ଭୁବନେଶ୍ବର/କଟକ: ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦେବା ଘଟଣା । ଆଉ 4 ନିଲମ୍ବିତ ପୋଲିସ ଅଫିସରଙ୍କ ହୋଇପାରେ ପଲିଗ୍ରାଫ ଟେଷ୍ଟ । କ୍ରାଇମବ୍ରାଞ୍ଚ ଟିମ୍ ଚାରି ଜଣଙ୍କର ପଲିଗ୍ରାଫ ଟେଷ୍ଟ ପାଇଁ ଆବେଦନ କରିଥିଲା । ସାଇଣ୍ଟିଫିକ ଟେଷ୍ଟ ଅନୁମତି ପାଇଁ ଆଜି କୋର୍ଟରେ ହାଜର ହୋଇଥିଲେ ୪ ନିଲମ୍ବିତ ଅଫିସର । ସେମାନେ ପଲିଗ୍ରାଫ ଟେଷ୍ଟ ପାଇଁ ସହମତି ପ୍ରକାଶ କରିଛନ୍ତି । ସେପଟେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ନିଲମ୍ବିତ SIଙ୍କ ମାଆ । ପୀଡିତା କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ନେଇ ଆବେଦନରେ ଉଲ୍ଲେଖ କରିଛନ୍ତି ।
ପଲିଗ୍ରାଫ ଟେଷ୍ଟ ପାଇଁ ସହମତି:
ଏନେଇ ସରକାରୀ ଓକିଲ ଏ ଚାନ୍ଦଙ୍କ ସୂଚନା ଅନୁସାର, ‘କ୍ରାଇମବ୍ରାଞ୍ଚ ଟିମ ଚାରି ଜଣଙ୍କ ର ପଲିଗ୍ରାଫ ଟେଷ୍ଟ ପାଇଁ ଆବେଦନ କରିଥିଲା। କ୍ରାଇମବ୍ରାଞ୍ଚ କେସ ନମ୍ବର ୧୧ରେ ଆଉ ସେଥିରେ ପୂର୍ବରୁ ତିନିଜଣଙ୍କ ନାଁରେ ଯେଉଁମାନଙ୍କ ନାରେ ଅଭିଯୋଗ ରହିଛି ଆଉ ତା ସହିତ କାର୍ଯ୍ୟରତ ପୋଲିସ ଏସଆଇଙ୍କର ତିନିଜଣଙ୍କୁ ପଚରା ଯାଇଥିଲା । ସେମାନେ ସହମତି ପ୍ରକାଶ କରିଥିଲେ । ସେମାନଙ୍କର ଟେଷ୍ଟ ପାଇଁ କୌଣସି ଆପତ୍ତି ନାହିଁ । ତେବେ ମୋଟ ୫ଜଣଙ୍କର ଟେଷ୍ଟ ପାଇଁ ଅନୁମତି ନେବାକୁ କୋର୍ଟରେ ଆବେଦନ କରାଯାଇଥିଲା । ଆଉ ସହମତି ପ୍ରକାଶ କରିଛନ୍ତି ଟେଷ୍ଟ ପାଇଁ । କିନ୍ତୁ ଚାରି ଜଣଙ୍କର କେବଳ ପଲିଗ୍ରାଫ ଟେଷ୍ଟ ହେବ । ବାକି ଆଇଆଇସିଙ୍କର ପଲିଗ୍ରାଫ,ବ୍ରେନ୍ ମ୍ୟାପ ଓ ନାର୍କୋ ଆନିଲିସସ ଟେଷ୍ଟ ପାଇଁ ଅନୁମତି ଦେଇଛନ୍ତି ।’
୫ ଅଫିସରଙ୍କ ହେବ ସତ ମିଛ ଯାଞ୍ଚ:
ଗୁଜୁରାଟ ସ୍ଥିତ ଗାନ୍ଧୀ ନଗରର ରାଜ୍ୟ ଫରେନସିକ ଲ୍ୟାବକୁ ଟେଷ୍ଟ ପାଇ ଯିବାକୁ ମୋଟ ଭରତପୁର ଥାନାର ୫ଜଣଙ୍କର ଅନୁମତି କୋର୍ଟଙ୍କ ଉପସ୍ଥିତିରେ ସହମତି ଜଣାଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ଏସଆଇ ବୈଶାଳିନି ପଣ୍ଡା,ଏଏସ ଆଇ ସଲିଳମୟୀ ସାହୁ ସହ ଏଏସଆଇ ସାଗରିକା ରଥ ସହ ବର୍ତ୍ତମାନ କାର୍ଯ୍ୟରତ ଏସଆଇ ପ୍ରକାଶ ମହାରଣା ମଧ୍ୟ କୋର୍ଟରେ ହାଜର ହୋଇ ନିଜର ସହମ୍ମତି ଜଣାଇଛନ୍ତି ଏସ ଡିଜେଏମ କୋର୍ଟଙ୍କ ସାମ୍ନାରେ । ପୂର୍ବରୁ ସରିଥିଲା ଆଇଆଇସି ଦିନ କୃଷ୍ନ ମିଶ୍ରଙ୍କ କୋର୍ଟରେ ନିଜ ସମ୍ମତି ଜଣାଇବାର ପ୍ରକ୍ରିୟା ।
ପଲିଗ୍ରାଫ ଟେଷ୍ଟ କଣ ?
ପଲିଗ୍ରାଫ ଟେଷ୍ଟ ହେଉଛି ଲାଏ ଡିଟେକ୍ସନ ଟେଷ୍ଟ ବା ମିଛ ଧରିବା ପ୍ରକ୍ରିୟା । ଅର୍ଥାତ୍ ଏହି ପ୍ରକ୍ରିୟାରେ ଯେଉଁ ଲୋକର ଟେଷ୍ଟ କରାଯିବ। ତାର ମୁଣ୍ଡରେ ଓ ହାତରେ ଓ ଦେହରେ କିଛି ମେସିନ ଲଗାଯିବ। ଯେଉଁ ସମୟରେ ଟେଷ୍ଟ ନିଆଯିବ ତା ପୂର୍ବରୁ ତଦନ୍ତକାରି ଅଧିକାରି ଯେଉଁ ଘଟଣାର ତଦନ୍ତ ହେଉଥିବା ସେହି ସମ୍ପର୍କରେ କିଛି ପ୍ରଶ୍ନ ପଚାରିବେ । ତାର ଉତ୍ତର ଯାହା ରଖିବେ ସେହି ସମୟରେ ତାଙ୍କର ରକ୍ତର ଚାପ ପରିଣାମ ଓ ଫଲ୍ସ ରେଟ ଓ ହାର୍ଟବିଟ ଓ ଅନ୍ୟାନ୍ୟ ଶରୀରର ହାଭଭାବ ଓ ମେସିନ ଦ୍ବାରା ରିପୋର୍ଟ ଦ୍ବାରା ତର୍ଜମା କରାଯାଏ । ଯାହାକୁ ପଲିଗ୍ରାଫ ଟେଷ୍ଟ କୁହାଯାଏ । ଯାହାକି ତଦନ୍ତ ସମୟରେ ଆଇନ ସମ୍ମତ ବୋଲି ନିୟମ ରହିଛି ।
ବ୍ରେନ୍ ମ୍ୟାପି କଣ ?
ବ୍ରେନ୍ ମାପି ହେଉଛି ଇଂରାଜିରେ Quantitative electroencephalogram କୁହାଯାଏ । ଯାହାକି ଯେଉଁ ଲୋକର ମାନସିକ ସ୍ଥିତି ଯାଞ୍ଚ କରାଯାଏ । ଅର୍ଥାତ୍ ଏହା ଦ୍ବାରା ଯେଉଁ ସମୟରେ ଟେଷ୍ଟ ହୁଏ ସେ ଲୋକ ନିଜର ମାନସିକ ସ୍ଥିତି ସଠିକ ରହିଛି କି ନାହିଁ କିଛି ସମସ୍ୟା ଅଛି ବା ନିଜର ସଚେତନ ଅବସ୍ଥାରେ କୌଣସି ପରିବର୍ତ୍ତନ ହୁଏ କି ସେନେଇ ମାନସିକ ସ୍ଥିତିର ବୈଦ୍ୟୁତିକ ପ୍ରଣାଳୀ ଦ୍ବାରା ଯାଞ୍ଚ କରାଯାଏ । ଯାହାକୁ ମଧ୍ୟ ଅନେକ ସମୟରେ ସ୍ବାସ୍ଥ୍ୟ ସେବା ଆଧାରରେ ମଧ୍ୟ କରାଯାଏ ଓ ରିସର୍ଚ୍ଚ ପାଇଁ ମଧ୍ୟ କରାଯାଏ । ଏହି କେସରେ ଯାହାଙ୍କ ନାଁରେ ଅଭିଯୋଗ ରହିଛି ସେ ତାଙ୍କର ମାନିସିକ ସ୍ଥିତି ସଠିକ ରହିଛି କି ନାହିଁ ଯାଞ୍ଚ କରାଯିବ।
ନାର୍କୋ ଆନାଲିସ ଟେଷ୍ଟ
ଏହା ଏକ ଏପରି ଟେଷ୍ଟ ଯାହା ଦ୍ବାରା ଟେଷ୍ଟ କରାଯାଉଥିବା ଲୋକର ଦେହରେ କିଛି ମାଦକ ଦ୍ରବ୍ୟ ବା ନିଶା ଦିଆଯାଇ । ନିଶା ଶକ୍ତ ଅବସ୍ଥାରେ କିଭଳି ସେ ଘଟଣାକ୍ରମ ବୟାନ କରୁଛି ଯାଞ୍ଚ କରାଯାଏ। ଏହାଦ୍ବାରା ଲୋକଟି ଅନେକ ସମୟରେ ନିଶା ଶକ୍ତ ବା ଏକ ମାଦକ ଅବସ୍ଥାରେ ଅନେକ କଥାର ସତ ଘଟଣା କ୍ରମ ରହିଥାଏ । ଯାହାକି ଏହି କେସରେ ସେଭଳି ଘଟଣାକ୍ରମ ନେଇ କ୍ରାଇମବ୍ରାଞ୍ଚ ଟେଷ୍ଟ କରିବ। କ୍ରାଇମବ୍ରାଞ୍ଚର ତଦନ୍ତରେ ଜଣାପଡିବ କଣ ମିଛ ଲୁଚି ଯାଉଛି କଣ ସତ ସାମ୍ନାକୁ ଆସୁଛି ।
ହାଇକୋର୍ଟର ଦ୍ବାରସ୍ଥ ହେଲେ SIଙ୍କ ମାଆ:
ସେନା ଅଧିକାରୀ ଓ ପୋଲିସ ବିବାଦ। ଏନେଇ ଓଡିଶା ହାଇକୋର୍ଟରେ ରୁଜୁ ହୋଇଛି ଆଉ ଏକ ମାମଲା। ନିଲମ୍ବିତ SIଙ୍କ ମାଆ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ପୀଡିତା ଜଣକ କୋର୍ଟଙ୍କ ନିର୍ଦ୍ଦେଶ କୁ ଅବମାନନା କରିଥିବା ନେଇ ଆବେଦନରେ ଉଲେଖ କରିଛନ୍ତି। ପୀଡିତା (ସେନା ଅଧିକାରୀଙ୍କ ବାନ୍ଧବୀ) ଗଣମାଧ୍ୟମକୁ କିପରି ସାକ୍ଷାତକାର ଦେଉଛନ୍ତି । ହାଇକୋର୍ଟ ଏନେଇ କୌଣସି ବ୍ୟକ୍ତିଙ୍କ ନାମ ଗଣମାଧ୍ୟମ କିମ୍ବା ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ପୀଡିତା କୋର୍ଟଙ୍କ ନିର୍ଦ୍ଦେଶକୁ ଖିଲାପି କରିଥିବା ନେଇ ନିଜ ଆବେଦନରେ ଦର୍ଶାଇଛନ୍ତି ନିଲମ୍ବିତ SIଙ୍କ ମାଆ । ଯାହା ଫଳରେ ତାଙ୍କ ଝିଅ ବଦନାମ ହେଉଛି। କୋର୍ଟରେ ଦୋଷୀ ସାବ୍ୟସ୍ତ ନହୋଇ ମଧ୍ୟ ତାଙ୍କୁ ଦୋଷୀ ଭଳି ବ୍ୟବହାର କରାଯାଉଥିବା ଆବେଦନରେ ଦର୍ଶାଯାଇଛି । ଜଣେ ପୋଲିସ ଅଧିକରିଣୀ ହୋଇ ମଧ୍ୟ ସେ ଲାଜରେ ବାହାରକୁ ବାହାରି ପାରୁ ନାହାଁନ୍ତି ।
ଇଟିଭି ଭାରତ, ଭୁବନେଶ୍ବର ଓ କଟକ