ଭୁବନେଶ୍ୱର:ଗୃହରେ ତାରାଙ୍କ ବିସ୍ଫୋରକ ବୟାନ ସେପଟେ ତାରାଙ୍କୁ ଚ୍ୟାଲେଞ୍ଜ ଦେଲେ ଯୋଗାଣ ମନ୍ତ୍ରୀ । ଗୃହରେ ତାରାଙ୍କ ବିସ୍ଫୋରଣ। "Collection ରେ ମାତିଛନ୍ତି ଯୋଗାଣ ମନ୍ତ୍ରୀ । ବିଭିନ୍ନ ସ୍ଥାନରେ ରଖିଛନ୍ତି Collection agent । ସବୁ go down ରୁ ଲକ୍ଷେ ଟଙ୍କା ଲେଖାଏଁ ନେଉଛନ୍ତି । ବଲାଙ୍ଗୀର ଯୋଗାଣ ମନ୍ତ୍ରୀଙ୍କ agent ହେଲେ ଜଣେ ତ୍ରିପାଠୀ ସାଙ୍ଗିଆ ଧାରୀ ବ୍ୟକ୍ତି । ଏଠି ଶଙ୍ଖ ସାଙ୍ଗିଆ ଧାରୀ ଓ ଗଞ୍ଜାମରେ ଶତପଥୀ ସାଙ୍ଗିଆ ଧାରୀ ବ୍ୟକ୍ତି," ସରକାରୀ ଦଳକୁ ଆକ୍ଷେପ କରି କହିଲେ ତମର କିଏ ସବୁ collection କରୁଛନ୍ତି ତାର ହିସାବ ମୁଁ ରଖିଛି।
ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଗୃହରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ ତାରା ବାହିନିପତି । "ସାରା ଦେଶରେ ଦାଦନ ହେଉଛି ନଂ1, ବେକାରୀ ହେଉଛି ନଂ1 ଓଡିଶା । କଂଗ୍ରେସ ସରକାର ଯେତେବେଳେ କେନ୍ଦ୍ରରେ ଥିଲା ଡିଜେଲରେ 5 ଟଙ୍କା ବଢ଼ିଲା । କ୍ରୁଡ଼ ଅଏଲ କମ ଥିଲା ,ଭ୍ୟାଟ କିଏ ଖାଉଛି । ଆମେ ଗୃହରେ ଦାବି କରୁଥିଲେ ରାଜ୍ୟ ସରକାର ଭ୍ୟାଟ କମାନ୍ତୁ । ଡିଜେଲ ,ପେଟ୍ରୋଲ ,ଗ୍ୟାସ ରେ ଭ୍ୟାଟ ଟ୍ୟାକ୍ସ କମାନ୍ତୁ । ଉଜ୍ଜ୍ଵଲା ଥରେ ଦେଇ ଲୋକଙ୍କୁ ହଇରାଣ କଲ । ରାଜ୍ୟପାଳ ପଢୁଥିଲେ । ପୋଲାଭରମ କଥା ଉଲେଖ କରିନାହାଁନ୍ତି, ମହାନଦୀ, କୋଟିଆ କଥା ଲେଖିଲ । ମୁଣ୍ଡ ପିଛା କେତେ ଋଣ ଲେଖିଲ କି ? ସରକାର କହିଲେ ବିନାଶ, 8 ମାସରେ କି ବିକାଶ କରିଛନ୍ତି ରାଜ୍ୟର । ବିଜେଡି ବିଜେପି ଗୋଟିଏ ଟଙ୍କାର ଦୁଇଟି ପାଖ," ବୋଲି କହିଛନ୍ତି ତାରା ।
ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ କଲା । କଂଗ୍ରେସ ସାଧାରଣ ଲୋକଙ୍କ କଥା କହୁଛି । ଚାଷୀ ଆଜି କଟନୀ ଛଟନୀର ଶିକାର ହେଉଛି । ବୋରିଗୁମାରେ ମନ୍ତ୍ରୀ କହିଲେ ଭାଲୁ ବାଘକୁ ଡ଼ରନି, ଖାଲି ଅର୍ଥ ସଂଗ୍ରହ କଲେ , ହରିଲୁଟ କଲେ , ମୁଁ ଚ୍ୟାଲେଞ୍ଜ କରୁଛି ଯୋଗାଣ ମନ୍ତ୍ରୀ ଅର୍ଥ ଆଦାୟ କରିଛନ୍ତି । ପ୍ରମାଣିତ କରିବି ନହେଲେ ରାଜନୀତି ଛାଡ଼ିଦେବି ବୋଲି କହିଛନ୍ତି ତାରା ।