ETV Bharat / state

ବିବାଦୀୟ ପୋଷ୍ଟକୁ ନେଇ ହିଂସା,ଭଦ୍ରକରେ କର୍ଫ୍ୟୁ ଜାରି - Communal violence

author img

By ETV Bharat Odisha Team

Published : 3 hours ago

Violence Erupts in Bhadrak: ଭଦ୍ରକରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଛି । ଗୋଟିଏ ଗୋଷ୍ଠୀର ବିବାଦୀୟ ପୋଷ୍ଟକୁ ଅଶାନ୍ତ ଭଦ୍ରକ । ପୋଲିସକୁ ଟେକାପଥର ମାରିଲେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ । ଅଧିକ ପଢନ୍ତୁ

COMMUNAL VIOLENCE
COMMUNAL VIOLENCE (ETV Bharat Odisha)

ଭଦ୍ରକ: ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ଅଶାନ୍ତ ଭଦ୍ରକ । ବିବାଦୀୟ ପୋଷ୍ଟକୁ ତୁମୁଳକାଣ୍ଡ । ଗୋଟିଏ ସମ୍ପ୍ରଦାୟ ପକ୍ଷରୁ ବଡ଼ ଧରଣର ମେଳି । ତହସିଲଦାରଙ୍କ ଗାଡି ଭଙ୍ଗାରୁଜା କରିବା ସହ ପୋଲିସ ଉପରକୁ ଟେକାପଥର ମାଡ଼ ।

ବିବାଦୀୟ ପୋଷ୍ଟକୁ ଅଶାନ୍ତ ଭଦ୍ରକ !

COMMUNAL VIOLENCE (ETV Bharat Odisha)

ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ଭଦ୍ରକ ସୃଷ୍ଟି ହୋଇଛି ଅଶାନ୍ତି । ଗୋଟିଏ ସମ୍ପ୍ରଦାୟ ପକ୍ଷରୁ ବଡ଼ ଧରଣର ମେଳି । ଖବର ପାଇ ପୋଲିସ ଘଟଣା ସ୍ଥଳକୁ ଯାଉଥିବା ବେଳେ ସନ୍ଥିଆ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରି ପୋଲିସକୁ ଅଟକାଇ ଥିଲେ ସମ୍ପୃକ୍ତ ଗୋଷ୍ଠୀର ଲୋକେ । ଏଥିସହ ତହସିଲଦାରଙ୍କ ଗାଡି ଭଙ୍ଗାରୁଜା କରିବା ସହ ପୋଲିସ ଉପରକୁ ଟେକାପଥର ମାଡ଼ କରିଥିଲେ । ଫଳରେ 2 ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେପଟେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲାଠି ଚାଳନା କରାଯାଇଥିଲା ।

କର୍ଫ୍ୟୁ ଜାରି :

COMMUNAL VIOLENCE
COMMUNAL VIOLENCE (ETV Bharat Odisha)

ଘଟଣା ସ୍ଥଳରେ ଏବେ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ପୁରୁଣା ବଜାର ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ BNSS ଧାରା 163 ଜାରି ହୋଇଛି । ପୋଲିସକୁ ଆକ୍ରମଣ କରିବା ଘଟଣାରେ ଜଣେ ଯୁବକକୁ ଥାନାରେ ଅଟକ ରଖାଯାଇଛି । ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରାଣାଧୀନ ରହିଛି । ଅନ୍ୟପକ୍ଷରେ ବିବାଦୀୟ ପୋଷ୍ଟ କରିଥିବା ଯୁବକକୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଉଦ୍ୟମ କରାଯାଉଛି ।

COMMUNAL VIOLENCE
COMMUNAL VIOLENCE (ETV Bharat Odisha)

ଏହା ମଧ୍ୟ ପଢନ୍ତୁ....ଗୁଡୁପୋଖରୀରେ ଗୋଷ୍ଠୀ ସଂଘର୍ଷ; କର୍ଫ୍ୟୁ ଲାଗୁ ପରେ 6 ଗିରଫ - Communal Clash in gudupokari

ଏହା ମଧ୍ୟ ପଢନ୍ତୁ ...ମହାଲକ୍ଷ୍ମୀଙ୍କୁ କାହିଁକି ହତ୍ୟା କଲା ମୁକ୍ତିରଞ୍ଜନ ? ଗଣମାଧ୍ୟମରେ ମୁହଁ ଖୋଲିଲା ସାନ ଭାଇ - Mahalaxmi Murder Update

ଏହା ମଧ୍ୟ ପଢନ୍ତୁ ...ମତୋ କଲେଜ ପ୍ରତିଷ୍ଠା ଦିବସ; ଅତିଥି ଚୟନ ନେଇ ତୀବ୍ର ବିବାଦ, 163 ଧାରା ଜାରି, 15 ପ୍ଲାଟୁନ ଫୋର୍ସ ମୁତୟନ - Prohibitory Orders to Prevent Clash

COMMUNAL VIOLENCE
COMMUNAL VIOLENCE (ETV Bharat Odisha)

ପୋଲିସ ଉପରକୁ ଟେକା ପଥର ମାଡ଼:

ପ୍ରକାଶ ଥାଉ କି, ଗତକାଲି ଜଣେ ଯୁବକ ସୋସିଆଲ ମିଡ଼ିଆରେ ବିବାଦୀୟ ପୋଷ୍ଟ କରିଥିଲେ । ଏହାକୁ ପ୍ରତିବାଦ କରି ଅନ୍ୟ ଏକ ସମ୍ପ୍ରଦାୟର ଲୋକମାନେ ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଆଜି ନଙ୍ଗାମହଲା ଠାରେ ହଠାତ୍ ସେହି ସମ୍ପ୍ରଦାୟର ଲୋକମାନେ ଏକତ୍ରିତ ହୋଇ ମେଳି ବାନ୍ଧିଥିଲେ । ଏହି ବେଆଇନ ମେଳି ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଖବର ପାଇ ପୋଲିସ ଏବଂ ମାଜିଷ୍ଟ୍ରେଟ ଘଟଣା ସ୍ଥଳକୁ ଆସୁଥିବା ବେଳେ ଉକ୍ତ୍ୟକ ଯୁବକମାନେ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ । ତେବେ ଏନେଇ ପୋଲିସ କି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରିବା ପାଇଁ ମନା କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.