ଓଡିଶା

odisha

ETV Bharat / state

ଓଡ଼ିଶା ନିର୍ବାଚନ ୨୦୨୪; ଶପଥ ନେଲେ ନୂଆ ଭୋଟର, ଭୋଟ ହାର ବଢ଼ାଇବାରେ ରହିଛି ପ୍ରମୁଖ ଭୂମିକା - Odisha Assembly Election 2024

New Voters Take Oath: ପାଖେଇ ଆସୁଛି ନିର୍ବାଚନ । ରାଜ୍ୟର ୩ ପ୍ରମୁଖ ଦଳର ଜୌରଦାର ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଥିବା ବେଳେ ବୋଟରଙ୍କୁ ମନାଇବାକୁ ଅଣ୍ଟା ଭିଡ଼ିଛନ୍ତି ନେତା ଓ କର୍ମୀ । ତେବେ ଏହି ସମୟରେ ଅନେକ ନୂଆ ଭୋଟର ଭୋଟ ଦେବାକୁ ଯାଉଥିବା ବେଳେ ଆଜି ଏନେଇ ଶପଥ ନେଇଛନ୍ତି ନୂଆ ଭୋଟର । ଅଧିକ ପଢନ୍ତୁ

ଓଡ଼ିଶା ନିର୍ବାଚନ ୨୦୨୪; ଶପଥ ନେଲେ ନୂଆ ଭୋଟର, ଭୋଟ ହାର ବଢ଼ାଇବାରେ ରହିଛି ପ୍ରମୁଖ ଭମିକା
ଓଡ଼ିଶା ନିର୍ବାଚନ ୨୦୨୪; ଶପଥ ନେଲେ ନୂଆ ଭୋଟର, ଭୋଟ ହାର ବଢ଼ାଇବାରେ ରହିଛି ପ୍ରମୁଖ ଭମିକା

By ETV Bharat Odisha Team

Published : Apr 25, 2024, 6:10 PM IST

ଓଡ଼ିଶା ନିର୍ବାଚନ ୨୦୨୪; ଶପଥ ନେଲେ ନୂଆ ଭୋଟର, ଭୋଟ ହାର ବଢ଼ାଇବାରେ ରହିଛି ପ୍ରମୁଖ ଭମିକା

ଭୁବନେଶ୍ୱର:୨୦୨୪ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ । ସମସ୍ତ ଦଳର ଜୋରଦାର କ୍ୟାମ୍ପେନିଂ ଆରମ୍ଭ ହୋଇଛି । ଲୋକଙ୍କୁ ଭୋଟ ଦେବାକୁ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ୩ ଦଳର ପ୍ରାର୍ଥୀ । ଏହି ସମୟରେ କିଛି ଏପରି ଭୋଟର ଅଛନ୍ତି । ଯେଉଁମାନେ ପ୍ରଥମ ଥର ପାଇଁ ନିଜ ଭୋଟ ଦେବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ରାଜଧାନୀରେ ପ୍ରଥମ ଭୋଟରଙ୍କ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଠାରେ ଭୋଟ ଦେବା କେତେ ଗୁରୁତ୍ୱପୂର୍ଣ୍ଣ ତାହା ବୁଝାଇବା ସହ ଶପଥ ଗ୍ରହଣ କରାଯାଇଛି ।

ଭୁବନେଶ୍ୱର ମହାନଗର ନିଗମ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ଵୟଂଶାାସିତ କଲେଜରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ହୋଇଥିଲା । ଯେଉଁଥିରେ ୨୦୦ରୁ ଊର୍ଦ୍ଧ୍ୱ ନୂତନ ଭୋଟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଏଥିରେ ସାମିଲ ହୋଇ ନୂଆ ଭୋଟରକୁ ଶପଥ ଗ୍ରହଣ କରାଇବା ସହ ଭୋଟ ଦେବାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆମ ନୀତି ଓ କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିବା ସହ ସମାଜର ସାମଗ୍ରୀକ ବିକାଶ ପାଇଁ ଉପଯୁକ୍ତ ନେତା ନିର୍ବାଚିତ କରିବାକୁ ହେଲେ ସମସ୍ତ ଭୋଟର ମତଦାନ କରିବା ଦରକାର । ଏହା ଦ୍ୱାରା ଗଣତନ୍ତ୍ର ସୁଦୃଢ ହେବ ଏବଂ ଦେଶର ବିକାଶ ଦୃତଗତିରେ ହେବ । ରାଜଧାନୀରେ ଅଧିକ ଶିକ୍ଷିତ ଲୋକ ବସବାସ କରୁଥିଲେ ମଧ୍ୟ ମତଦାନ ହାର ରାଜ୍ୟର ଅନାନ୍ୟ ଅଂଚଳ ଅପେକ୍ଷା ସର୍ବନିମ୍ନ ହେଉଛି ଭୁବନେଶ୍ୱରରେ । ତେଣୁ ଭୋଟରମାନେ ଯେପରି ମତଦାନ କେନ୍ଦ୍ରକୁ ଯାଇ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ସେଥିପାଇଁ ଯୁବ ଭୋଟରମାନେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଛି ।

ସେପଟେ ବୁଥର ଲୋକେସନ୍ ଜାଣିବା ପାଇଁ କରାଯିବ ସ୍ୱତନ୍ତ୍ର ଆପ୍ସର ବ୍ୟବସ୍ଥା । ତେବେ ସପୃକ୍ତ ବୁଥରେ ଏକ ସମୟରେ କେତେ ଭିଡ ଅଛି ତାହା ମଧ୍ୟ ଆପ୍ ମାଧ୍ୟମରେ ଜାଣିପାରିବେ ଭୋଟର । ଭୋଟ୍ ହାର ବଢ଼ାଇବାର ପ୍ରମୁଖ ଭମିକା ରହିଛି ନୂଆଭୋଟର ମାନଙ୍କର ବିଶେଷ କରି ଛାତ୍ରଛାତ୍ରୀଙ୍କର । ତେଣୁ ଆମ ରାଜଧାନୀରେ ଏଥର ସର୍ବାଧିକ ମତଦାନ ହେଉ ଏବଂ ସ୍ମାର୍ଟ ନଗରୀର ସ୍ମାର୍ଟ ଭୋଟର ଭାବେ ଆପଣମାନେ ଏହାକୁ କରିଦେଖାନ୍ତୁ ବୋଲି ଅନୁରୋଧ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ।

ଅନ୍ୟପଟେ ଶିକ୍ଷିତ ଓ ସରକାରୀ କର୍ମଚାରୀ ନିଶ୍ଚିତ ଭୋଟ ଦେବା ସହ ଅନ୍ୟମାନଙ୍କୁ ମଇ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ନିଜ ନିଜର ମତଦାନ କେନ୍ଦ୍ରରେ ଉପସ୍ଥିତ ରହି ମତାଧିକାର ସାବସ୍ତ୍ୟ କରିବାକୁ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ଅନୁରୋଧ କରିଛନ୍ତି । ନୂଆ ଭୋଟର ବା ଛାତ୍ରୀ କହିଛନ୍ତି, ଭୋଟ ଦେବା ଆମର କର୍ତ୍ତବ୍ୟ । ଭୋଟ ଦେଇ ଭଲ ପ୍ରାର୍ଥୀ ବାଛିବା ସହ ଦେଶର କିଭଳି ଭାବରେ ଉନ୍ନତି କରାଯାଇପାରିବ ସେନେଇ ବିଚାର କରିବା ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ:ନାମାଙ୍କନ ଭରିଲେ ବ୍ରହ୍ମପୁର ବିଜେଡି ପ୍ରାର୍ଥୀ ଭୃଗୁ-ଚ୍ୟାଉ-ସୁବାଷ

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details