ETV Bharat / health

କୋଲେଷ୍ଟ୍ରଲ ବଢିଲେ ହୁଏ କେଉଁ ରୋଗ ? ଜାଣନ୍ତୁ କେମିତି କରିବେ କଣ୍ଟ୍ରୋଲ - How to control Cholesterol

author img

By ETV Bharat Health Team

Published : Sep 18, 2024, 4:43 PM IST

How to control Cholesterol: ବର୍ତ୍ତମାନ ସମୟରେ ଲକ୍ଷ ଲକ୍ଷ ଲୋକ କୋଲେଷ୍ଟ୍ରଲ ସମସ୍ୟା ଭୋଗୁଛନ୍ତି । ଜାଣନ୍ତି କି କୋଲେଷ୍ଟ୍ରଲ ବଢିଲେ, ହାର୍ଟଆଟାକ୍, ବ୍ରେନଷ୍ଟ୍ରୋକ ସହ କ୍ୟାନ୍ସର ମଧ୍ୟ ହେବାର ଆଶଙ୍କା ରହିଥାଏ । ତେଣୁ କେମିତି କରିବେ ଏହାକୁ କଣ୍ଟ୍ରୋଲ, ଜାଣନ୍ତୁ

କୋଲେଷ୍ଟ୍ରଲ ବଢିଲେ ହୁଏ କେଉଁ ରୋଗ ? ଜାଣନ୍ତୁ କେମିତି କରିବେ କଣ୍ଟ୍ରୋଲ
କୋଲେକୋଲେଷ୍ଟ୍ରଲ ବଢିଲେ ହୁଏ କେଉଁ ରୋଗ ? ଜାଣନ୍ତୁ କେମିତି କରିବେ କଣ୍ଟ୍ରୋଲ (ETV Bharat)

ହାଇଦ୍ରାବାଦ: ଖରାପ ଜୀବନଶୈଳୀ ଓ ଅସ୍ବାସ୍ଥ୍ୟକର ଖାଦ୍ୟ ଯୋଗୁଁ ଆଜିକାଲି ଲକ୍ଷ ଲକ୍ଷ ଲୋକ କୋଲେଷ୍ଟ୍ରଲ ସମସ୍ୟାରେ ପୀଡିତ । ଶରୀରରେ କୋଲେଷ୍ଟ୍ରଲ (Cholesterol) ବଢି ଚାଲିଥିଲେ ବି ଏହାର କୌଣସି ଲକ୍ଷଣ ନଜର ଆସିନଥାଏ । କିନ୍ତୁ କୋଲେଷ୍ଟ୍ରଲ ବଢିବା କାରଣରୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଏମିତିକି ଜୀବନ ପ୍ରତି ବିପଦ ସୃଷ୍ଟି ହୁଏ । କୋଲେଷ୍ଟ୍ରଲ ବୃଦ୍ଧି ହେଲେ ହାର୍ଟଆଟାକ୍, ବ୍ରେନଷ୍ଟ୍ରୋକ ସହ କ୍ୟାନ୍ସର ମଧ୍ୟ ହେବାର ଆଶଙ୍କା ରହିଥାଏ । ତେଣୁ କେମିତି କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବେ ? କ'ଣ ଖାଇବେ ଓ କେଉଁ ଖାଦ୍ୟରୁ ଦୂରେଇ ରହିବେ ? କିପରି ଜୀବନଶୈଳୀରେ ପରିବର୍ତ୍ତନ ଆଣିବେ ସେନେଇ ସୂଚନା ଦେଇଛନ୍ତି ହୃଦରୋଗ ବିଶେଷଜ୍ଞ ଦିବ୍ୟ ରଞ୍ଜନ ବେହେରା ।

କୋଲେଷ୍ଟ୍ରଲ ବଢିଲେ ହୁଏ କେଉଁ ରୋଗ ? ଜାଣନ୍ତୁ କେମିତି କରିବେ କଣ୍ଟ୍ରୋଲ (ETV Bharat Odisha)
କୋଲେଷ୍ଟ୍ରଲ୍‌ କ’ଣ:

ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟରଞ୍ଜନ ବେହେରାଙ୍କ କହିବା ଅନୁସାରେ, ''କୋଲେଷ୍ଟ୍ରଲ ଶରୀରର ପ୍ରତ୍ୟେକ ସେଲ୍‌ରେ ରହିଥାଏ । ଏମିତିକି ଆମେ ଯେଉଁ ଖାଦ୍ୟ ଖାଉଛେ ସେଥିରେ ମଧ୍ୟ କୋଲେଷ୍ଟ୍ରଲ ଭରପୁର ରହିଥାଏ । ଶରୀରରେ ଥିବା ଚର୍ବି ଜାତୀୟ ପଦାର୍ଥକୁ କୋଲେଷ୍ଟ୍ରଲ କହିଥାଉ । ଏହା ଅଧିକ ହେଲେ ବିପଦ, କମ ହେଲେ ମଧ୍ୟ ବିପଦ । ଏହାକୁ କଣ୍ଟ୍ରୋଲ କରିବା ପାଇଁ ହେଲେ ନିୟମିତ ୩ ମାସକୁ ଥରେ ପରୀକ୍ଷା କରିବା ଆବଶ୍ୟକ ।"

କୋଲେଷ୍ଟ୍ରଲ କେତେ ପ୍ରକାରର:

ସାଧାରଣତଃ କୋଲେଷ୍ଟ୍ରଲ ୨ ପ୍ରକାରର । ଲୋ ଡେନ୍‌ସିଟି ଲିପୋପ୍ରୋଟିନ୍‌ସ(low density lipoproteins) ବା ଖରାପ କୋଲେଷ୍ଟ୍ରଲ ଏବଂ ହାଇ ଡେନସିଟି ଲିପୋପ୍ରୋଟିନ୍‌ସ (high density lipoproteins) ବା ଭଲ କୋଲେଷ୍ଟ୍ରଲ । ଭିଏଲଡିଏଲ ଏବଂ ଟ୍ରାଇଗସ ରାଇଡ ଭଳି କୋଲେଷ୍ଟ୍ରୋଲ ମଧ୍ୟ ରହିଥାଏ । ବିଶେଷ ଭାବେ ପ୍ରଥମ ୨ ପ୍ରକାର କୋଲେଷ୍ଟ୍ରଲ ଆମ ଶରୀରରେ ଥାଏ । କିନ୍ତୁ ରକ୍ତରେ ଏହି ଦୁଇ କୋଲେଷ୍ଟ୍ରଲର ସନ୍ତୁଳନ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ । ଏ ଦୁଇଟି କୋଲେଷ୍ଟ୍ରଲ ଅସନ୍ତୁଳିତ ହୋଇଗଲେ ହୃଦ୍‌ଜନିତ ସମସ୍ୟା, ବ୍ରେନ ଷ୍ଟ୍ରୋକ ଏବଂ କ୍ୟାନ୍ସର ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ ।

କୋଲେଷ୍ଟ୍ରଲ ବଢିଲେ ହୁଏ କେଉଁ ରୋଗ ? ଜାଣନ୍ତୁ କେମିତି କରିବେ କଣ୍ଟ୍ରୋଲ
କୋଲେଷ୍ଟ୍ରଲ ବଢିଲେ ହୁଏ କେଉଁ ରୋଗ ? ଜାଣନ୍ତୁ କେମିତି କରିବେ କଣ୍ଟ୍ରୋଲ (ETV Bharat)

ଲୋ ଡେନ୍‌ସିଟି ଲିପୋପ୍ରୋଟିନ୍‌ସ କୋଲେଷ୍ଟ୍ରଲ୍‌ କ'ଣ :

"ଲୋ ଡେନ୍‌ସିଟି ଲିପୋପ୍ରୋଟିନ୍‌ସ କୋଲେଷ୍ଟ୍ରଲ ବିଶେଷ ଭାବେ ଖରାପ କୋଲେଷ୍ଟ୍ରଲ ଅଟେ । ଶରୀରରେ ଏହାର ମାତ୍ରା ବଢ଼ିଲେ ରକ୍ତନଳୀଗୁଡ଼ିକ ସଂକୀର୍ଣ୍ଣ ହେବା ସହିତ ଶରୀରରେ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୋଇଥାଏ । ଏଥିପାଇଁ ଭବିଷ୍ୟତରେ ହାର୍ଟ ଆଟାକ, ବ୍ରେନଷ୍ଟ୍ରୋକ, କ୍ୟାନ୍ସର ହେବାର ଆଶଙ୍କା ଅଧିକ ଥାଏ । ସବୁଠାରୁ ବିପଦପୂର୍ଣ୍ଣ କୋଲେଷ୍ଟ୍ରଲ ହେଉଛ ଏଲଡିଏଲ(LDL) । ଏହାର ମାତ୍ରା ୧୦୦ରୁ କମ ରହିବା ଉଚିତ୍ । ଏନେଇ ପ୍ରତି ୩ ମାସରେ ଥରେ ପରୀକ୍ଷା କରିବା ଆବଶ୍ୟକ । ଯେଉଁମାନଙ୍କ ହାର୍ଟରେ ଅପରେସନ ହୋଇଛି କିମ୍ବା କିଛି ହାର୍ଟ ଜନିତ ସମସ୍ୟା ରହିଛି ସେଥିରେ ସେମାନଙ୍କର ଏଲଡିଏଲ ରେଟ୍ କମ ରହିବା ଆବଶ୍ୟକ । ୭୦ ତଳକୁ ରହିଲେ ଆହୁରି ଭଲ ।"

ହାଇ ଡେନ୍‌ସିଟି ଲିପୋପ୍ରୋଟିନ୍‌ସ କୋଲେଷ୍ଟ୍ରଲ୍‌ କ’ଣ:

ହାଇ ଡେନ୍‌ସିଟି ଲିପୋପ୍ରୋଟିନ୍‌ସ କୋଲେଷ୍ଟ୍ରଲ (HDL) ଭଲ କୋଲେଷ୍ଟ୍ରଲ ହୋଇଥିବାରୁ ଏହା ହୃଦ୍‌ଘାତ ହେବାରୁ ରକ୍ଷା କରିଥାଏ । ଏହି କୋଲେଷ୍ଟ୍ରଲ୍‌ ମାତ୍ରା ଶରୀରରେ କମ୍‌ ହେଲେ ହୃଦ୍‌ଜନିତ ସମସ୍ୟା ଉପୁଜିଥାଏ । ଏହା ଶରୀରରେ ଯେତେ ଅଧିକ ରହିବ ସେତେ ଭଲ । ବିଶେଷ ଭାବରେ ୪୫-୫୦ ଉପରେ ରହିବା ଠିକ୍ ।

ଟ୍ରାଇଗିସ ରାଇଡ୍ କୋଲେଷ୍ଟ୍ରଲ:

ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ରଞ୍ଜନ ବେହେରା କହିଛନ୍ତି, "ଏହା ବିଶେଷ ଭାବରେ ଶର୍କରା ଜାତୀୟ ଖାଦ୍ୟରୁ ମିଳିଥାଏ । ଆଳୁ, ଭାତ, ଚିନି ଆଦି ଖାଦ୍ୟରୁ ଏହା ମିଳିଥାଏ । ଏହା ଶରରୀରେ ୧୫୦ରୁ କମ ରହିବା ଦରକାର । ୩୦୦ ଉପରକୁ ଗଲେ ମେଡ଼ିସିନ ଆବଶ୍ୟକ ପଡିଥାଏ । ସେହିପରି ଭାବେ କହିବାକୁ ଗଲେ ଏପରି ଅନେକ ଜିନିଷ ରହିଛି ଯାହା ଜଣେ ବ୍ୟକ୍ତିଙ୍କ ଶରୀରରେ କୋଲେଷ୍ଟ୍ରଲର ମାତ୍ରାକୁ ପ୍ରଭାବିତ କରିଥାଏ । କିଛି ପରିମାଣରେ ଏହାକୁ ନିୟନ୍ତ୍ରଣ କରାଯାଇପାରେ । କିନ୍ତୁ ଏହି ସମସ୍ୟା ବଂଶାନୁଗତିକ ହୋଇଥିଲେ ଏହାକୁ ନିୟନ୍ତ୍ରଣ କରିବା ଅସମ୍ଭବ । ଯାହା ପାଇଁ ସୁସ୍ଥ ଖାଦ୍ୟ ଖାଇବା ଆବଶ୍ୟକ । ଓଜନକୁ ଠିକ୍‌ ରଖିବା ସହିତ ନିୟମିତ ଭାବରେ ବ୍ୟାୟାମ କରିବା ଆବଶ୍ୟକ । ଏହାଦ୍ଵାରା ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ୍‌ର ସ୍ତର କମ୍‌ ହୋଇଥାଏ ।"

ଶରୀରରେ କୋଲେଷ୍ଟ୍ରଲ ନିୟନ୍ତ୍ରଣର ଉପାୟ:

ପ୍ରତ୍ଯେକ ଦିନ ବ୍ୟାୟାମ: ପ୍ରତ୍ୟେକ ଦିନ ୩୦ ମିନିଟ ପର୍ଯ୍ୟନ୍ତ ବ୍ୟାୟାମ ଓ ଯୋଗ କରିବା ଦ୍ବାରା କୋଲେଷ୍ଟ୍ରଲ ଅନେକ ମାତ୍ରାରେ ନିୟନ୍ତ୍ରଣ ହୋଇଥାଏ ।

ଓଜନ ହ୍ରାସ: ଯଦି କେହି ମୋଟାପଣ ବା ଓବେସିଟିର ଶିକାର ହୋଇଥାଆନ୍ତି ତେବେ ସେମାନେ ଅଧିକ ଯୋଗ ବ୍ୟାୟମ ଭଳି ଏକ୍ସରସାଇଜ କରିବା ଆବଶ୍ୟକ । ବାହାର ଜିନିଷଠାରୁ ଦୂରେଇ ରହିବା ଉଚିତ । ତେଲ ମସଲା ଠାରୁ ଯଥାସମ୍ଭବ ଦୂରେଇ ରହିବା ଆବଶ୍ୟକ ।

ଧୂମ୍ରପାନ ଛାଡିବା: ଧୂମ୍ରପାନ ଛାଡିବା ଦ୍ୱାରା ଶରୀରରେ ୧୫ରୁ ୨୦ ପ୍ରତିଶତ ଏଚଡିଏଲର ପରିମାଣ ବୃଦ୍ଧି ପାଇଥାଏ ।

ସ୍ୱାସ୍ଥ୍ୟକର ଖାଦ୍ୟ: ଦୈନନ୍ଦିନ ଖାଦ୍ୟରେ ସ୍ନେହସାରର ପରିମାଣକୁ ହ୍ରାସ କରିବା ସହ ଏଲଡିଏଲ୍‌ ପରିମାଣକୁ ହ୍ରାସ କରିବା ଆବଶ୍ୟକ । ରିଫାଇନ, ଚାଉଳ ଓ ଗହମ ପରି ଖାଦ୍ୟକୁ ବର୍ଜନ କରିବା ଆବଶ୍ୟକ ।

ଉପଯୁକ୍ତ ଔଷଧ ବ୍ୟବହାର: ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧର ବ୍ୟବହାର କରି ଏଚଡିଏଲର (HDL) ମାତ୍ରାକୁ ବୃଦ୍ଧି କରିପାରିବେ ବୋଲି କହିଛନ୍ତି ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟରଞ୍ଜନ ବେହେରା ।

ଖରାପ କୋଲେଷ୍ଟ୍ରଲର ବଢିଲେ ହୁଏ କ'ଣ:

ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟରଞ୍ଜନ ବେହେରା କହିଛନ୍ତି, "ଯଦି ଜଣେ ବ୍ଯକ୍ତିର ହୃଦରୋଗ ହେଉଛି ତେବେ ସେହି ରୋଗ ନାମ ହେଲା ଆର୍ଥୋକ୍ଲିରସିସ ରୋଗ । ହାର୍ଟର ରକ୍ତ ନଳୀ ଭିତରେ କିଛି ବ୍ଲକ୍କେଜ ତିଆରି ହୋଇଥାଏ। । ଏହି ବ୍ଲକେଜକୁ ବିଶେଷ ଭାବେ କୋଲେଷ୍ଟ୍ରଲ ତିଆରି କରିଥାଏ । ଯାହାଫଳରେ ଅନେକ ରୋଗ ହେବାର ସମ୍ଭାବନା ରହିଥାଏ । ଏହାସହ କ୍ୟାନ୍‌ସର ଆଶଙ୍କା ମଧ୍ୟ ରହିଥାଏ ।"

କେଉଁ ଖାଦ୍ୟରୁ ବଢିଥାଏ କୋଲେଷ୍ଟ୍ରଲ:

"ବିଶେଷ ଭାବରେ ତେଲ ଜାତୀୟ ଖାଦ୍ଯ ଯଥା, ଛଣାଛଣି ଜାତୀୟ ଖାଦ୍ଯ, ଫାଷ୍ଟ ଫୁଡ୍, ଜଙ୍କ ଫୁଡ୍, ପ୍ୟାକେଟ ଫୁଡ୍, ଡାଲଡ଼ା ଜାତୀୟ ଘିଅ ବ୍ୟବହାର କରିବା ଦ୍ଵାରା କୋଲେଷ୍ଟ୍ରଲ ବଢିଥାଏ । ଏହାସହ ପାମ ଅଏଲ ଆଦି ଖାଦ୍ଯ ଖାଇବା ଦ୍ଵାରା ଏହା ହାର୍ଟ ଉପରେ ଅଧିକ ପ୍ରଭାବ ପକାଇଥାଏ ।"

କ'ଣ କରିବା ଆବଶ୍ୟକ:

ଡାକ୍ତର ଦିବ୍ୟ ରଞ୍ଜନ ବେହେରାଙ୍କ କହିବା ଅନୁସାରେ, ଖାଦ୍ଯରେ ବିଶେଷ ଭାବରେ ସୋରିଷ ତେଲ, ଅଲିଭ ତେଲ ବ୍ୟବହାର କରିବା ଭଲ । ଯାହା ହାର୍ଟ ପାଇଁ ବହୁତ ଭଲ । ବାହାର ଖାଦ୍ୟଠାରୁ ଯେତେ ଦୂରେଇ ରୁହନ୍ତୁ । ଜଙ୍କ ଫୁଡ୍ ଠାରୁ ମଧ୍ୟ ଦୂରେଇ ରହିବା ଆବଶ୍ୟକ । ଛୋଟ ପିଲାଙ୍କୁ ମେଦବହୁଳତା, ଡାଇବେଟିସ, ରକ୍ତଚାପ, ଅଧିକ କୋଲେଷ୍ଟ୍ରଲ ରହିଥିବାର ଦେଖାଯାଉଛି । ଏହି ସମସ୍ତ ଖାଦ୍ଯଠାରୁ ଦୂରେଇ ରଖିବା ଆବଶ୍ୟକ । କେବଳ ସଚେତନତା ହିଁ ଶରୀରକୁ ସୁସ୍ଥ ରଖିଥାଏ ।

କୋଲେଷ୍ଟ୍ରଲ ପାଇଁ ବଡ ବିପଦ ମଟନ:

"କୋଲେଷ୍ଟ୍ରଲ ପାଇଁ ବଡ ବିପଦ ହେଉଛି ମଟନ୍ । ଏହା ବହୁତ ଗୁରୁତ୍ୱପୁର୍ଣ୍ଣ । ଅଧିକ ମଟନ ଖାଇବାରୁ ଦୂରେଇ ରହିବା ଆବଶ୍ୟକ । ଏହା ବଦଳରେ ମାଛ ଖାଇପାରିବେ ବୋଲି କହିଛନ୍ତି ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ରଞ୍ଜନ ବେହେରା ।

ବ୍ୟାୟମ ଦେବ ସୁସ୍ଥ ଜୀବନ: ଦୈନନ୍ଦିନ ଜୀବନରେ ପ୍ରତ୍ଯେକ ଦିନ ବ୍ୟାୟାମ କରନ୍ତୁ । ଯୋଗ କରନ୍ତୁ । ତେଲ ଜାତୀୟ ଜିନିଷ ଠାରୁ ଦୂରେଇ ରୁହନ୍ତୁ । ବିଶେଷ କରି ଖାଦ୍ଯପେୟ ଉପରେ ସଚେତନ ରୁହନ୍ତୁ । ୩ ମାସରେ ଥରେ କୋଲେଷ୍ଟ୍ରଲ ପରୀକ୍ଷା କରନ୍ତୁ । ଏହା ସହ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଆନ୍ତୁ ।

ଶରୀର ପାଇଁ କେତେ ବିପଦ:

ହୃଦରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ, "କୋଲେଷ୍ଟ୍ରଲ ଅଧିକ ହେଲେ ହାର୍ଟଆଟାକ୍ ହେବାର ସମ୍ଭାବନା ଅଧିକ ରହିଥାଏ । ଯଦି କୋଲେଷ୍ଟ୍ରଲ ବଢ଼ିଯାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ଆବଶ୍ୟକ ।"

ଇଟିଭି ଭାରତ, ଭୁବନେଶ୍ବର

ଏହା ମଧ୍ୟ ପଢନ୍ତୁ: ଅଧିକ ମଟନ ଖାଇଲେ ହୋଇପାରେ ଏହି ରୋଗ; ସତର୍କ କରାଇଲେ ବିଶେଷଜ୍ଞ - Mutton Side Effects

ଏହା ମଧ୍ୟ ପଢନ୍ତୁ: ଡାଇବେଟିସ୍ ରୋଗୀଙ୍କ ପାଇଁ ସୂଚନା; ହଠାତ୍ ବ୍ଲଡ ସୁଗାର କମିଲେ ଖାଆନ୍ତୁ ଏହି 5 ଜିନିଷ - Low blood sugar

ଏହା ମଧ୍ୟ ପଢନ୍ତୁ: ଏସବୁ ରୋଗ ଦୂର କରେ ଡାଳିମ୍ବ, ଜାଣନ୍ତୁ କୋଲେଷ୍ଟ୍ରୋଲ-ଡାଇବେଟିସ୍ ରୋଗୀ ଖାଇଲେ କ'ଣ ହୁଏ ? - Health Benefits Of Pomegranate

Disclaimer- ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.