ଓଡିଶା

odisha

ETV Bharat / state

ଲୁଟେରାଙ୍କ ଟାର୍ଗେଟରେ ଷ୍ଟାର ହୋଟେଲ୍ ଓ ବିବାହ ଉତ୍ସବ - LOOT FROM HOTEL IN PURI

ବିବାହ ଉତ୍ସବ ଚାଲିଥିବା ବେଳେ ଲୁଟ ଉଦ୍ୟମ, ମାଡି ବସିଲେ ହୋଟେଲ ସିକ୍ୟୁରିଟି, ଭୁବନେଶ୍ଵର ମୈତ୍ରୀ ବିହାର ଷ୍ଟାର ହୋଟେଲରେ ହୋଇଥିଲା ସମାନ ଢଙ୍ଗରେ ଚୋରି

LOOT FROM HOTEL IN PURI
LOOT FROM HOTEL IN PURI (ETV Bharat Odisha)

By ETV Bharat Odisha Team

Published : Feb 4, 2025, 9:40 PM IST

ପୁରୀ:ଲୁଟେରାଙ୍କ ଟାର୍ଗେଟରେ ଷ୍ଟାର ହୋଟେଲ ଓ ବିବାହ ଉତ୍ସବ । ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ଆୟୋଜିତ ବିବାହ ଉତ୍ସବରୁ ବରକନ୍ୟାଙ୍କ ମୂଲ୍ୟବାନ ଅଳଙ୍କାର ଓ ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ପୁରୀ ପୋଲିସ ଧରିବାରେ ସଫଳ ହେଇଛି । ପୁରୀର ଏକ ହୋଟେଲରେ ଏକ ବିବାହ ଉତ୍ସବରେ ଅଭିଯୁକ୍ତ ଜଣଙ୍କ ସମାନ ଢଙ୍ଗରେ ବରକନ୍ୟାଙ୍କ ଅଳଙ୍କାର ଲୁଟ କରି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ମାଡ଼ି ବସିଲେ ହୋଟେଲ୍ କର୍ମଚାରୀ ।

LOOT FROM HOTEL IN PURI (ETV Bharat Odisha)

ବଳିଆପଣ୍ଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ତେବେ ଗିରଫ ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶ ରାଜଗଡ ଜିଲ୍ଲା ପିପିଲିଆ କଡିଆ ଅଞ୍ଚଳର ରିତେଶ ସିଶୋଦିଆ (୨୦) । ଅଭିଯୁକ୍ତକୁ ପୁରୀ ପୋଲିସ ଗିରଫ କରିବା ପରେ ଭୁବନେଶ୍ବର ମୈତ୍ରୀ ବିହାର ପୋଲିସକୁ ସୂଚନା ଦିଆଯାଇଛି ।

LOOT FROM HOTEL IN PURI (ETV Bharat Odisha)
  • ଲୁଟେରାଙ୍କ ଟାର୍ଗେଟରେ ଷ୍ଟାର ହୋଟେଲ୍:

ଗତ 2 ତାରିଖ ରାତିରେ ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ବିବାହ ଉତ୍ସବ ଚାଲିଥିବା ବେଳେ ଅତିଥି ବେଶରେ ଅଭିଯୁକ୍ତ ଲୁଟେରା ପ୍ରବେଶ କରିଥିଲା । ତେବେ ବିବାହ ଉତ୍ସବରେ ନାଚ,ଗୀତରେ ସମସ୍ତେ ମସଗୁଲ ଥିବାବେଳେ ଅନ୍ୟମନସ୍କତାର ସୁଯୋଗ ନେଇ ଲୁଟେରା ଜଣଙ୍କ ସେଠାରେ ଥିବା ଏକ ଟ୍ରଲି ବ୍ୟାଗକୁ ଧରି ଚମ୍ପଟ୍ ମାରୁଥିଲା । ତେବେ ଏହି ସମୟରେ ହୋଟେଲ୍ ବାହାରେ ଥିବା ସିକ୍ୟୁରିଟି ଗାର୍ଡ ତାକୁ ସନ୍ଦେହରେ ପଚରାଉଚରା କରିବାରୁ ସେ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲା । ପରେ ସ୍ଥାନୀୟ ବଳିଆପଣ୍ଡା ଥାନାକୁ ଖବର ଦିଆଯାଇଥିଲା । ପୋଲିସ୍ ପହଞ୍ଚି ଲୁଟେରାକୁ ଗିରଫ କରିଥିଲା ।

  • ସମାନ ଢଙ୍ଗରେ ଭୁବନେଶ୍ୱର ହୋଟେଲରୁ ଚୋରି କରିଥିଲା ଲୁଟେରା:

ହୋଟେଲ କର୍ମଚାରୀଙ୍କ ଅଭିଯୋଗକୁ ଭିତ୍ତିକରି ବଳିଆପଣ୍ଡା ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରିତେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ରିତେଶ ଭୁବନେଶ୍ଵର ମୈତ୍ରୀ ବିହାର ଥାନା ଅଞ୍ଚଳରେ ଏକ ବିବାହ ଉତ୍ସବରୁ ସୁନା ଅଳଙ୍କାର ଲୁଟ ଘଟଣାରେ ମଧ୍ୟ ସମ୍ପୃକ୍ତ ବୋଲି ପୋଲିସ ପକ୍ଷରୁ ସୂଚନା ମଳିଛି ।

LOOT FROM HOTEL IN PURI (ETV Bharat Odisha)
  • ଏମିତି କହିଲେ ପୁରୀ ଅତିରିକ୍ତ ଏସପି:

ପୁରୀ ଅତିରିକ୍ତ ଏସପି ସୁଶିଲ ମିଶ୍ର କହିଛନ୍ତି," ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଚାଲିଥିବା ବିବାହ ଉତ୍ସବରୁ ଚୋରି କରିବା ପାଇଁ ରାଜ୍ୟ ବାହାରର ଜଣେ ଯୁବକ ପ୍ରବେଶ କରିଥିଲେ । ତେବେ ଉକ୍ତ ଯୁବକ ଜଣଙ୍କ ହୋଟେଲରେ ସନ୍ଦେହଜନକ ଭାବେ ସେଠାରେ ବୁଲାବୁଲି କରୁଥିବା ବେଳେ ସିକୁରିଟି ଗାର୍ଡ ତାକୁ ଧରିଥିଲେ । ତେବେ ପଚରାଉଚରା ପରେ ଜଣା ପଡିଲା ସେହି ଯୁବକ ଜଣଙ୍କ କୌଣସି ଅତିଥି ନଥିଲେ । ତେବେ ହୋଟେଲ୍ କର୍ତ୍ତୃପକ୍ଷ ତା ନାମରେ ଚୋରି ଅଭିଯୋଗ ବଳିଆପଣ୍ଡା ଥାନାରେ ଅଭିଯୋଗ ଦେଇଥିଲେ । ଅଭିଯୋଗ ଅନୁସାରେ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ...ଷ୍ଟାର ହୋଟେଲରେ ଲୁଟିଲେ ୧୭ ଭରି ସୁନା, ବିବାହ ବ୍ରତଘର ପାଇଁ ପୋଲିସର ନୁଆ ଫର୍ମୁଲା - LOOT FROM MARRIAGE HALL

ଏହା ମଧ୍ୟ ପଢନ୍ତୁ...ଲିପ୍ଟ ମାଗି ଧରାପଡିଲେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ, ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ - KALAHANDI LIQUOR FACTORY ROBBERY

ଏହା ମଧ୍ୟ ପଢନ୍ତୁ...ନିରଞ୍ଜନଙ୍କ ଘରୁ ଚୋରି: ବାହାର ଚୋର ଗିରଫ, ଭିତର ଚୋର ଫେରାର - NIRANJAN PATNAIK HOUSE LOOT

  • 'ଅଭିଯୁକ୍ତ ମଧ୍ୟପ୍ରଦେଶର':

ସେ ଏହା ମଧ୍ୟ କହିଛନ୍ତି," ଅଭିଯୁକ୍ତର ଘର ମଧ୍ୟପ୍ରଦେଶ ରାଜଗଡ ଜିଲ୍ଲା କାଦିଆ ଗ୍ରାମର ବୋଲି ଜଣାପଡିଛି । ତେବେ ଭୁବନେଶ୍ବର ମୈତ୍ରୀ ବିହାରରେ ବିବାହ ଉତ୍ସବରୁ ଲୁଟ ହୋଇଥିବା ଘଟଣାରେ ତାର ସମ୍ପୃକ୍ତି ଥିବା ସିସିଟିଭି ଫୁଟେଜରୁ ଜଣାପଡୁଛି । ମୈତ୍ରୀ ବିହାର ପୋଲିସ ଏନେଇ ଅଧିକ ତଦନ୍ତ କରିବ । ସିସିଟିଭି ଆଧାରରେ ତଦନ୍ତ ଚାଲିଛି । ଯଦି ଆଉ କାହାର ସମ୍ପୃକ୍ତି ଥିବ ତେବେ ତାକୁ ମଧ୍ୟ ଧରିବ ପୋଲିସ ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details