thumbnail

By ETV Bharat Odisha Team

Published : 2 hours ago

ETV Bharat / Videos

ସରିଲା ଖଣ୍ଡପଡା NAC ଅନାସ୍ଥା ଭୋଟ, ବାହାରିଲା ନାହିଁ ଫଳାଫଳ - KHANDAPADA NAC BYELECTION

KHANDAPADA NAC BYELECTION:ନୟାଗଡ଼: କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶେଷ ହୋଇଛି ନୟାଗଡ଼ ଖଣ୍ଡପଡ଼ା NACର ଅନାସ୍ଥା ଭୋଟ । ଅଧ୍ୟକ୍ଷା ଆରତୀ ପ୍ରଧାନଙ୍କ ବିରୋଧ ହୋଇଥିବା ଅନାସ୍ଥା ଭୋଟରେ ଭାଗ ନେଇଥିଲେ 10 ଜଣ କାଉନସିଲର । ସେଥିମଧ୍ୟରୁ 6 ଜଣ କାଉନସିଲର ବିଜେଡ଼ିର, ଜଣେ ବିଜେପିର ଏବଂ ଅନ୍ୟ ତିନି ଜଣ ସ୍ବାଧୀନ କାଉନସିଲର । ଭୋଟ ସରିବା ପରେ ମଧ୍ୟ ନିର୍ବାଚନ ଅଧିକାରୀ ଫଳାଫଳ ଘୋଷଣା କରିନଥିଲେ । ଏହାକୁ ନେଇ ବିଜେଡ଼ି ପ୍ରଶ୍ନ ଉଠାଇ ଥିବାବେଳେ, କୋର୍ଟଙ୍କ ନିର୍ଦ୍ଦେଶ ପାଇଁ ଫଳଫଳକୁ ସ୍ଥଗିତ ରଖାଯାଇଥିବା ଖଣ୍ଡପଡା NACର କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ ଘୋଷଣା କରିଥିଲେ । ନୟାଗଡ଼ ଉପଜିଲ୍ଲାପାଳ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଥିବା ବେଳେ SP ରାହୁଲ ଜୈନ ସୁରକ୍ଷା ବ୍ୟବସ୍ଥା ଦାୟିତ୍ଵରେ ରହିଥିଲେ । ସେପଟେ ଆଜିର ଅନାସ୍ଥା ଭୋଟରେ ବିଜେଡ଼ି ସପକ୍ଷରେ ମତଦାନ ହୋଇଥିବା ନେଇ ଖଣ୍ଡପଡାରେ ଉତ୍ସାହିତ ବିଜେଡ଼ି କର୍ମୀ ।

ସୂଚନା ଅନୁଯାୟୀ, ଗତ ନିର୍ବାଚନରେ ଅଧ୍ୟକ୍ଷା ଆରତୀ ପ୍ରଧାନ ସ୍ବାଧୀନ ପ୍ରାର୍ଥୀ ଭାବେ ଖଣ୍ଡପଡ଼ା NACରୁ ନିର୍ବାଚିତ ହୋଇଥିଲେ । ପରେ ସେ ବିଜେପିରେ ଯୋଗ ଦେଇଥିଲେ, ଏହାକୁ ନେଇ ବିଜେଡ଼ି କାଉନସିଲର ମାନେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ପାଇଁ ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ଖଣ୍ଡପଡା NACର ମୋଟ 13 ଜଣ କାଉନସିଲର ମଧ୍ୟରୁ ବିଜେଡ଼ିର, 8 ଜଣ , ବିଜେପି 1, ସ୍ବାଧିନ 4 ଜଣ କାଉନସିଲର ନିର୍ବାଚିତ ହୋଇଥିବା ବେଳେ ଏବେ ବିଜେଡ଼ି ପାଖରେ ରହିଛନ୍ତି 9 କାଉନସିଲର । ଅଧ୍ୟକ୍ଷା ଆରତୀ ପ୍ରଧାନଙ୍କ ପାଖରେ ରହିଛନ୍ତି 4 ଜଣ କାଉନସିଲର । ଏଥିପାଇଁ ଖଣ୍ଡପଡାରେ ରାଜନୀତି ବେଶ୍ ସରଗରମ ହୋଇଛି । ଗତ 18 ତାରିଖରେ ନିର୍ବାଚନ ଅଧିକାରୀ ଅନୁପସ୍ଥିତ କାରଣରୁ ନିର୍ବାଚନ ବାତିଲ ହୋଇଥିଲା । ଆଜିର ଭୋଟ ପାଇଁ ଖଣ୍ଡପଡାରେ ସରଗରମ ହୋଇଥିଲା ରାଜନୀତି । ଏନେଇ ବିଜେଡି ପକ୍ଷରୁ ଦଳର ସଭାପତି ନବୀନ ପଟ୍ଟନାୟକ ଦଳୀୟ କାଉନସିଲର୍‌ଙ୍କ ଉଦ୍ଦେଶ୍ୟରେ ହୁଇପ୍ ଜାରି କରିବା ସହିତ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ ....ବିଜେଡି ଦଖଲକୁ ଗଲା ଭାପୁର, ବାଜି ମାରିଲେ ସାବିତ୍ରୀ ପ୍ରଧାନ - Bhapur Block Chairman Election

ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.