମାରୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.