ଦେବଦୂତ ସାଜିଲେ ସାମ୍ବାଦିକ, ଉପସ୍ଥିତ ବୁଦ୍ଧି ଖଟାଇ ବଞ୍ଚାଇଲେ ଜୀବନ - Journalist Saves Cameraman Life
🎬 Watch Now: Feature Video
ସମ୍ବଲପୁର: ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ କ୍ୟାମେରାମ୍ୟାନ । CPR ଦେଇ ଜୀବନ ବଞ୍ଚାଇଲେ ରିପୋର୍ଟର । ଏକ ଘରୋଇ ଟିଭି ଚ୍ୟାନେଲର ସମ୍ବଲପୁର ପ୍ରତିନିଧି ସମୀର ଷଡ଼ଙ୍ଗୀ ଆଜି ତାଙ୍କ କ୍ୟାମେରାମ୍ୟାନ ଦେବରାଜ ବେହେରାଙ୍କ ସହ ଦିନ ପ୍ରାୟ ୧୨ଟା ସମୟରେ ସମଲେଶ୍ୱରୀ ମନ୍ଦିରକୁ ଏକ ଖବର କଭରେଜ କରିବାକୁ ଯାଇଥିଲେ । ସେଠାରେ କ୍ୟାମେରାମ୍ୟାନ ଦେବରାଜ ବେହେରା ହଠାତ ଅସୁସ୍ଥ ଅନୁଭବ କରି ଚେତାଶୂନ୍ୟ ହୋଇ ତଳେ ଟଳି ପଡ଼ିଥିଲେ । ଏହାକୁ ଦେଖି ପାଖରେ ଥିବା କିଛି ପୋଲିସ କର୍ମଚାରୀ ସେଠାକୁ ଦୌଡ଼ି ଆସି ପ୍ରଥମେ ଦେବରାଜଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇଥିଲେ । ଏହା ପରେ ହୃଦଘାତର କିଛି ସଂକେତ ଦେଖାଯିବ ପରେ ସମ୍ବାଦିକ ସମୀର ଷଡ଼ଙ୍ଗୀ, ଦେବରାଜଙ୍କ ଛାତିକୁ ପ୍ରେସ କରିବା ସହ ସିପିଆର ଦେଇଥିଲେ । କିଛି ସମୟ ସିପିଆର ଦେବା ପରେ ଦେବରାଜଙ୍କ ଚେତା ଫେରିଥିଲା । ଏହାପରେ ତାଙ୍କୁ ଅନ୍ୟ ୨ ଜଣ ସାମ୍ବାଦିକଙ୍କ ସହାୟତାରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ପ୍ରଥମେ ପରୀକ୍ଷା ନିରୀକ୍ଷା କରି କିଛି ମେଡ଼ିସିନ ଦେବା ସହ କିଛି ଟେଷ୍ଟ କରିବାକୁ ଦେଇଛନ୍ତି । ବର୍ତ୍ତମାନ ଦେବରାଜଙ୍କ ଅବସ୍ଥା ସୁସ୍ଥ ଥିବା ବେଳେ କେଉଁ କାରଣରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ ତାହା ଟେଷ୍ଟ ରିପୋର୍ଟ ଆସିବା ପରେ ଜଣା ପଡିବ ସେପଟେ ସାମ୍ବାଦିକଙ୍କ ଉପସ୍ଥିତ ବୁଦ୍ଧିକୁ ଲୋକେ ପ୍ରଶଂସା କରିଛନ୍ତି l
ଇଟିଭି ଭାରତ, ସମ୍ବଲପୁର