ମାଲକାନଗିରି: ଦିବ୍ୟାଙ୍ଗ ବୋଲି ଅଲୋଡା ! ପିତାମାତାଙ୍କ ପାଇଁ ବୋଧେ ବୋଝ ପାଲଟିଗଲା ଦିବ୍ୟାଙ୍ଗ ଶିଶୁକନ୍ୟା ! ଯେଉଁଥିପାଇଁ ଘଞ୍ଚ ଜଙ୍ଗଲରେ ଜନ୍ମିତ ଶିଶୁକୁ ଛାଡିଦେଇ ଚାଲିଗଲେ ନିଷ୍ଠୁର ଜନ୍ମଦାତା ଓ ଜନ୍ମଦାତ୍ରୀ ! ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ୨ ଜଣ ମହିଳା ଶିଶୁଟିକୁ ଦେଖିବା ପରେ ତାକୁ ଉଦ୍ଧାର କରି ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି ।
ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳର ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି । ସନ୍ତାନଟିଏ ପାଇଁ ପିତାମାତା ୧୬ ସୋମବାର କରିବା ସହ ୩୩ କୋଟି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ ଜଣେ ସୁସ୍ଥ ସନ୍ତାନ ବଦଳରେ ଯଦି ଦିବ୍ୟାଙ୍ଗ ସନ୍ତାନଟିଏ ଜନ୍ମ ହୁଏ ତେବେ ତାକୁ ହତାଦାର କରନ୍ତି ପିତାମାତା । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଦିବ୍ୟାଙ୍ଗ ଶିଶୁ କନ୍ୟା ବୋଲି ବୋଧେ ପିତାମାତାଙ୍କ ପାଇଁ ବୋଝ ପାଲଟିଯାଇଥିଲା । ପିତାମାତା ତାର ସେବା ଯତ୍ନ କରି ଥକି ଯାଇଥିଲେ ବୋଧେ । ତେଣୁ ତାକୁ ମରିବା ପାଇଁ ଜଙ୍ଗଲର ଏକ ଗଛ ତଳେ ଛାଡି ଚାଲିଯାଇଥିଲେ ।
ଏହାମଧ୍ୟ ପଢନ୍ତୁ.. ଅଲୋଡା ଶିଶୁ, ଖଜୁରୀ ବୁଦାରୁ ମିଳିଲା କ୍ଷତବିକ୍ଷତ ମୃତଦେହ - Body Of New Born Found