ଓଡିଶା

odisha

By ETV Bharat Odisha Team

Published : Mar 19, 2024, 7:16 PM IST

ETV Bharat / state

କେନ୍ଦୁଝରରେ ନବ ନିର୍ମାଣ କୃଷକ ସଂଗଠନର 'ସିଂହାସନ ଛାଡ଼ ସମାବେଶ', ସରକାରଙ୍କ ଉପରେ ବର୍ଷିଲେ

Naba Nirman Krushak Sangathan holds huge rally: କେନ୍ଦୁଝରରେ ନବ ନିର୍ମାଣ କୃଷକ ସଂଗଠନର ବିଶାଳ 'ସିଂହାସନ ଛାଡ଼ ସମାବେଶ'। ଚାଷୀଙ୍କ ବିକାଶ ଲାଗି ଚାଷୀ ସରକାର ଗଠନ କରିବା ଲାଗି ଦେଲା ଆହ୍ବାନ । ଅଧିକ ପଢନ୍ତୁ

Naba Nirman Krushak Sangathan
Naba Nirman Krushak Sangathan

ସିଂହାସନ ଛାଡ଼ ସମାବେଶ

କେନ୍ଦୁଝର: ଜିଲ୍ଲାରେ ଆଜି (ମଙ୍ଗଳବାର) ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସ୍ଥାନୀୟ କାଳୀ ପଡିଆଠାରେ ସଦର ନିର୍ବାଚନ ମଣ୍ଡଳୀ ସ୍ତରୀୟ 'ସିଂହାସନ ଛାଡ଼' ଚାଷୀ ସମାବେଶ ଆୟୋଜନ କରାଯାଇଛି । ଚାଷୀମାନେ ନବୀନ ସରକାର ଉପରେ ବର୍ଷିଛନ୍ତି । ନବୀନ ସରକାର 25ବର୍ଷର ଶାସନ ମଧ୍ୟରେ ଚାଷୀଙ୍କୁ ଉପେକ୍ଷା କରିଛନ୍ତି ବୋଲି ଆନ୍ଦୋଳନ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀର ବିକାଶ ପାଇଁ ସଂଗଠନ ଏହି ଆନ୍ଦୋଳନ ଜାରି ରଖିବ ବୋଲି କୁହାଯାଇଥିବା ବେଳେ ଚାଷୀ ସରକାର ଗଠନ କରିବା ଲାଗି ଚାଷୀ ଭାଇଙ୍କୁ ଆହ୍ବାନ ଦେଇଛନ୍ତି ।

ଏହି ସମାବେଶ ଲାଗି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ହଜାର ହଜାର ସଂଖ୍ୟାରେ ଚାଷୀମାନେ ଆସି ଧୂର୍ପଦା ଓଭର ବ୍ରିଜ ନିକଟରେ ପହଞ୍ଚିଥିଲେ। ଏହାପରେ ଏକ ବିରାଟ ଶୋଭାଯାତ୍ରା କେନ୍ଦୁଝର ସହର ବଜାର ପରିକ୍ରମା କରି କାଳୀ ପଡ଼ିଆରେ ପହଞ୍ଚିଥିଲେ । "ସିଂହାସନ ଛାଡ଼" ସମାବେଶରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ କହିଛନ୍ତି, " କେନ୍ଦୁଝର ଜିଲ୍ଲା ପ୍ରାକୃତିକ ସମ୍ବଳରେ ଏକ ନମ୍ବର ଥିବା ସତ୍ତ୍ବେ ଗରିବୀ ଓ ଦାଦନ ସର୍ବାଗ୍ରେ । ବେଲ ପାଚିଲେ କାଉର କି ଲାଭ ନୀତିରେ କେନ୍ଦୁଝର ବାସୀ କାଳାତିପାତ କରୁଛନ୍ତି । ମଣ୍ଡିରେ ୫ରୁ ୬ କେଜି ଧାନ କାଟ, ହାତୀ ସମସ୍ୟା, ଜଳ ସେଚନ, ଶୀତଳ ଭଣ୍ଡାର ପ୍ରତିଷ୍ଠା ଆଦିକୁ ସରକାର ଧ୍ୟାନ ନଦେଇ ଡିଏମଏଫ୍ ଫଣ୍ଡକୁ ସାଂସ୍କୃତିକ କାର୍ଯ୍ୟକ୍ରମ ନାଁରେ ନିଜ ପେଟ ଭରୁଛନ୍ତି ।"

ଏହା ବି ପଢନ୍ତୁ- କେନ୍ଦୁଝରରେ ନବ ନିର୍ମାଣ କୃଷକ ସଂଗଠନର ବିଶାଳ ଚାଷୀ ସମାବେଶ

ଏହାସହ ସେ ନବୀନ ସରକାର ଉପରେ ବର୍ଷି କହିଛନ୍ତି, "ରାଜ୍ୟରେ ଚାଲିଥିବା ଅପାରଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 25 ବର୍ଷର କଳା କାରନାମା ଜଳ, ଜମି, ଜଙ୍ଗଲ ଦୁର୍ନୀତି, ଚିଟ୍ ଫଣ୍ଡ, ଦୁର୍ନୀତି, ଜମି ଦୁର୍ନୀତି, ଖଣି ଦୁର୍ନୀତି, ଡାଲି ଦୁର୍ନୀତି ସମ୍ପର୍କରେ ଆଲୋକପାତ କରି ସୂଚନା ଅଧିକାର ବଳରେ ମୁଖ୍ୟମନ୍ତ୍ରୀଙ୍କୁ କାଠଗଡାରେ ଠିଆ କରିବା ପାଇଁ କହିଥିଲେ । ଜିଲ୍ଲା ସଭାପତି କୁଳମଣି ବିଶ୍ଵାଳ ସଭା ପରିଚାଳନା କରିଥିବା ବେଳେ ବିଗତ ପଚିଶ ବର୍ଷରେ ସରକାର ଚାଷୀଙ୍କୁ ଉପେକ୍ଷା କରି ଚାଲିଛନ୍ତି ଏବଂ ଚାଷୀଙ୍କ ପ୍ରାଇସ, ପ୍ରେଷ୍ଟିଜ୍, ପେନସନ ଦାବିକୁ କର୍ଣ୍ଣପାତ କରିନାହାନ୍ତି । ବିଜେପି, କଂଗ୍ରେସ, ବିଜେଡି ଭଳି ଦଳମାନେ ମଧ୍ୟ ଚାଷୀମାନଙ୍କ ପାଇଁ ପାଟି ଖୋଲୁ ନାହାନ୍ତି ।"

ସେହିପରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର କହିଛନ୍ତି, "ଓଡ଼ିଶା ଗରିବ ନୁହଁ, ଓଡ଼ିଆଙ୍କ ଗତ ୭୭ ବର୍ଷରେ ସବୁ ରାଜନୈତିକ ଦଳମାନେ ଲୁଟ୍ କରି ଓଡ଼ିଶାବାସୀଙ୍କୁ ଗରିବ କରିଛନ୍ତି ଏବଂ ଆର ପଟେ ଗରିବଙ୍କ ବିକାଶ ପାଇଁ ମିଛ ଡେଙ୍ଗୁରା ପିଟୁଛନ୍ତି । କେନ୍ଦୁଝର ଜିଲ୍ଲାରେ ଯେଉଁ ଲୁହା ଖଣିକୁ ଲୁଟ୍ କରାଯାଇଥିଲା ସେହି ଖଣି ଲୁଟେରା ମାନଙ୍କଠାରୁ ଆଦାୟ ହୋଇଥିବା ୧୭୦୦୦ କୋଟି ଟଙ୍କାର ଜୋରିମାନାକୁ ସରକାର ନିଜ ପକେଟରେ ଭର୍ତ୍ତି ନକରି କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାର ବିକାଶ ଦିଗରେ ଖର୍ଚ୍ଚ କରନ୍ତୁ । ସେଥିପାଇଁ ନବ ନିର୍ମାଣ କୃଷକ ସଂଗଠନ ଚାଷୀ ଓ ଚାଷର ବିକାଶ ପାଇଁ ଯେଉଁ ଆନ୍ଦୋଳନ ଜାରି ରଖିଛି ।"

ଏହା ବି ପଢନ୍ତୁ- ୨୦୨୪ ସାଧାରଣ ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ନବ ନିର୍ମାଣ କୃଷକ ସଂଗଠନ

ସେ ଆହୁରି କହିଛନ୍ତି ଯେ ଆଜି ସମୟ ଆସିଛି ପାର୍ଟି ପାଇଁ ନୁହଁ ମାଟି ପାଇଁ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡିବ ଏବଂ ଚାଷୀ ବିରୋଧୀ, ଆଦିବାସୀ ବିରୋଧୀ ବିଜେଡି, ବିଜେପି, କଂଗ୍ରେସକୁ ପ୍ରତ୍ୟାକ୍ଷାନ କରି କେନ୍ଦୁଝର ନିର୍ବାଚନ ମଣ୍ଡଳୀରେ ଚାଷୀ ସରକାର ଗଠନ କରିବାକୁ ଆହ୍ବାନ ଦେବା ସହିତ ଚାଷୀ ସରକାର ଗଢା ହେଲେ ଆଗାମୀ ଦିନରେ ଚାଷୀ ମାନଙ୍କୁ ମାସକୁ ଚାଷୀ ୫୦୦୦ ଟଙ୍କା ସୁରକ୍ଷା ଭତ୍ତା, ଧାନ କ୍ଵିଣ୍ଟାଲ ୩୫୦୦ ଟଙ୍କା, ପ୍ରତି ଚାଷୀ ପରିବାରକୁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି, ଓଡ଼ିଶାକୁ ମଦ ମୁକ୍ତ ଓ ଦାଦନ ମୁକ୍ତ କରିବା ପାଇଁ ଦମ୍ଭୋକ୍ତି ପ୍ରକାଶ କରିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details