ଓଡିଶା

odisha

ETV Bharat / state

କନଷ୍ଟେବଳଙ୍କୁ ହାଣି ପାପୁଲି ଛିଣ୍ଡାଇ ଦେଲା ଦୁର୍ବୃତ୍ତ - Police Attack By Miscreant

ପୋଲିସକୁ କନଷ୍ଟେବଳଙ୍କୁ ଅତର୍କିତ ଆକ୍ରମଣ । ଏକ ଝଗଡାର ତଦନ୍ତ ପାଇଁ ଯାଇଥିବା ବେଳେ ଆକ୍ରମଣ କରି କନଷ୍ଟେବଳଙ୍କ ପାପୁଲି ଛିଣ୍ଡେଇ ଦେଲା ଦୁର୍ବୃତ୍ତ ।

By ETV Bharat Odisha Team

Published : 5 hours ago

POLICE ATTACK BY MISCREANT
POLICE ATTACK BY MISCREANT (ETV Bharat Odisha)

ସମ୍ବଲପୁର:ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ା ସମାଧାନ କରିବାକୁ ଯାଇଥିଲା ପୋଲିସ । ହେଲେ ସେଠାରେ ପୋଲିସ ଉପରେ ହେଲା ମରଣାନ୍ତକ ଆକ୍ରମଣ । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଛିଡ଼ିଲା ପୋଲିସ କନଷ୍ଟେବଳଙ୍କ ହାତ ପାପୁଲି । ପୋଲିସ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ବୁର୍ଲା ଥାନା ଅଞ୍ଚଳରେ ।

ପୋଲିସକୁ ହାଣିଲା ଦୁର୍ବୃତ୍ତ:

POLICE ATTACK BY MISCREANT (ETV Bharat Odisha)

ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ପୂର୍ବରୁ ଏନେଇ ଏକ ମାମଲା ଚାଲିଥିବା ବେଳେ ଆଜି ଦିନ ପ୍ରାୟ ୧୧ଟା ସମୟରେ ସ୍ବାମୀ କମଳ ଚରଣ ପ୍ରଧାନ ପତ୍ନୀକୁ ଆକ୍ରମଣ କରିବା ପାଇଁ ଆସିଥିବା ଖବର ପାଇଥିଲେ ବୁର୍ଲା ଥାନା ପୋଲିସ କନଷ୍ଟେବଳ ସରୋଜ ଭୋଇ । ଖବର ପାଇବା ପରେ ସରୋଜ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା । କିନ୍ତୁ ପାଲଟା ପାଟିତୁଣ୍ଡ କରିବା ସହ ସରୋଜଙ୍କୁ ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା କମଳ । ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଆକ୍ରମଣ ଫଳରେ ସରୋଜଙ୍କୁ ହାତ ପାପୁଲିରେ ଶକ୍ତ ଆଘାତ ପାପୁଲି ଅଧା କଟିଯାଇଥିଲା । ରକ୍ତାକ୍ତ ଅବସ୍ଥାରେ ସରୋଜଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ପୋଲିସ ଅଭିଯୁକ୍ତକୁ ଧରିବାକୁ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ...ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା, ଲାଗିଲା ଧାରା ୧୬୩ - Youth Killed In Group Attack

ଏହା ମଧ୍ୟ ପଢ଼ନ୍ତୁ...ପରକୀୟା ପ୍ରୀତି ପାଇଁ ଟ୍ରାକ୍ଟର ଡ୍ରାଇଭରକୁ ହତ୍ୟା, ୬ ଅଭିଯୁକ୍ତକୁ ଗିରଫ - mantu malik murder case

ଏହା ମଧ୍ୟ ପଢ଼ନ୍ତୁ...କୁକୁଡା ଫାର୍ମ ପାଇଁ ଭାଇକୁ ଗୁଳି ମାରିଲା ଭାଇ, ନଦୀଙ୍କୁ ଫିଙ୍ଗିଲା ମୃତଦେହ - Brother Killed Brother

ଅଭିଯୁକ୍ତକୁ ଧରିବାକୁ ତଦନ୍ତ ଜାରି :

ଏନେଇ ସମ୍ବଲପୁର ଅତିରିକ୍ତ ଏସପି ହରେଶ ଚନ୍ଦ୍ର ପାଣ୍ଡେ କହିଛନ୍ତି, "ଆଜି ବୁର୍ଲା ଥାନାର କନେଷ୍ଟବଳ ସରୋଜ କୁମାର ଭୋଇ ପାଟ୍ରୋଲିଂ କରୁଥିଲେ । ଦିନ ପ୍ରାୟ ସାଢେ ୧୧ଟା ସମୟରେ ସେ ଖବର ପାଇଥିଲେ ଯେ, ଝରିପାଲି ଗାଁରେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଛି । ସରୋଜ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ସ୍ବାମୀ କମଳ ଚରଣ ପ୍ରଧାନ, ଯିଏ କି ଏକ କୋଠରୀରେ ଲୁଚିଥିଲା । ତାକୁ ଧରିବାକୁ ଚେଷ୍ଟା କରିବା ସମୟରେ ପୋଲିସ ସହ ଝଗଡ଼ା କରିବା ସହ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ ସରୋଜଙ୍କ ଡାହାଣ ହାତର ୩ଟି ଆଙ୍ଗୁଠି ସହ ପାପୁଲିରେ ଶକ୍ତ ଆଘାତ ଲାଗିଥିଲା । ତାଙ୍କୁ ବୁର୍ଲାରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତାକୁ ଗିରଫ ପାଇଁ ଖୋଜା ଚାଲିଛି ।"

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details