ETV Bharat / sports

ଭାରତ-ବାଂଲାଦେଶ ମ୍ୟାଚ୍‌କୁ ବିରୋଧ; BCCI ଓ ସରକାରକୁ ଘେରିଲେ ଏହି ନେତା - IND vs BAN Test

author img

By ETV Bharat Sports Team

Published : Sep 18, 2024, 5:26 PM IST

IND vs BAN Test : ଗୁରୁବାରଠାରୁ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ । ହେଲେ ଏହି ମ୍ୟାଚ୍‌ ପୂର୍ବରୁ ଏହି ସିରିଜକୁ ବିରୋଧ ଆରମ୍ଭ ହୋଇଛି । ଦେଶରେ ବିରୋଧୀ INDIA ମେଣ୍ଟର ନେତା ଏହି ମ୍ୟାଚ୍‌କୁ ବିରୋଧ କରିଛନ୍ତି । କାହିଁକି ଓ କିଏ ଏହି ମ୍ୟାଚ୍‌କୁ ବିରୋଧ କରୁଛି ଜାଣନ୍ତୁ,

Aaditya Thackeray on IND vs BAN Test
Aaditya Thackeray on IND vs BAN Test (IANS and ETV Bharat Photo)

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳ 19 ସେପ୍ଟେମ୍ବରରୁ ବାଂଲାଦେଶ ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି । ଏହାପୂର୍ବରୁ ଏହି ସିରିଜକୁ ନେଇ ଦେଶରେ ବିରୋଧର ସ୍ବର ଉଠିଛି । ଶିବସେନା (ଉଦ୍ଧବ ଦଳ) ନେତା ଆଦିତ୍ୟ ଠାକରେ ଭାରତ-ବାଂଲାଦେଶ ସିରିଜକୁ ବିରୋଧ କରିଛନ୍ତି । ତାଙ୍କ ସୋସିଆଲ ମିଡିଆ 'X' ଆକାଉଣ୍ଟରେ ପୋଷ୍ଟ କରି ସେ ପଚାରିଛନ୍ତି ଯେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଉଥିବାବେଳେ ସେହି ଦେଶ ସହିତ କୌଣସି ଖେଳ କିପରି ହୋଇପାରିବ ? ସେ ଉଭୟ ବିସିସିଆଇ ଏବଂ ସରକାରଙ୍କୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ।

ଭାରତ-ବାଂଲାଦେଶ ଟେଷ୍ଟ ସିରିଜକୁ ବିରୋଧ :-

ଆଦିତ୍ୟ ଠାକରେ 'X'ରେ ପୋଷ୍ଟ କରି ଲେଖିଛନ୍ତି, 'ତେବେ ବାଂଲାଦେଶ କ୍ରିକେଟ୍ ଦଳ ଭାରତ ଗସ୍ତରେ ଅଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରୁ କେବଳ ଏତିକି ଜାଣିବାକୁ ଚାହୁଁଛି, ଗତ 2 ମାସ ମଧ୍ୟରେ ବାଂଲାଦେଶର ହିନ୍ଦୁମାନଙ୍କ ଉପରେ ହୋଇଥିବା ହିଂସା, ଯାହା କିଛି ଗଣମାଧ୍ୟମ ଏବଂ ସୋସିଆଲ ମିଡିଆ ଆମକୁ ଜଣାଇଛି, ତାହା ସତ କି ? ଯଦି ହଁ, ଯଦି ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁମାନେ ସେହି ଦେଶରେ ହିଂସାର ସମ୍ମୁଖୀନ ହୋଇଥିଲେ, ତେବେ ବିଜେପି ଦ୍ବାରା ପରିଚାଳିତ ଭାରତ ସରକାର ବିସିସିଆଇ ଉପରେ ଏତେ ନରମ ଆଭିମୁଖ୍ୟ ଗ୍ରହଣ କରି ଏହି ଖେଳକୁ କାହିଁକି ଅନୁମତି ଦେଉଛନ୍ତି ?'

ବିଜେପି ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଟାର୍ଗେଟ :-

ଆଦିତ୍ୟ ଠାକରେ ଆହୁରି କହିଛନ୍ତି, 'ବାଂଲାଦେଶ ସମ୍ପର୍କରେ ପ୍ରସାରିତ ହିଂସା ଖବର ସମ୍ପର୍କରେ ଲଗାତାର ସୋସିଆଲ ମିଡିଆ ଏବଂ ଗଣମାଧ୍ୟମ ରିପୋର୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହମତ କି ? ଯଦି ନାଁ, ତେବେ ଏଠାରେ ସେମାନଙ୍କ ଟ୍ରୋଲ ବାଂଲାଦେଶରେ ହିଂସା ହୋଇଥିବା ଦର୍ଶାଇ ଭାରତୀୟଙ୍କ ମଧ୍ୟରେ ଘୃଣା ସୃଷ୍ଟି କରୁଛି । ଏଭଳି ସ୍ଥିତିରେ ବିସିସିଆଇ ସମାନ ବାଂଲାଦେଶୀ ଦଳ ସହ କ୍ରିକେଟ୍ ସିରିଜ ଆୟୋଜନ କରୁଛି । ମୁଁ ଆଶ୍ଚର୍ଯ୍ୟ ହେଉଛି ଯେଉଁମାନେ ଏହି ହିଂସା ବିରୋଧରେ ସକ୍ରିୟ ପ୍ରଚାର କରୁଛନ୍ତି, ସେମାନେ ବିସିସିଆଇ ସହିତ କଥାବାର୍ତ୍ତା କରୁନାହାନ୍ତି ଏବଂ ପ୍ରଶ୍ନ ପଚାରୁନାହାଁନ୍ତି କାହିଁକି ? ଏହି ହିଂସା ସତ୍ୟ, ନା ଏହା କେବଳ ଭାରତରେ ଘୃଣା ସୃଷ୍ଟି କରିବା ଏବଂ ନିର୍ବାଚନ ପ୍ରଚାର କରିବା ପାଇଁ ?'

ଭାରତ ବନାମ ବାଂଲାଦେଶ ଟେଷ୍ଟ :-

ପ୍ରକାଶ ଥାଉ, ଭାରତ ଗସ୍ତରେ ଆସିଥିବା ବାଂଲାଦେଶୀ ଦଳ ଏଠାରେ ପ୍ରଥମେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଏକ ଟେଷ୍ଟ ସିରିଜ ଖେଳିବ । ଯାହାର ପ୍ରଥମ ଟେଷ୍ଟ ମ୍ୟାଚ୍ 19ରୁ 23 ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବ । ଚେନ୍ନାଇସ୍ଥିତ ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ବାଂଲାଦେଶ ସହିତ ଏହି ମ୍ୟାଚ୍ ଖେଳିବାକୁ ଯାଉଛି । ଏହି ସିରିଜର ଦ୍ବିତୀୟ ମ୍ୟାଚ୍ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯିବ । ଦ୍ବିତୀୟ ମ୍ୟାଚ୍‌ 27 ସେପ୍ଟେମ୍ବରରୁ 1 ଅକ୍ଟୋବର ପର୍ଯ୍ୟନ୍ତ ଖେଳାଯିବ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.