ଭୁବନେଶ୍ବର/ସମ୍ବଲପୁର: "ଆମେ ବହୁତ ଖୁସି ଅଛୁ...19 ତମ କିସ୍ତି ମିଳିଛି... ବିହନ କିଣିବାରେ ଆମେ ଏହି ଟଙ୍କା ବ୍ୟବହାର କରିବୁ..." ଏମିତି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ପ୍ରଥମ କିସ୍ତି ପାଇଥିବା ସମ୍ବଲପୁରର ଜଣେ ମହିଳା ଚାଷୀ ସ୍ବପ୍ନା ନାଥ । 19 ତମ କିସ୍ତି ଦିଆଯାଇଥିବାରୁ ଚାଷୀମାନେ ଖୁସି ବ୍ୟକ୍ତ କରିଛନ୍ତି ।
'ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି'ଯୋଜନାକୁ 6 ବର୍ଷ ପୂର୍ତ୍ତି:
ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିକୁ ପୂରିଛି 6 ବର୍ଷ । ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ମିଳିଲାଣି ପାଖାପାଖି 3.5 ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ରାଶି । ଏହି ଯୋଜନା ଅଧୀନରେ ଚାଷୀଙ୍କୁ ବାର୍ଷିକ 6 ହଜାର ଟଙ୍କା ସହାୟତା ଦେଉଛନ୍ତି କେନ୍ଦ୍ର ସରକାର । ଏହି ପରିପ୍ରେକ୍ଷୀରେ ଆଜି ପିଏମ କିଷାନର 19ତମ କିସ୍ତି ମିଳିଛି । ଦେଶର 9 କୋଟି 8 ଲକ୍ଷରୁ ଅଧିକ ଚାଷୀଙ୍କ ଖାତାରେ 22 ହଜାର କୋଟି ସିଧାସଳଖ ହସ୍ତାନ୍ତର କରାଯାଇଛି ।
ଓଡ଼ିଶାର କେତେ ଚାଷୀ ଉପକୃତ ହେଉଛନ୍ତି ଏହାକୁ ନେଇ କୃଷି ବିଭାଗ ସଚିବ ଅରବିନ୍ଦ ପାଢୀକହିଛନ୍ତି, "ଆଜି ଚାଷୀଙ୍କ ଖାତାକୁ ପିଏମ କିଷାନ ଟଙ୍କା ଆସିଛି । ଏହି ଯୋଜନାର 19 ତମ କିସ୍ତି ଚାଷୀଙ୍କୁ ମିଳିଛି । ଓଡ଼ିଶାର 34 ଲକ୍ଷ 95 ହଜାର 147 ଜଣ ହିତାଧିକାରୀ ପିଏମ କିଷାନ ଟଙ୍କା ପାଇଛନ୍ତି । 19 ତମ କିସ୍ତି ପ୍ରଦାନ ସମୟରେ ଯେଉଁ ଯୋଗ୍ୟ ଚାଷୀମାନେ ଲେଫ୍ଟ ଆଉଟ ହେଇଯାଇଥିଲେ ଆମେ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ସେମାନଙ୍କୁ ସାମିଲ କରିଛୁ । ଗତ ଥର ଅପେକ୍ଷା ଏଥର ଆଉ 3 ଲକ୍ଷ 43 ହଜାର 447 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଯେଉଁମାନେ ବାଦ ପଡିଯାଇଛନ୍ତି ସେମାନେ ପରବର୍ତ୍ତୀ ସମୟରେ ପୋର୍ଟାଲରେ ଆବେଦନ କରିପାରିବେ। ଆବେଦନ ପରେ ଆମେ ଭେରିଫିକେସନ କରିବୁ । ସବୁ ଜାଗାରେ ଆମେ E-kyc କରୁଛୁ। ପିଏମ କିଷାନ ଯୋଜନା କେନ୍ଦ୍ର ସରକାରଙ୍କ ଯୋଜନା । ଏଥିରେ ଯାହା ନିୟମ ଅଛି ଜଣେ ଚାଷୀର ଚାଷ ଜମି ଥିବା ଦରକାର ।"
ପାଖାପାଖି ୧୦ କୋଟି ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା:
ଦେଶର ପାଖାପାଖି ୧୦ କୋଟି ଚାଷୀଙ୍କ ଖାତାକୁ ଯାଇଛି ୨ ହଜାର ଲେଖାଏଁ ଟଙ୍କା । ପିଏମ ମୋଦି ଡିବିଟି ଜରିଆରେ ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ପୂର୍ବରୁ ଯୋଜନାର ୧୮ତମ କିସ୍ତି ୨୦୨୪ ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ ଜାରି କରିଥିଲେ ପ୍ରଧାନମନ୍ତ୍ରୀ । ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି ସରକାର । ପ୍ରତ୍ୟେକ ୪ ମାସ ବ୍ୟବଧାନରେ ବାର୍ଷିକ ୩ କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ପିଏମ କିଷାନ ଯୋଜନା ହେଉଛି ଏକ କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନା, ଯାହାକୁ ମୋଦି ସରକାର ୨୦୧୯ ଫେବୃଆରୀରୁ ଆରମ୍ଭ କରିଥିଲେ ।
ସମ୍ବଲପୁରରେ କିଷାନ ସମ୍ମାନ ସମାରୋହ: