thumbnail

By ETV Bharat Odisha Team

Published : 2 hours ago

ETV Bharat / Videos

ଆନ୍ଦୋଳନରେ ନର୍ସ; MKCGରେ ହନ୍ତସନ୍ତ ରୋଗୀ, ଇଟିଭି ଭାରତର ରିୟଲିଟି ଚେକ୍ - MKCG Medical Reality Check

ବ୍ରହ୍ମପୁର: ୧୦ ଦଫା ଦାବି ନେଇ ଆନ୍ଦୋଳନରେ ନର୍ସିଂ କର୍ମଚାରୀ । ବ୍ରହ୍ମପୁର MKCG ମିଡିକାଲରେ ୩ ଦିନରେ ପହଞ୍ଚିଲାଣି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ । ଗତ ୨ ଦିନ ଧରି ଜରୁରୀକାଳୀନ ଚିକିତ୍ସାରେ ରହି ରୋଗୀଙ୍କୁ ସେବା ଯୋଗାଇ ଆସୁଥିବା ନର୍ସିଂ କର୍ମଚାରୀ ଆଜିଠାରୁ ଜରୁରୀକାଳୀନ ଚିକିତ୍ସାରୁ ଓହରି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଯାହାର ସିଧାସଳଖ ପ୍ରଭାବ ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଉପରେ ପଡ଼ିଛି । ଦେଖିବାକୁ ଗଲେ ନିର୍ସମାନଙ୍କ ଆନ୍ଦୋଳନର ସିଧାସଳଖ ପ୍ରଭାବ ଆଇ.ସି.ୟୁ, ଶିଶୁରୋଗ ବିଭାଗର ଏସ୍.ଏନ୍.ସି.ୟୁ, କାଜୁଆଲଟି, ଭେଣ୍ଟିଲିଟର ରହିଥିବା ୱାର୍ଡରେ ଦେଖାଯାଇଛି । ଚିକିତ୍ସା ଅଭାବରେ ରୋଗୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ସ୍ବାସ୍ଥ୍ୟ ସେବା ପାଇଁ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର MKCG ମେଡିକାଲର ଶିଶୁ ରୋଗ ବିଭାଗର ୱାର୍ଡ ସମେତ ଜରୁରୀକାଳୀନ ଚିକିତ୍ସା ବିଭାଗର ଏଭଳି ସମୟରେ ସ୍ଥିତି ପରଖିଛି ଇଟିଭି ଭାରତ.. ଦେଖନ୍ତୁ ଏହି ଏକ୍ସକ୍ଲିସିଭ୍ ରିପୋର୍ଟ 

ଏହା ମଧ୍ୟ ପଢ଼ନ୍ତୁ...ଏସମା ସତ୍ତ୍ବେ ଆନ୍ଦୋଳନରେ ନର୍ସିଂ ଷ୍ଟାଫ୍, ବନ୍ଦ କଲେ ଜରୁରୀକାଳୀନ ଚିକିତ୍ସା, ସ୍ବାସ୍ଥ୍ୟମନ୍ତ୍ରୀ କହିଲେ.. - Nursing Staff Cease Work Strike

ଏହା ମଧ୍ୟ ପଢ଼ନ୍ତୁ...ଏସମା ଲାଗୁ ପରେ ବି ଆନ୍ଦୋଳନରେ ନର୍ସ; SCB, MKCGରେ ବିକ୍ଷୋଭ, ସରକାରଙ୍କ ସହ ଆଲୋଚନା ବିଫଳ - Nursing Employees Association

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.