ଓଡିଶା

odisha

ETV Bharat / state

ରାଜ୍ୟରେ ତୁହାକୁ ତୁହା ବର୍ଷା; ଆଗାମୀ 4ଦିନ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ, ପାଣିପାଗ ବିଭାଗର ୱାର୍ଣ୍ଣିଂ - Odisha Weather - ODISHA WEATHER

Odisha Weather Update: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଏଭଳି ସ୍ଥିତି ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଲାଗି ରହିବ । ଏସବୁ ଜିଲ୍ଲାକୁୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

Odisha Weather Update
Odisha Weather Update (ETV Bharat Odisha)

By ETV Bharat Odisha Team

Published : Jul 23, 2024, 5:33 PM IST

ଭୁବନେଶ୍ବର:ରାଜ୍ୟ ଉପରେ ୩ଟି ପାଣିପାଗ ନିୟାମକ ସହ ମୌସୁମୀର ସକ୍ରିୟତାକୁ ନେଇ ରାଜ୍ୟରେ ଜାରି ରହିଛି ବର୍ଷା । ଆହୁରି ୪ ଦିନ ପ୍ରବଳ ବର୍ଷିବ । ଛତିଶଗଡ଼ ପାଖାପଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଫଳରେ ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ସହ ୪ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ପ୍ରବଳ ବର୍ଷା ରାଜ୍ୟରେ ଥିବା ନିଅଣ୍ଟିଆ ବର୍ଷାକୁ ଭରଣା କରିବାକୁ ଥିବା ବେଳେ ଏହା ମୁଖ୍ୟତଃ ଚାଷୀଙ୍କ ପାଇଁ ଅନୁକୂଳ ରହିବ ।

Odisha Weather Update (ETV Bharat Odisha)

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅତି ପ୍ରବଳ ବର୍ଷା ପାଇଁ ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଦେଓଗଡ, କଟକ, ଜଗତସିଂହପୁର, ବୌଦ୍ଧ ଓ କେନ୍ଦ୍ରାପଡା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପ୍ରବଳ ବର୍ଷା ପାଇଁ ପୁରୀ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ନୂଆପଡା ଓ ସୋନପୁର ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲି 24 ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗୀମୀ 48ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ । ସେହିପରି 25 ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ନବରଙ୍ଗପୁର ଓ କଳାହାଣ୍ଡିକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ କୋରପୁଟ, ମାଲକାନଗିରି, ରାୟଗଡ଼ା, ପୁରୀ, କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଅନ୍ୟପଟେ 26 ତାରିଖରେ ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ଏହା ମଧ୍ୟ ପଢ଼ନ୍ତୁ...ବର୍ଷାରେ ଭିଜୁଛି ଓଡ଼ିଶା; ଆଉ 4 ଦିନ ବର୍ଷା ! ଏହି ୬ଜିଲ୍ଲାରେ ପ୍ରବଳ ବର୍ଷିବ, ୱାର୍ଣ୍ଣିଂ ଜାରି.. - Odisha Weather

ସେପଟେ ରାଜ୍ୟରେ ୧ ଜୁନରୁ ବର୍ତ୍ତମାନ ସୁଦ୍ଧା ୩୮୮.୬ ପ୍ରତିଶତ ବର୍ଷା ରେକର୍ଡ ହୋଇଥିବା ବେଳେ ଏବେବି ରାଜ୍ୟରେ ୧୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସହ ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ମାଲକାନଗିରି ଓ କୋରାପୁଟରେ ସ୍ୱାଭାବିକରୁ ଅଧିକ ବର୍ଷା ରେକର୍ଡ ହୋଇଛି । ମୋଟାମୋଟି ଭାବେ ସାରା ରାଜ୍ୟରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ଆଗାମୀ ଦିନରେ ନିଅଣ୍ଟିଆ ଭରଣା ହୋଇଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଅନୁଗୋଳର ଆଠମଲ୍ଲିକରେ ସର୍ବାଧିକ ୧୦୧.୧ ମିମି ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details