ଓଡିଶା

odisha

ETV Bharat / state

ଆହୁରି ବଢ଼ିବ ଥଣ୍ଡା: କଲବଲ କରିବ ଘନକୁହୁଡ଼ି, 4 ଜିଲ୍ଲାକୁ ୱାର୍ଣ୍ଣିଂ - IMD ODISHA WEATHER PREDICTION

ଥରୁଛି ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା । ତାପମାତ୍ରା ଆହୁରି 2ରୁ 3 ଡିଗ୍ରୀ ହାସ ପାଇବ । ଶୀତ ବଢ଼ିବା ସହ ଅସ୍ତବ୍ୟସ୍ତ କରିବ ଘନକୁହୁଡ଼ି ।

Odisha Weather Latest Forecast
Odisha Weather Latest Forecast (ETV Bharat Odisha)

By ETV Bharat Odisha Team

Published : Jan 15, 2025, 5:33 PM IST

ଭୁବନେଶ୍ବର: ଥଣ୍ଡା ପ୍ରକୋପରେ ଥରୁଛି ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା । ରାଜ୍ୟରେ ଜାରି ରହିଛି ଶୀତଲହରୀ । ଯଦିଓ ବର୍ତ୍ତମାନ ଶୀତ ସାମାନ୍ୟ କମିଛି, କିନ୍ତୁ ଆଗାମୀ 3ରୁ 4 ଦିନ ପରେ ତାପମାତ୍ରା ଆହୁରି ହ୍ରାସ ପାଇବା ସହ ପ୍ରବଳ ଶୀତ ହେବ । ଅନ୍ୟପଟେ ଶୀତ ସାଙ୍ଗକୁ ଘନକୁହୁଡ଼ି କଲବଲ କରିବ । ଆଗାମୀ 2 ଦିନ ପର୍ଯନ୍ତ ଘନକୁହୁଡ଼ିକୁ ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

  • ଆହୁରି ବଢ଼ିବ ଥଣ୍ଡା:

ରାଜ୍ୟରେ ପୁଣି ବଢ଼ିବ ଶୀତ । ଆଗାମୀ 3ରୁ 4 ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାକୁ ନଥିବା ବେଳେ ଏହାପରେ ତାପମାତ୍ରା 2ରୁ 3 ଡିଗ୍ରୀ ହ୍ରାସ ପାଇବ । ଫଳରେ ରାଜ୍ୟରେ ଶୀତର ପ୍ରଭାବ ବଢ଼ିବ । ଅନ୍ୟପଟେ ପ୍ରବଳ ଶୀତ ସାଙ୍ଗକୁ ଘନକୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିବ । ଆଗାମୀ 24 ଘଣ୍ଟା ମଧ୍ୟରେ 4 ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ଯାହାକୁ ନେଇ କଳାହାଣ୍ଡି, କନ୍ଧମାଳ, ନୟଗଡ଼, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ଗଞ୍ଜାମ, ଗଜପତି, ପୁରୀ, କଟକ, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଅନୁଗୋଳ ଓ ଦେବଗଡ଼ରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବ ।

  • ଘନକୁହୁଡି ୱାର୍ଣ୍ଣିଂ:

ସେହିପରି ଆସନ୍ତାକାଲି ଘନ କୁହୁଡିକୁ ନେଇ କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ସୋନପୁର, ଅନୁଗୋଳ, ନୟାଗଡ଼, ଓ ଦେବଗଡ଼ ଜିଲ୍ଲାରେ ହାଲୁକାରୁ ମଧ୍ୟମ କୁହୁଡ଼ି ଦେଖାଦେବା ନାଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 18 ତାରିଖରେ କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ଅନୁଗୋଳ, ନୟାଗଡ଼ ଓ ଦେବଗଡ଼ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ ।

Odisha Weather Latest Forecast (IMD)

ଏହା ମଧ୍ୟ ପଢ଼ନ୍ତୁ...ମେଘୁଆ ରହିବ ପାଗ, ଘନ କୁହୁଡ଼ି ପାଇଁ 3 ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଏହା ମଧ୍ୟ ପଢ଼ନ୍ତୁ...ଦୃଶ୍ଯମାନ ହେବ ଘନ କୁହୁଡ଼ି, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

  • କେଉଁଠି କେତେ ତାପମାତ୍ରା:

ଗତ 24 ଘଣ୍ଟା ମଧ୍ୟରେ ପାହାଡ଼ିଆ ଅଞ୍ଚଳ ଭାବରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 9.5 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମତଳ ଅଞ୍ଚଳ ଭାବରେ ରାଉରକେଲାରେ 11.0 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ସର୍ବାଧିକ ତାପମାତ୍ରା ମାଲକାନଗିରି ଓ ପାରଳାଖେମୁଣ୍ଡିରେ 30.5 ଡିଗ୍ରୀ ରେକର୍ଡ କରାଯାଇଛି । ସେପଟେ ନୟାଗଡ଼, ଫୁଲବାଣୀ ଓ କଟକରେ ଘନକୁହୁଡ଼ି ଦେଖା ଦେଇଥିବା ବେଳେ ଦୃଶ୍ୟମାନର ଦୂରତା 50 ମିଟର ରହିଥିଲା ।

Odisha Weather Latest Forecast (IMD)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details