ଓଡିଶା

odisha

ETV Bharat / state

ଗେରୁଆ ହେବ ସରକାରୀ କାର୍ଯ୍ୟାଳୟ ରଙ୍ଗ; ଘେରିଲେ ବିରୋଧୀ - BUILDING COLOUR CHANGE POLITICS

ସରକାରୀ କୋଠା ରଙ୍ଗ ବଦଳି ଗେରୁଆ ହେବ । ବାହାର କାନ୍ଥର ରଙ୍ଗ କମଳା ଏବଂ ବର୍ଡର ଲାଲ ରହିବ । ଏନେଇ ରାଜ୍ୟ ରାଜନୀତିର ତାତି ବଢିବାରେ ଲାଗିଛି ।

political temperature over buildings colour change
political temperature over buildings colour change (ETV Bharat Odisha)

By ETV Bharat Odisha Team

Published : Oct 8, 2024, 9:27 PM IST

Updated : Oct 8, 2024, 10:52 PM IST

ଭୁବନେଶ୍ବର: ସରକାରୀ କୋଠା ରଙ୍ଗ ବଦଳି ଗେରୁଆ ହେବ । ବାହାର କାନ୍ଥର ରଙ୍ଗ କମଳା ଏବଂ ବର୍ଡର ଲାଲ ରହିବ । ସବୁ ସରକାରୀ କୋଠାର ରଙ୍ଗ ସମାନ ରହିବ ବୋଲି ସବୁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖିଛି ପୂର୍ତ୍ତ ବିଭାଗ । ଏ ନେଇ ରାଜ୍ୟ ରାଜନୀତିର ତାତି ବଢିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, "ଧଳା ପୋଷାକ ପିନ୍ଧି ଯଦି କୁ-ଶାସନର ନେତୃତ୍ୱ ନେବେ ତାହାଲେ ଲୋକେ ଗ୍ରହଣ କରିବେ ନାହିଁ । ରଙ୍ଗ ବଦଳୁ କିନ୍ତୁ ଲୋକାଭିମୁଖୀ ଶାସନ ହେଉ । ସମ୍ବେଦନଶୀଳ ସରକାର ହେଉ । ଏଇଟା ଲୋକେ ଆଶା ରଖିଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ନିସନ୍ଦେହ । ସରକାରୀ ଅର୍ଥ ନଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ପଛର ଅଭିସନ୍ଧି ହେଉଛି ଗୈରିକରଣ । ଗୈରିକରଣର ଏହା ଆଉ ଏକ ଅଧ୍ୟାୟ । ସବୁ କ୍ଷେତ୍ରରେ ଗୈରିକରଣ ।"

ଗେରୁଆ ହେବ ସରକାରୀ କାର୍ଯ୍ୟାଳୟ ରଙ୍ଗ (ETV Bharat Odisha)

ଏହା ବି ପଢନ୍ତୁ- ଗେରୁଆ ହେବ ସରକାରୀ କୋଠା; ବାହାର କାନ୍ଥର ରଙ୍ଗ କମଳା ଏବଂ ବର୍ଡର ହେବ ଲାଲ୍‌


ସେ ଆହୁରି ମଧ୍ୟ କହିଛନ୍ତି, "କେନ୍ଦ୍ରରେ ଯାହା ରାଜ୍ୟରେ ତାହା । ସରକାର ବଦଳିଲା, ତା' ସହ ରଙ୍ଗ ବଦଳିବ ବୋଲି ବାର୍ତ୍ତା ଦେଉଛନ୍ତି ମୋହନ ସରକାର । ସରକାର ବଦଳିଛି । ରଙ୍ଗ ବଦଳୁ । କିନ୍ତୁ ଶାସନର ଆଭିମୁଖ୍ୟ ବଦଳୁ । ଅତୀତକୁ ଦୋଷ ଦେଇ ଏକ ଦୃଢ ବର୍ତ୍ତମାନ ତିଆରି କରିପାରିବ ନାହିଁ । କିମ୍ବା ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରିବ ନାହିଁ । ଉଜ୍ଜ୍ୱଳ ଭବିଷ୍ୟତ ଲକ୍ଷ୍ୟରେ ଯାହା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, କରାଯାଉ । ପରିବର୍ତ୍ତନ ପାଇଁ ପରିବର୍ତ୍ତନ ଏହା ଆଦୌ ସ୍ପୃହଣୀୟ ନୁହେଁ । ସମୟ ତାହାର ଉଚିତ ବିଚାର କରିବ ।"



କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, "ଓଡିଶା ଲୋକେ ଆଶା ଓ ବିଶ୍ୱାସର ସହ ବିଜେପିକୁ ଭୋଟ ଦେଇଥିଲେ । ବିଜେପି ସରକାର ନିର୍ବାଚନ ପୂର୍ବରୁ ଯେଉଁ ଇସ୍ତାହାର ଦେଇଥିଲେ ଭୁଲି ଯାଉଛନ୍ତି । ବିଜେପି ନାଁ ପରିବର୍ତ୍ତନ ହେଉଛି । ଗେମ ଚେଞ୍ଜର ନୁହଁନ୍ତି । ଗେମ ଚେଞ୍ଜର ହେବା ଲାଗି ବୋଧେ ସମୟ ଆସିନାହିଁ । ଓଡିଶାବାସୀ ଆଗାମୀ ଦିନରେ ଏହାର ଜବାବ ଦେବେ । ବିଜେଡି ସବୁଜ କରୁଥିବାରୁ 24 ବର୍ଷରେ ପଳେଇଲେ । ଏମାନେ ଗେରୁଆ କରିଯିବ । ଆଗାମୀ ଦିନରେ କଂଗ୍ରେସ ଓ ଓଡିଶାବାସୀ ଠିକ ଜବାବ ଦେବେ ।

buildings colour change (ETV Bharat Odisha)

‘ସରକାରୀ କୋଠା ଗୁଡ଼ିକର ସବୁଜ ରଙ୍ଗ କରିବାର କାରଣ କଣ ଥିଲା ତାହାର ଉତ୍ତର ପ୍ରଥମେ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍ ଦିଅନ୍ତୁ ’

କୋଠା ଗୁଡ଼ିକର ସବୁଜ ରଙ୍ଗ କରିବାର କାରଣ କଣ ଥିଲା ତାହାର ଉତ୍ତର ପ୍ରଥମେ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍ ଦିଅନ୍ତୁ । ସେ କଥା ଆବଶ୍ୟକତା କିଛି ନଥିଲା । ପୂର୍ବରୁ ଯେଉଁ ରଙ୍ଗ ଥିଲା, ସେହି ରଙ୍ଗ ହିଁ ଦିଆଯାଇଥାନ୍ତା । ତାକୁ କାହିଁକି ପରିବର୍ତ୍ତନ କରିଥିଲେ ତାହାର ପ୍ରଥମେ ଉତ୍ତର ଦିଅନ୍ତୁ । ତାପରେ ପ୍ରଶ୍ନ ପଚାରିବେ, କାହିଁକି ରଙ୍ଗ ପରିବର୍ତ୍ତନ କଲେ ? ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଆଇନ୍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।

ବଦଳିବ ସରକାରୀ କୋଠାର ରଙ୍ଗ । କୋଠାର ବାହାର କାନ୍ଥ କମଳା ରଙ୍ଗର ହେବ । ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ପକ୍ଷରୁ ଇଂଜିନିୟର ଇନ ଚିଫଙ୍କୁ ଲେଖାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ନୂଆ ସରକାରୀ କୋଠା ବା ପୁରୁଣା କୋଠାର ରଙ୍ଗ ପରିବର୍ତ୍ତନ ହେବ । ଚିଠିରେ ଲେଖାଯାଇ ଥିଲା ଯେ ବିଲ୍ଡିଂ କାର୍ଯ୍ୟକ୍ଷମ ଥିଲେ ମରାମତି କିମ୍ବା ନବୀକରଣ ବେଳେ ରଙ୍ଗ ବଦଳିବ । ବାହାର କାନ୍ଥ କମଳା ରଙ୍ଗର ହେବାକୁ ଥିବାବେଳେ ବର୍ଡ଼ରରେ ନାଲି ରଙ୍ଗ ଦିଆଯିବ ।

buildings colour change (ETV Bharat Odisha)

ତେବେ ଏହି ରଙ୍ଗ ପରିବର୍ତ୍ତନ କୁ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି। ବିରୋଧୀ ବିଜେଡି ଏହାକୁ ବିରୋଧ କରୁଛି। ନାଁ ବଦଳାଇବା ଓ ରଙ୍ଗ ବଦଳାଇବା ବିଜେପି ସରକାରର ମୁଖ୍ୟ ଏଜେଣ୍ଡା ବୋଲି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଥିଲେ। ସେ କହିଥିଲେ, ଏଥିରେ ସବୁ ପରିବର୍ତନ ହେବନି। ପଦଯାତ୍ରାରେ ନବୀନ ପଟ୍ଟନାୟକ କହିଛନ୍ତି ଯେ ରଙ୍ଗ ବଦଳିଲେ, ବିକାଶର ଇତିହାସ ବଦଳି ପାରିବେନି। ନବୀନଙ୍କ ସଫଳତା ଯାହା ଗତ 24 ବର୍ଷରେ ହୋଇଛି, ତାହା ସେମାନେ ବଦଳେଇ ପାରିବେନି।

ଏହାର କଡ଼ା ଜବାବ ଦେଇଛନ୍ତି ପୂର୍ତ୍ତବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ସେ କହିଛନ୍ତି, "କୋଠା ଗୁଡ଼ିକର ସବୁଜ ରଙ୍ଗ କରିବାର କାରଣ କଣ ଥିଲା ତାହାର ଉତ୍ତର ପ୍ରଥମେ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍ ଦିଅନ୍ତୁ । ସେ କଥା ଆବଶ୍ୟକତା କିଛି ନଥିଲା । ପୂର୍ବରୁ ଯେଉଁ ରଙ୍ଗ ଥିଲା, ସେହି ରଙ୍ଗ ହିଁ ଦିଆଯାଇଥାନ୍ତା । ତାକୁ କାହିଁକି ପରିବର୍ତ୍ତନ କରିଥିଲେ ତାହାର ପ୍ରଥମେ ଉତ୍ତର ଦିଅନ୍ତୁ । ତାପରେ ପ୍ରଶ୍ନ ପଚାରିବେ, କାହିଁକି ରଙ୍ଗ ପରିବର୍ତ୍ତନ କଲେ । ଏବେ ତାଙ୍କୁ କଷ୍ଟ ହେଉଛି କାହିଁକି ନା ସବୁଜ ରଙ୍ଗ ବଦଳି ଯାଇଛି । ସେମାନେ ପ୍ରଥମେ ରଙ୍ଗ ବଦଳାଇଥିଲେ । କାହିଁକି ବଦଳାଇ ଥିଲେ ଉତ୍ତର ଦିଅନ୍ତୁ ।"

ପ୍ରତି ବର୍ଷ ବର୍ଷା ଦିନ ପରେ ସରକାରୀ ବିଲ୍ଡିଂ ଗୁଡ଼ିକର ମରାମତି ଓ ରକ୍ଷଣବେକ୍ଷଣ ଆବଶ୍ୟକ ହୁଏ । ତେଣୁ ପୁଣି ରଙ୍ଗ କରିବାକୁ ପଡେ । ସେଥିପାଇଁ ପୂର୍ବରୁ ସରକାରୀ କୋଠା ଗୁଡ଼ିକର ଯେଉଁ ରଙ୍ଗ ଥିଲା, ସେହି ରଙ୍ଗ ହିଁ କରିବାକୁ ନିଷ୍ପତି ହୋଇଛି ।

Last Updated : Oct 8, 2024, 10:52 PM IST

ABOUT THE AUTHOR

...view details