ETV Bharat / state

ତେଜିଲା 'ସୁଭଦ୍ରା' ରାଜନୀତି, ବିଜେପିକୁ ଟାର୍ଗେଟ କଲେ ବିରୋଧୀ, ଜବାବ ଦେଲା ଶାସକ ଦଳ - Subhadra Politics

author img

By ETV Bharat Odisha Team

Published : Sep 18, 2024, 2:28 PM IST

Updated : Sep 18, 2024, 2:39 PM IST

Subhadra Scheme Politics: ରାଜ୍ୟରେ ସୁଭଦ୍ରା ଯୋଜନା ଶୁଭାରମ୍ଭ ପରେ ଜୋର ଧରିଲା ରାଜନୀତି । ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟରେ ବିଜେପି ସରକାରକୁ କଲେ ଟାର୍ଗେଟ । ଏହି ପ୍ରସଙ୍ଗରେ ମତ ରଖିଛନ୍ତି ରାଜନୀତି ସମୀକ୍ଷକ । ଆସନ୍ତୁ ଜାଣିବା ।

Subhadra Scheme Politics
Subhadra Scheme Politics (ETV Bharat Odisha)

ଭୁବନେଶ୍ବର: ବିକାଶ ନା ଭୋଟ ବ୍ୟାଙ୍କ ପଲିଟିକ୍ସ ? ରାଜ୍ୟରେ ସୁଭଦ୍ରା ଯୋଜନା ଶୁଭାରମ୍ଭ ପରେ ଏମିତି କିଛି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସରକାରୀ ଅର୍ଥରେ ଦଳର ଭୋଟ ବ୍ୟାଙ୍କକୁ ଶାସକ ଦଳ ସଶକ୍ତ କରୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି । 2024 ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଦୀର୍ଘ ବର୍ଷ କ୍ଷମତାରେ ଥିବା ବିଜେଡି ବିରୋଧରେ ମଧ୍ୟ ସମାନ ଅଭିଯୋଗ ରହିଥିଲା । କିନ୍ତୁ ବିଜେଡିର ମହିଳାର ଭୋଟ ବ୍ୟାଙ୍କକୁ ବିଜେପି ସୁଭଦ୍ରା ଯୋଜନା ଦ୍ୱାରା ପ୍ରଭାବିତ କରିଥିଲା ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

2019 ଓ 2024ରେ ବଢିଛି ମହିଳାଙ୍କ ମତଦାନ :
ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ଓଡି଼ଶାରେ 2024 ନିର୍ବାଚନରେ ମୋଟ 3 କୋଟି 36 ଲକ୍ଷ 46ହଜାର 762 ଭୋଟର ଥିଲେ । ରାଜ୍ୟରେ 1 କୋଟି 70 ଲକ୍ଷ 39 ହଜାର 900 ପୁରୁଷ ଓ 1 କୋଟି 66 ଲକ୍ଷ 3 ହଜାର 401 ମହିଳା ଓ 3 ହଜାର 461 ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ସେହିପରି 2.5 କୋଟିରୁ ଅଧିକ ଭୋଟର ମତାଧିକାର ସାବ୍ୟସ୍ତ କରିଥିଲେ । ପୁରୁଷଙ୍କଠାରୁ ମହିଳା ମତଦାତାଙ୍କ ପ୍ରତିଶତ ଅଧିକ । ରାଜ୍ୟରେ ହାରାହାରି 74.44% ମତଦାନ ହୋଇଥିବାବେଳେ 75.55% ମହିଳା ଓ 73.37% ପୁରୁଷ ମତଦାନ କରିଥିଲେ । 2019ରେ ମଧ୍ୟ ମହିଳାଙ୍କ ମତଦାତାଙ୍କ ହାର ଅଧିକ ଥିଲା । ମୋଟ 3 କୋଟି 24 ଲକ୍ଷ 97 ହଜାର 762 ଭୋଟରଙ୍କ ମଧ୍ୟରୁ 73.09% ମତଦାନ କରିଥିଲେ । ପୁରୁଷ 72.07% ଓ ମହିଳା 74.18% ମତଦାନ କରିଥିଲେ ।

'ମିଥ୍ୟା ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ମୋହରା'କଂଗ୍ରେସ ମୁଖପାତ୍ର ରଜନୀ ରଞ୍ଜନ ମହାନ୍ତି କହିଛନ୍ତି, "ମିଥ୍ୟା ପ୍ରତିଶ୍ରୁତି ଦେଇ ମହିଳାମାନଙ୍କୁ ମୋହରା ବନାଯାଉଛି । ମହିଳାମାନେ ସୁଭଦ୍ରା ଯୋଜନାର ଟଙ୍କା ନେଇ ନିଜର ଆବଶ୍ୟକତା ମେଣ୍ଟାଇବେ । ଏହାଦ୍ୱାରା ମହିଳାଙ୍କର ବିକାଶ କିମ୍ବା ସଶକ୍ତିକରଣ ହେବ ନାହିଁ । ଏ ସରକାରର ଆୟୁଷ ବହୁତ କମ ଦିନ । ରାଜ୍ୟର ମହିଳା ଆଗାମୀ ଦିନରେ ଆହୁରି ଭଲ ନିଷ୍ପତ୍ତି ନେବେ । ମହିଳା ଚାହୁଁଛନ୍ତି ଦରଦାମ କମୁ । ବିଜେପି ଓ ବିଜେଡିର ଏଜେଣ୍ଡା ସମାନ । ମହିଳାଙ୍କ ଭୋଟ ବଦଳରେ ମହିଳାଙ୍କ ବିକାଶ ଚାହୁଁଥିଲେ 70 ଭାଗ ମହିଳା ରକ୍ତ ହୀନତାର ଶିକାର ହୋଇନଥାନ୍ତେ । 24 ବର୍ଷର ସରକାର ବିଜେଡି ଯାଇଛି । ସମାନ କଥା ବିଜେପି ଏବେ ଦୋହରାଉଛି । ସମୟ ସବୁ କଥାର ଉତ୍ତର ଦେବ ।"
Subhadra Scheme Politics
Subhadra Scheme Politics (x)

'ମହିଳାଙ୍କୁ ସଶକ୍ତ କରିବାକୁ ଯୋଜନା, ଭୋଟ ପାଇଁ ନୁହେଁ'
ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, "ରାଜ୍ୟରେ ପ୍ରାୟ 2 କୋଟି 50 ହଜାର ମହିଳା ଅଛନ୍ତି । ମୋଟ ମହିଳାଙ୍କ ମଧ୍ୟରୁ 18ରୁ 21 ବର୍ଷ ଯୁବତୀ ସଂଖ୍ୟା ପ୍ରାୟ 13 ପ୍ରତିଶତ । ସେହିପରି 60 ବର୍ଷରୁ ଉର୍ଦ୍ଧ୍ବ 17 ପ୍ରତିଶତ ମହିଳା ରହିଛନ୍ତି । ଉଭୟ ମିଳିତ ଭାବେ ମୋଟ ମହିଳାଙ୍କର 30 ପ୍ରତିଶତ ହେବେ । ଯେଉଁମାନେ ସିଧାସଳଖ ସୁଭଦ୍ରା ଯୋଜନାରୁ ବାଦ ପଡିବେ । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଦେବା ପୂର୍ବରୁ ତେଲ, କ୍ଷୀର ଓ ଅନ୍ୟାନ୍ୟ ସାମଗ୍ରୀ ଦର ବଢ଼ିଗଲା । ଦ୍ଵିତୀୟ କିସ୍ତି ଦେବା ବେଳକୁ ଆଉ କିଛିର ଦର ବଢ଼ାଇବେ । ମହିଳାଙ୍କ ଭୋଟ ନେବାକୁ ବିଜେଡି କୌଣସି ଯୋଜନା କରେ ନାହିଁ । ବିଜେଡି ସରକାରରେ ମହିଳାଙ୍କର ଅର୍ଥନୈତିକ ଓ ସାମାଜିକ ବିକାଶ ହୋଇଛି । ବିଜେଡି ସରକାର 15 ଲକ୍ଷ ପର୍ଯ୍ୟନ୍ତ ମାଗଣା ସୁଧରେ ଋଣ ଦେଉଥିଲା । ବିଜନେସ ଶିଖିବାକୁ ମହିଳାଙ୍କୁ ଦୁବାଇ ଓ ଅନ୍ୟାନ୍ୟ ଦେଶକୁ ପଠାଉଥିଲୁ । ବିଜେପି ଭୋଟ ପାଇଁ ଏହା କରୁଛନ୍ତି । ମହିଳା ଉଚିତ ଜବାବ ଦେବେ ।"

Subhadra Launching
Subhadra Launching (x)
'ମହିଳାଙ୍କୁ ବିଜେଡିର ପ୍ରତାରଣାର ଫଳ ମୋହନ ସରକାର'ବିଜେପିର ସହ ପ୍ରଭାରୀ ଲତା ଉସେଣ୍ଡୀ କହିଛନ୍ତି, "ବିଜେଡି ପାଖରେ ମହିଳା ଭୋଟ ବ୍ୟାଙ୍କ ବଞ୍ଚିନାହିଁ । ରାଜ୍ୟରେ ମହିଳାଙ୍କ ସମର୍ଥନରେ ବିଜେପିର ସରକାର ଗଠନ ହୋଇଛି । ରାଜ୍ୟରେ ୨୪ ବର୍ଷ ବିଜେଡି ଶାସନ କରିଛି । ମହିଳାଙ୍କ ସହିତ ବିଜେଡି ପ୍ରତାରଣା କରିଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି । ବିଜେପିକୁ ସରକାର ଗଢିବା ଲାଗି ସମର୍ଥନ ମିଳିଛି । ଭୋଟ ବ୍ୟାଙ୍କର କଥା ନୁହେଁ, ଜନସାଧାରଣଙ୍କ କଥା । ମହିଳାଙ୍କୁ ଆର୍ଥିକ ଓ ସାମାଜିକ ଭାବେ ଆଗକୁ ବଢ଼େଇବା ବିଜେପିର ନୀତି ।"
Subhadra Launching
Subhadra Launching (x)
'ମହିଳା ସମର୍ଥନକୁ ପକ୍କା କରିବାକୁ ସୁଭଦ୍ରା ଯୋଜନା'ରାଜନୈତିକ ସମୀକ୍ଷକ ରବି ଦାସଙ୍କ କହିବା କଥା, "ବିଜେପି ଦୀର୍ଘ ଦିନ ଓଡିଶାରେ ବିରୋଧୀ ଦଳରେ ଥିଲା । ମିଶନ ଶକ୍ତି ଜରିଆରେ ମହିଳାଙ୍କ ଭୋଟ ଉପରେ ବିଜେଡିର ନିୟନ୍ତ୍ରଣ ଥିବା ବିଜେପି ଭଲରେ ଜାଣିଥିଲା । ସହାୟତା ବ୍ୟତିତ ବିଭିନ୍ନ କାର୍ଯ୍ୟକ୍ରମରେ SHGଙ୍କୁ ଅଂଶୀଦାର କରାଯାଉଥିଲା । ମହିଳାଙ୍କୁ ଲକ୍ଷ୍ୟ କରି ଗତ ନିର୍ବାଚନରେ କଂଗ୍ରେସ ପକ୍ଷରୁ ବଡ଼ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ କଂଗ୍ରେସର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିନଥିଲା । ସୁଭଦ୍ରା ଯୋଜନାରେ ସାହାଯ୍ୟରେ ସୁବିଧା ଯୋଗାଇବୁ ବୋଲି ବିଜେପିର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିଲା । ମହିଳାଙ୍କୁ 50 ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଲେ । ଏହି କଥାକୁ ବ୍ୟାପକ ଭାବେ ଘରେ ଘରେ ପ୍ରଚାର କଲେ । ଏହାକୁ ନେଇ କିଛି ମହିଳାଙ୍କ ମନରେ ଦ୍ବନ୍ଦ୍ୱ ମଧ୍ୟ ସୃଷ୍ଟି ହୋଇଥିଲା । ଋଣ ବଦଳରେ ସହାୟତା କଥା କୁହାଯାଇଥିଲା । ତେଣୁ ନିର୍ବାଚନରେ ପ୍ରାୟ 40ରୁ 45 ପ୍ରତିଶତ ମହିଳା ବିଜେପିକୁ ସମର୍ଥନ କରିଥିବା ଲୋକନୀତି ରିପୋର୍ଟରୁ ଜଣାପଡିଛି । ସୁଭଦ୍ରା ଯୋଜନାର ବହୁଳ ପ୍ରଚାର ବିଜେଡିର ମହିଳା ଭୋଟ ବ୍ୟାଙ୍କକୁ ଭାଙ୍ଗିବାରେ ସଫଳ ହେଲା । ମହିଳା ସମର୍ଥନକୁ ପକ୍କା କରିବା ଲାଗି ବିଜେପି ସୁଭଦ୍ରା ଯୋଜନା ଆରମ୍ଭ କରିଛି ।"'ସୁଭଦ୍ରାରେ ଯାହା କହିଥିଲେ ତାହା ଦେଇନାହାନ୍ତି ସରକାର'ସମୀକ୍ଷକ ରବି ଦାସ ଏହା ମଧ୍ୟ କହିଛନ୍ତି, "ସୁଭଦ୍ରା ଯୋଜନାରେ ମୋହନ ସରକାର ଠକିଛନ୍ତି । ଯାହା କହିଥିଲେ ତାହା ଦେଇନାହାନ୍ତି । ଏକାବେଳେ କିମ୍ବା 2 ବର୍ଷରେ ନଦେଲେ ବି 5 ବର୍ଷରେ ଦେବେ । ଏକକାଳୀନ 50 ହଜାର ଦେବାର କ୍ଷମତା ଓଡିଶା ବଜେଟରେ ନାହିଁ । ମୋଦି ଗ୍ୟାରେଣ୍ଟି ହୋଇଥିଲେ ବି ଓଡିଶା ସରକାରଙ୍କ ଅର୍ଥରେ ଏହା ହେବ । ରାଜ୍ୟ ବଜେଟରେ ଚଳିତ ଆର୍ଥିକ ବର୍ଷରେ 10 ହଜାର କୋଟି ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ମଧ୍ୟ ସରକାରଙ୍କୁ ଋଣ କରିବାକୁ ପଡିଛି । ରାଜ୍ୟ ବଜେଟରେ ଏକକାଳୀନ ଦେଇନପାରିବେ ଜାଣି ସୁଭଦ୍ରା ଯୋଜନାକୁ ସରକାର ସଂଶୋଧନ କରିଛନ୍ତି । 2019 ରେ ବିଜେଡି ଲାଗି କାଳିଆ ଓ 2024 ରେ ସୁଭଦ୍ରା ଯୋଜନା କାର୍ଯ୍ୟ କରିଛି ।"

ଏହା ବି ପଢନ୍ତୁ...ମାସକୁ ୮୩୩ ଟଙ୍କାରେ କିଭଳି ସ୍ୱାବଲମ୍ବୀ ହେବେ ମହିଳା ପଚାରିଲା କଂଗ୍ରେସ, ଜବାବ ରଖିଲା ବିଜେପି - Subhadra Yojana politics

ଏହା ବି ପଢନ୍ତୁ...ଓଡ଼ିଶାରେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା - SUBHADRA YOJANA

ଏହା ବି ପଢନ୍ତୁ...ମୋହନ ସରକାରକୁ ପୂରିବ 100 ଦିନ; ମୋଦିଙ୍କୁ ଡାକି ହାଇଡ୍ରାମା କରୁଛନ୍ତି କହିଲେ ବିରୋଧୀ - Subhadra Yojana politics

ଏହା ବି ପଢନ୍ତୁ...ଆଜି ଆସିବ ‘ସୁଭଦ୍ରା’ ଟଙ୍କା; ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଜନ୍ମଦିନରେ ମହିଳାଙ୍କୁ ଦେବେ ଭେଟି - women centric schemes

'ଓଡି଼ଶା ତୁଳନାରେ ଅନ୍ୟ ରାଜ୍ୟରେ ମିଳୁଛି ଅଧିକ ସହାୟତା'

"ମଧ୍ୟପ୍ରଦେଶରେ ମହିଳାଙ୍କୁ ମାସକୁ 1200 ଟଙ୍କା ମିଳୁଛି । ମହାରାଷ୍ଟ୍ରରେ 1500, କଂଗ୍ରେସ ଥିବା କର୍ଣ୍ଣାଟକରେ ମହିଳାଙ୍କୁ 2000 ଟଙ୍କା ମିଳୁଛି । ଓଡି଼ଶାରେ ସେହି ତୁଳନାରେ ବହୁତ କମ ମିଳୁଛି । ଓଡି଼ଶା ସରକାର ସୁଭଦ୍ରା ଯୋଜନାରେ 5 ବର୍ଷରେ 50 ହଜାର ଦେଲେ ମାସକୁ ହାରାହାରି ଏହା ୮୩୩ ଟଙ୍କା ହେଉଛି । ସେ ଦୃଷ୍ଟିରୁ ଏହା ବଡ଼ ଯୋଜନା ନୁହେଁ । କିନ୍ତୁ ବର୍ତ୍ତମାନ ପାଇଁ ଏହା ବିଜେପି ପାଇଁ ଏହା ଆବଶ୍ୟକ । ଆଗାମୀ ନିର୍ବାଚନରେ ବିଜେଡି ଓ କଂଗ୍ରେସ ଆହୁରି ପ୍ରତିଶ୍ରୁତି ଦେଇପାରିବେ । ଦୀର୍ଘ ବର୍ଷ ସରକାରରେ ଥିବାରୁ ରାଜ୍ୟର ଅର୍ଥନୈତିକ, ରାଜ୍ୟର ବ୍ୟବସ୍ଥା ଓ ମହିଳାଙ୍କ ସହ ସମ୍ପର୍କ ବାବଦରେ ବିଜେଡି ଭଲ ଭାବେ ଅବଗତ ଅଛି । ମହିଳାଙ୍କ ଆସ୍ଥା ଫେରାଇ ଆଣିବା ଲାଗି ବିଜେଡି ଏହା କରିପାରିବ । ସୁଭଦ୍ରା ଯୋଜନା କେତେ ପରିମାଣରେ ମହିଳାଙ୍କୁ ପ୍ରଭାବିତ କରିଛି, ତାହା ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ଜଣାପଡିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 18, 2024, 2:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.