ETV Bharat / state

ରାଜଧାନୀରେ ଝାଡଖଣ୍ଡ ଛାତ୍ର ମୃତ୍ୟୁ ଘଟଣା, ବିହିତ ପଦକ୍ଷେପ ନେବାକୁ ରାଜଭବନର ଅନୁରୋଧ - Jharkhand student death

author img

By ETV Bharat Odisha Team

Published : Sep 18, 2024, 1:01 PM IST

Updated : Sep 18, 2024, 2:24 PM IST

ରାଜଧାନୀରେ ଝାଡଖଣ୍ଡ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ପଦକ୍ଷେପ ନେବାକୁ ରାଜଭବନରୁ ଅନୁରୋଧ । ପୋଲିସର ତଦନ୍ତ ଜାରି । ଏକ ଘରୋଇ କଲେଜରେ ନାମଲେଖାର ମାତ୍ର 3 ଦିନ ପରେ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା ଛାତ୍ରଙ୍କ କ୍ଷତାକ୍ତ ମୃତଦେହ । ଅଧିକ ପଢନ୍ତୁ

ରାଜଧାନୀରେ ଝାଡଖଣ୍ଡ ଛାତ୍ର ମୃତ୍ୟୁ ଘଟଣା, ବିହିତ ପଦକ୍ଷେପ ନେବାକୁ ରାଜଭବନର ଅନୁରୋଧ
ରାଜଧାନୀରେ ଝାଡଖଣ୍ଡ ଛାତ୍ର ମୃତ୍ୟୁ ଘଟଣା, ବିହିତ ପଦକ୍ଷେପ ନେବାକୁ ରାଜଭବନର ଅନୁରୋଧ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିବା ଝାଡଖଣ୍ଡ ଛାତ୍ରଙ୍କ ସଦେହଜନକ ମୃତ୍ୟୁକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି ରାଜଭବନ । ଛାତ୍ରଙ୍କ ଆଡ଼ମିଶନ ନେବାର ତିନିଦିନ ପରେ ହଷ୍ଟେଲରୁ ମୃତଦେହ ମିଳିବା ଘଟଣାରେ ବିହିତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି । ଖଣ୍ଡଗିରି ଥାନା ଅଞ୍ଚଳର ମୃତ ଛାତ୍ର ଅଭିଷେକ ରବିଙ୍କ ସଦେହଜନକ ମୃତ୍ୟୁକୁ ନେଇ ନିରପେକ୍ଷ ତଦନ୍ତ ପାଇଁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଟ୍ବିଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି ।

ରାଜଧାନୀରେ ଝାଡଖଣ୍ଡ ଛାତ୍ରଙ୍କ ମୃତ୍ୟୁ ଘଟଣା, ବିହିତ ପଦକ୍ଷେପ ନେବାକୁ ରାଜଭବନରଶ ଅନୁରୋଧ (ETV Bharat Odisha)
ରାଜଭବନରୁ ତଦନ୍ତ ଅନୁରୋଧ:-

ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ସଂଜୀବ ବାରିକଙ୍କ ଦ୍ବାରା ଜାରି କରାଯାଇଥିବା ସୂଚନା ଅନୁସାରେ ଭୁବନେଶ୍ୱର, ଚଳିତମାସ 17 ତାରିଖରେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜ କ୍ୟାମ୍ପସରେ ଝାଡ଼ଖଣ୍ଡର ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ବିହିତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି ।

ରାଜଧାନୀରେ ଝାଡଖଣ୍ଡ ଛାତ୍ରଙ୍କ ମୃତ୍ୟୁ ଘଟଣା, ବିହିତ ପଦକ୍ଷେପ ନେବାକୁ ରାଜଭବନର ଅନୁରୋଧ
ରାଜଧାନୀରେ ଝାଡଖଣ୍ଡ ଛାତ୍ରଙ୍କ ମୃତ୍ୟୁ ଘଟଣା, ବିହିତ ପଦକ୍ଷେପ ନେବାକୁ ରାଜଭବନର ଅନୁରୋଧ (ETV Bharat Odisha)

ସୂଚନାଯୋଗ୍ୟ ଯେ ମୃତ ଛାତ୍ର ଜଣକ ହେଲେ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିର ଅଭିଷେକ ରବି । ସେ ଖଣ୍ଡଗିରି ଥାନା ଅନ୍ତଗତ ଜାଗମରାରେ ସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜରେ ଗତ ୧୦ ତାରିଖରେ ଆଡ୍‌ମିଶନ ନେଇଥିଲେ । ସୂଚନା ଅନୁଯାୟୀ ଆଡ୍‌ମିଶନ ନେବାର ମାତ୍ର ତିନିଦିନ ପରେ ଅଭିଷେକଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ପରିବାର ସଦସ୍ୟ ଆପତ୍ତି ଉଠାଇବା ସହ ଥାନାରେ ଏତଲା ଦେଇଥିଲେ । ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ରାଜଭବନ ଏଥିରେ ହସ୍ତକ୍ଷେପ କରିବା ସହ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଟ୍ବିଟ କରିଛନ୍ତି ।

ହେମନ୍ତ ଟ୍ବିଟ କରି ଲେଖିଛନ୍ତି, ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀଙ୍କୁ ଅନୁରୋଧ ରାଞ୍ଚିର ପୁଅ ଅଭିଷେକ ରବି ର ଯେ କି ଓଡ଼ିଶାର ITER କଲେଜରେ ହୋଇଥିବା ସଂଦେହ ଜନକ ମୃତ୍ୟୁ ଘଟଣାରେ ଉଚ୍ଚସ୍ତରିୟ ଯାଞ୍ଚ କରି ଦୋଷୀ ମାନଙ୍କ ଉପରେ କଠୋର ରୁ କଠୋର କାର୍ଯାନୁଷ୍ଠାନ ନେବାକୁ କୃପା କରି ଅନୁରୋଧ କରିଛନ୍ତି ।ଏପରିକି ପରମାତ୍ମା ପୁଅ ଅଭିଷେକ ର ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ ଓ ଶୋକାକୁଳ ପରିବାରକୁ ଏଭଳି ଦୁଃଖଦ ସ୍ଥିତିରେ ଧର୍ଯପାଇ ଶାନ୍ତି ପ୍ରଦାନ କରନ୍ତୁ‌ ।
  • ଘଟଣା ସମ୍ପର୍କରେ...

ଗତ ୧୩ ତାରିଖରେ ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ଏକ ଘରୋଇ କଲେଜ କ୍ୟାମ୍ପସରେ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ହଷ୍ଟେଲରେ ଗ୍ରାଉଣ୍ଡଫ୍ଲୋରରୁ ଉଦ୍ଧାର କରାଯାଇଥିଲା । ମୃତ ଛାତ୍ର ଝାଡଖଣ୍ଡର ଅଭିଷେକ ରବି ବୋଲି ଚିହ୍ନଟ ହେବା ପରେ ପରିବାର ସଦସ୍ୟଙ୍କୁ ଏସମ୍ପର୍କରେ ଅବଗତ କରାଯାଇଥିଲା ।

  • ଆଡମିଶନର ତିନିଦିନ ପରେ ମିଳିଥିଲା ମୃତଦେହ

ମୃତ୍ୟୁର ତିନିଦିନ ତଳେ ଅର୍ଥାତ ଗତ ୧୦ତାରିଖରେ ପରିବାର ଲୋକ ଭୁବନେଶ୍ୱରରେ ଛାତ୍ରଙ୍କୁ ଉକ୍ତ କଲେଜରେ ବି-ଟେକ ଆଡମିଶନ କରାଇ ହଷ୍ଟେଲରେ ଛାଡି ଫେରି ଯାଇଥିଲେ । କଲେଜ ହଷ୍ଟେଲ ରେ ପଞ୍ଚମ ମହଲାର ୪୦୮-ନମ୍ବର ରୁମରେ ରହୁଥିଲେ ।ତାଙ୍କ ସହ ସେହି ପ୍ରକୋଷ୍ଠରେ ଅନ୍ୟ ଦୁଇ ଝାଡଖଣ୍ଡ ଛାତ୍ର ମଧ୍ୟ ରହୁଥିଲେ । ଏହାର ମାତ୍ର ତିନିଦିନ ପରେ ତାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :- ଆର୍ମି ମେଜର ନିର୍ଯାତନା ମାମଲା: ଭରତପୁର IIC ସମେତ 5 ପୋଲିସ ସସପେଣ୍ଡ, DGP ଅଫିସ ଆଗରେ ପ୍ରଦର୍ଶନ - 5 officers suspended

ଏହା ମଧ୍ୟ ପଢନ୍ତୁ :- ରାଜଧାନୀ ରାଜରାସ୍ତାରେ ବେପରୁଆ ଗାଡ଼ି ଚାଳନା, ୫ ଗିରଫ - Reckless Driving

ଏହା ମଧ୍ୟ ପଢନ୍ତୁ :- ପୁଣି ରାଜଧାନୀରେ ଝାଡଖଣ୍ଡ ଛାତ୍ରଙ୍କ ସନ୍ଦେହଜଣକ ମୃତ୍ୟୁ, 15 ଦିନରେ ଦ୍ବିତୀୟ ଘଟଣା - Jharkhand Student Death

ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ର ଗତ ୧୪ତାରିଖରେ ପୋଷ୍ଟମର୍ଟମ କରିଥିଲା।ଏନେଇ ପୋଷ୍ଟମର୍ଟମ ରିପୋର୍ଟ ସହ ଘଟଣାରେ ପୋଲିସ କଣ ପଦକ୍ଷେପ ନେଉଛି ତା ଉପରେ ଅପେକ୍ଷା ରହିଛି।କାରଣ ଗତ ୧୪ତାରିଖରେ ଏନେଇ ୧୫ଦିନ ମଧ୍ୟରେ ଭୁବନେଶ୍ୱର ଦୁଇ ଝାରଖଣ୍ଡ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ଏକ ଖବର ପ୍ରକାଶ କରିଥିଲା ଈଟିଭି ଭାରତ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 18, 2024, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.