ETV Bharat / state

ଉପକୂଳରେ ସ୍କ୍ରବ ଟାଇଫସ ଭୟ: ଆଖି ବୁଜିଲେ ସାଧୁ, ପ୍ରତିକାର କହିଲେ ଡାକ୍ତର - scrub typhus death case

author img

By ETV Bharat Odisha Team

Published : 3 hours ago

SCRUB TYPHUS DEATH CASE: ନିଆଳି ଅଞ୍ଚଳରେ ଜଣେ ସାଧୁଙ୍କ ଜୀବନ ନେଲା ସ୍କ୍ରବ ଟାଇଫସ । ଅଁଳୋ ଗ୍ରାମର ୬୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିଛି ସ୍ବାସ୍ଥ୍ୟ ବିଭାଗ । ସେପଟେ ସ୍କ୍ରବ ଟାଇଫସକୁ ନେଇ ଏମିତି କହିଲେ ଡ଼ାକ୍ତର ଜୟନ୍ତ ପଣ୍ଡା । ଅଧିକ ପଢନ୍ତୁ

CUTTACK SCRUB TYPHUS DEATH CASES
CUTTACK SCRUB TYPHUS DEATH CASES (ETV Bharat Odisha)

ନିଆଳି/କଟକ: ବାବାଙ୍କ ଜୀବନ ନେଲା ସ୍କ୍ରବ ଟାଇଫସ । ନିଆଳି ଅଞ୍ଚଳରେ ଜଣେ ବାବାଙ୍କ ସ୍କ୍ରବ ଟାଇଫସ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପରେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଅଁଳୋ ଗ୍ରାମର ୬୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିଥିବା ନେଇ ସୂଚନା ମିଳିଛି । ପଶ୍ଚିମ ଓଡିଶା ପରେ ପୂର୍ବ ଓଡିଶା ମୁହାଁ ସ୍କ୍ରବ ଟାଇଫସ । କଟକରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫସ । ସ୍କ୍ରବ ଟାଇଫସ କ'ଣ ? ଏହାର କିପରି ପ୍ରତିକାର କରାଯିବ ଆସନ୍ତୁ ଜାଣିବା ।

କାଳ ହେଲା ସ୍କ୍ରବ ଟାଇଫସ:

କଟକ ନିଆଳିରେ ସ୍କ୍ରବ ଟାଇଫସରେ ଜଣଙ୍କର ଜୀବନ ଯିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ୬୦ଜଣ ଗ୍ରାମବାସୀଙ୍କ ରକ୍ତ ନମୁନା ସଂଗ୍ରହ କରିଛି । କିଛି ଦିନ ତଳେ ଅଁଳୋ ଠାରେଥିବା ମହିମା ଆଶ୍ରମର ସାଧୁ ପ୍ରଭାକର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ତାଙ୍କୁ ଫୁଲନଖରା ସ୍ଥିତି ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ । ହେଲେ ତାଙ୍କର ସ୍ବାସ୍ଥ୍ୟରେ ସୁଧାର ନହେବାରୁ ତାଙ୍କୁ ତାଙ୍କ କହିବାନୁସାରେ ଅଁଳୋ ସ୍ଥିତ ମହିମା ଆଶ୍ରମକୁ ଫେରାଇ ଅଣାଯାଇଥିଲା । ତେବେ ଗତ ୨୩ ତାରିଖ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

୬୦ଜଣଙ୍କ ରକ୍ତ ନମୁନା ସଂଗ୍ରହ:

ଅଁଳୋ ଗାଁରେ ମେଡିକାଲ୍ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ୬୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିଛି । ତେବେ ଗ୍ରାମବାସୀ କହିଛନ୍ତି,"ମୃତ ସାଧୁ ପ୍ରଭାକର ଦାସ ଗତ କିଛି ଦିନ ହେବ ନୟାଗଡ ଯାଇଥିଲେ । ସେଠାରୁ ଫେରିବା ପରେ ସେ ଅସୁସ୍ଥ ହୋଇ ପଡିଥିଲେ । "

ଏହା ମଧ୍ୟ ପଢନ୍ତୁ ...ରାଜ୍ୟକୁ ସ୍କ୍ରବ ଟାଇଫସ ଭୟ, ଏମିତି ପରାମର୍ଶ ଦେଲେ ଡାକ୍ତର - Scrub Typhus In Odisha

ଏହା ମଧ୍ୟ ପଢନ୍ତୁ ...ସ୍କ୍ରବ ଟାଇଫସ: ଆକ୍ଟିଭ ମୋଡରେ ସ୍ବାସ୍ଥ୍ୟ ବିଭାଗ, ଆଲର୍ଟରେ ଜିଲ୍ଲା ପ୍ରଶାସନ - Scrub Typhus

ଏହା ମଧ୍ୟ ପଢନ୍ତୁ ...ସମ୍ବଲପୁରୀ ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁ ସସ୍‌ପେନ୍ସ; ସ୍କ୍ରବ ଟାଇଫସ୍‌ ନୁହେଁ, ସ୍ଲୋ ପଏଜନ ଯୋଗୁଁ ମୃତ୍ୟୁ ଅଭିଯୋଗ - actress Ruksana Bano death case

ସ୍କ୍ରବ ଟାଇଫସକୁ ନେଇ ଏମିତି କହିଲେ ଡ଼ାକ୍ତର:

ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱବାଧାନରେ 60ରୁ ଊର୍ଦ୍ଧ୍ବ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଏନେଇ ବରିଷ୍ଠ ଡ଼ାକ୍ତର ଜୟନ୍ତ ପଣ୍ଡା କହିଛନ୍ତି," ସ୍କ୍ରବ ଟାଇଫସକୁ ମୁକାବିଲା କରିବା ପାଇଁ କଟକ ଏସସିବି ମେଡିକାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏହି ରୋଗ ସାଧାରଣତଃ ଯେଉଁମାନେ ଧାନବିଲ ,ପଡିଆରେ ଖାଲି ଦେହରେ ବୁଲିବା କିମ୍ବା କାମ କରିବା ସମୟରେ ବିଷାକ୍ତ କୀଟ କାମୁଡିବା ଦ୍ୱାରା ସଂକ୍ରମଣ ହୋଇଥାଏ । ତେଣୁ ଏହାର ଚିକିତ୍ସା ଦିଗ ସହଜ । କିନ୍ତୁ ଯଦି ରୋଗ ଜାଣିବାରେ ବିଳମ୍ବ ହୁଏ, ତେବେ ରୋଗୀ ମୃତ୍ୟୁମୁଖରେ ପଡିବାର ସମ୍ଭାବନା ରହିଛି । ସ୍କ୍ରବ ଟାଇଫସ ରୋଗ ନୂଆ ନୁହଁ କିନ୍ତୁ ଏହାର ଭୟାବହତାକୁ ଏଡାଇ ଦିଆଯାଇ ନପାରେ । ତେଣୁ ସତର୍କ ରହିବା ସହ ଯଦି ସ୍କ୍ରବ ଟାଇଫସର କିଛି ଲକ୍ଷଣ ଜଣାପଡେ ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । "

ଇଟିଭି ଭାରତ,ନିଆଳି /କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.