ଓଡିଶା

odisha

ETV Bharat / state

ଆଜିଠୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ, HMPVକୁ ନେଇ କେନ୍ଦ୍ରର ସତର୍କତା ଅବଲମ୍ବନ - PRAVASI BHARATIYA DIVAS 2025

ଭୁବନେଶ୍ବରରେ ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲେ ମୁଖ୍ୟ ଶାସନ ସଚିବ।

PRESS MEET ON PRAVASI BHARATIYA DIVAS
PRESS MEET ON PRAVASI BHARATIYA DIVAS (ETV Bharat Odisha)

By ETV Bharat Odisha Team

Published : Jan 7, 2025, 8:23 PM IST

Updated : Jan 8, 2025, 9:14 AM IST

ଭୁବନେଶ୍ବର:ଆଜିଠାରୁ ବହୁଚର୍ଚ୍ଚିତ ‘ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ’ । କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ପ୍ରବାସୀ ଅତିଥିଙ୍କ ଆଗମନ ମଧ୍ୟ ଆରମ୍ଭ ହୋଇଗଲାଣି । ଏହାରି ଭିତରେ ଦେଶରେ ଚିହ୍ନଟ ହୋଇଥିବା ନୂଆ ଭାଇରସ ଚିନ୍ତା ବଢାଇଛି । ତେବେ ଏହି ସଂକ୍ରମଣ ଆଶଙ୍କାକୁ ମଧ୍ୟ ଦୃଷ୍ଟିରେ ରଖିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । କେନ୍ଦ୍ରର ସତର୍କତା ଅନୁସାର କାର୍ଯ୍ୟକ୍ରମକୁ ଆୟୋଜିତ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ଅରୁଣ କୁମାର ଚାଟାର୍ଜୀ ଓ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ।

ପ୍ରବାସୀ ଭାରତୀୟ ସମ୍ମିଳନୀ:

କାର୍ଯ୍ୟକ୍ରମ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଛି ସାମ୍ବାଦିକ ସମ୍ମିଳନୀ । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଚିବ ଅରୁଣ କୁମାର ଚାଟାର୍ଜୀ କହିଛନ୍ତି,"ଭାରତ ସରକାରଙ୍କ ପୂର୍ବଦୋୟ ବିକାଶ ଯୋଜନା ଅନୁସାରେ ଏଥର ଓଡିଶାରେ ପ୍ରବାସୀ ଭାରତୀୟ ସମ୍ମିଳନୀର ୧୮ ତମ ସଂସ୍କରଣ । ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଓଡିଶାରେ ହେବାକୁ ଯାଉଛି ପ୍ରବସୀ ଭାରତୀୟ ଦିବସ । ଯୁବ ସମାବେଶରୁ ଆରମ୍ଭ ହେବ ତିନି ଦିନିଆ ପ୍ରବାସୀ ଭାରତୀୟ ସମ୍ମଳନୀ । ଯୁବ ଦିବସ ପରେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ସମ୍ଭାବନା ନେଇ ପ୍ରବସୀମାନଙ୍କ ସହିତ ଘରୋଇ ହୋଟେଲରେ ଆଲୋଚନା ହେବ । ଯେଉଁଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ ।"

  • ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ:

ସେ ଆହୁରି ମଧ୍ୟ କହିଛନ୍ତି,"୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବା ସହ ସମ୍ବୋଧିତ କରିବେ । ପ୍ରବାସୀ ଭାରତୀୟ ମାନଙ୍କୁ ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲାଇବା ପାଇଁ ତିନି ଦିନ ଧରି ଚାଲିବାକୁ ଥିବା ପ୍ରବାସୀ ଭାରତୀୟ ଏକ୍ସପ୍ରେସକୁ ଶୁଭାରମ୍ଭ କରିବେ । ଅପରାହ୍ନରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରବାସୀ ଭାରତୀୟ ମାନଙ୍କ ସହ ବିକଶିତ ଭାରତ ୨୦୪୭ ବିଷୟରେ ଆଲୋଚନା କରିବେ । ୧୦ ତାରିଖରେ ଉଦଯାପନୀ ଉତ୍ସବରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ତିନି ଦିନିଆ ସମ୍ମିଳନୀରେ ଓଡିଶା ଏବଂ ଦେଶ ବିକାଶରେ ଥିବା ବିଭିନ୍ନ ସମ୍ଭାବନା ବିଷୟରେ ପ୍ରବାସୀମାନଙ୍କ ସହ ଆଲୋଚନା ହେବ ।"

PRESS MEET ON PRAVASI BHARATIYA DIVAS (ETV Bharat Odisha)
  • ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଓଡିଶା ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା କହିଛନ୍ତି," ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରବାସୀ ଦିବସର ବ୍ୟବସ୍ଥା ହୋଇଛି । ଏହା ସହ ବିଭିନ୍ନ ପ୍ଲେନାରି ସେସନରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷମାନେ ପ୍ରବାସୀମାନଙ୍କ ସହ ଆଲୋଚନା କରିବେ । ଏହି ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରଦର୍ଶନ କରିବା ସହ ପ୍ରତି ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ଶିଖ ଶେଖାୱାତ ନିର୍ଦ୍ଦିଷ୍ଟ ସେସନରେ ଯୋଗ ଦେଇ ପ୍ରବାସୀମାନଙ୍କ ସହ ଆଲୋଚନା କରିବେ । "

ଏହା ମଧ୍ୟ ପଢନ୍ତୁ...ଆସିବେ ଅତିଥି: ରଙ୍ଗୀନ ଆଲୁଅରେ ଝଲସୁଛି ପୁରୀ, କାଲିଠୁ ବିଚ୍‌ ଫେଷ୍ଟିଭାଲ - PRAVASI BHARATIYA DIVAS

ଏହା ମଧ୍ୟ ପଢନ୍ତୁ...ପ୍ରବାସୀ ଭାରତୀୟ ଦିବସ ପାଇଁ କଟକଣା, ଏହି ସବୁ ରାସ୍ତାରେ ଯାତାୟତ ମନା - TRAFFIC ADVISORY

ଏହା ମଧ୍ୟ ପଢନ୍ତୁ...ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଜୟଶଙ୍କର - S JAISHANKAR VISITS PURI

  • ନୂଆ ଭାଇରସ ଚିନ୍ତା :

ସେ ଆହୁରି ମଧ୍ୟ କହିଛନ୍ତି,"ପୁରୀ, କଟକ, ଭୁବନେଶ୍ୱର ଯାଜପୁରର ପ୍ରାୟ ୨୧ରୁ ଉର୍ଦ୍ଧ୍ବ ପର୍ଯ୍ୟଟନ ସ୍ଥଳୀକୁ ପ୍ରବାସୀମାନଙ୍କୁ ବୁଲାଇ ନେବା ପାଇଁ ସବୁ ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି । ନୂଆ ଭାଇରସ ପାଇଁ କେନ୍ଦ୍ର ସରକାରଙ୍କ ଯାହା ସତର୍କତା ମୂଳକ ନିର୍ଦ୍ଦେଶ ରହିଛି । ତାକୁ ଅନୁପାଳନ କରିବା ସହ ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ।"

ପ୍ରବାସୀ ଅତିଥିମାନଙ୍କ ପାଇଁ ୫ଟି ଡବଲ ଡେକର ବସର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅତିଥିଙ୍କୁ ବାନ୍ଧି ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖାଓ ଗଳିରେ ଖାଦ୍ୟର ସମ୍ଭାର ,ନୃତ୍ୟ ସଙ୍ଗୀତ,ଏକାମ୍ର ଉତ୍ସବ , ଆଦିବାସୀ ମେଳା, ଚିଲିକା ପକ୍ଷୀ ଉତ୍ସବ ,ଏକାମ୍ର ପୁଷ୍ପ ମହୋତ୍ସବ, ମୁକ୍ତେଶ୍ଵର ଡ୍ୟାନ୍ସ ଫେଷ୍ଟିଭାଲ ଇତ୍ୟାଦି କରାଯାଇଛି । ସୂଚନା ଥାଉ କି ଗତବର୍ଷ ପ୍ରବାସୀ ଭାରତୀୟ ଦିବସ ମଧ୍ୟପ୍ରଦେଶର ଭୋପାଳରେ ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 8, 2025, 9:14 AM IST

ABOUT THE AUTHOR

...view details