ଓଡିଶା

odisha

ETV Bharat / state

ଦାବିପତ୍ର ଦେଲେ ପ୍ରାଣୀ ଚିକିତ୍ସକ, କେବେ ଶୁଣିବେ ସରକାର - Cuttack news

Veterinary Doctors Association: ପ୍ରାଣୀ ଚିକିତ୍ସାଳୟ ନିର୍ଦ୍ଦେଶକ କାର୍ଯ୍ୟାଳୟ ଆଗରେ ଚିକିତ୍ସକଙ୍କର ନ୍ୟାୟ ଭିକ୍ଷା । 4 ଦଫା ଦାବି ନେଇ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କଲେ । ଅଧିକ ପଢ଼ନ୍ତୁ

ପ୍ରାଣୀ ଚିକିତ୍ସକ ପାଇଁ ବଢୁଛି ଚିନ୍ତା
ପ୍ରାଣୀ ଚିକିତ୍ସକ ପାଇଁ ବଢୁଛି ଚିନ୍ତା

By ETV Bharat Odisha Team

Published : Feb 2, 2024, 6:50 AM IST

ପ୍ରାଣୀ ଚିକିତ୍ସକ ପାଇଁ ବଢୁଛି ଚିନ୍ତା

କଟକ: ପ୍ରାଣୀ ଚିକିତ୍ସାଳୟ ନିର୍ଦ୍ଦେଶକ କାର୍ଯ୍ୟାଳୟ ଆଗରେ ଚିକିତ୍ସକଙ୍କର ନ୍ୟାୟ ଭିକ୍ଷା । ଏକତ୍ରିତ ହେଲେ 6 ଜିଲ୍ଲାରୁ ଆସିଥିବା ଶହଶହ ପ୍ରାଣୀ ଚିକିତ୍ସକ । 4 ଦଫା ଦାବି ନେଇ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କଲେ । ଗତ ୧୮ ତାରିଖ ଠାରୁ ଅଦ୍ୟାବଧି ପ୍ରାଣୀ ଚିକିତ୍ସକ ଏବଂ କର୍ମଚାରୀ ମାନେ ଆନ୍ଦୋଳନ କରୁଥିଲେ । ପ୍ରାଣୀ ଚିକିତ୍ସକ ମାନେ କଳା ବ୍ୟାଚ ପରିଧାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ।

ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ରହିଛି । ସେହି ଦିଗକୁ ନେଇ ଓଡ଼ିଶା ପ୍ରାଣିଚିକିତ୍ସା ସେବା ସଂଘ ତରଫରୁ ବିଗତ ଅନେକ ବର୍ଷ ଧରି ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି । କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରିନଥିବା ଅଭିଯୋଗ ଅଣିଛନ୍ତି ଚିକିତ୍ସକ । ଏହି ଦାବି ମଧ୍ୟରେ ନିଶୁଳ୍କ ଚିକିତ୍ସା ସେବା, ୨୪ ଘଣ୍ଟିଆ ବିଶେଷଜ୍ଞ ସେବା, ରେଫରାଲ ସୁବିଧାସେବା, ଦ୍ବାରଦେଶରେ ଚିକିତ୍ସା, ଇତ୍ୟାଦି ଦାବି କରାଯାଇଛି । ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ବିଭାଗରେ ଏପରି ବ୍ୟବସ୍ଥା ନଥିବା ଦୁର୍ଭାଗ୍ୟଜନକ । ରାଜ୍ୟରେ ୧୯୧୦ ଡାକ୍ତରଙ୍କ କାମ ୧୩୦୦ ଡାକ୍ତର ତୁଲାଉଛନ୍ତି । ଅନ୍ୟପଟେ ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁବିଧା ନଥିବା ଚିକିତ୍ସକଙ୍କୁ ହତୋତ୍ସାହିତ କରିଛି । ଦୀର୍ଘ ୨୨-୨୩ ବର୍ଷ ସେମାନଙ୍କୁ ଗୋଟିଏ ଦରମା ହାରରେ କାର୍ଯ୍ୟ କରିବାକୁ ପଡୁଛି । ପାଖାପାଖି 40 ପ୍ରତିଶତ ଅଧସ୍ଥନ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଛି । ଯାହାକି ପ୍ରାଣୀଚିକିତ୍ସକ ମାନଙ୍କୁ ଅଧିକ ଚାପଗ୍ରସ୍ତ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ....୧୪ ଦିନରେ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ; ନିଆଳିରେ ବିପର୍ଯ୍ୟସ୍ତ ପ୍ରାଣୀ ଚିକିତ୍ସା ସେବା

ସେହିପରି କାର୍ଯ୍ୟ ସମୟ ପରେ ଓ ଛୁଟି ଦିନରେ ମଧ୍ୟ ସରକାରୀ କାମ ପାଇଁ ବାଧ୍ୟ କରାଯାଉଛି । କାର୍ଯ୍ୟ ସମୟ ପରେ ପ୍ରାଇଭେଟ ପ୍ରାକ୍ଟିସ କରୁଥିବା ପ୍ରାଣୀ ଚିକିତ୍ସକ ମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ମଧ୍ୟ ଅଭିଯୋଗ ଆସିଛି । ସେଥିପାଇଁ ପ୍ରାଣୀ ପାଳନ ବିଭାଗର ସମ୍ପୂର୍ଣ୍ଣ ରୂପାନ୍ତରଣ ସହିତ ସେଥିପାଇଁ ଆବଶ୍ୟକ କ୍ୟାଡ଼ର ପୁନର୍ଗଠନ ପାଇଁ ସଂଘ ଦାବି କରିଥିଲା । ଏହା ସହିତ କେନ୍ଦ୍ରୀୟ ହାରରେ ଡିଏସିପି ଏବଂ ଏନପିଏ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ସଂଘ ତରଫରୁ ଦାବି କରାଯାଇଥିଲା । ଯାହା ଫଳରେ ଗତ ମାସ 18 ତାରିଖରୁ ସମୂହ ଛୁଟିରେ ରହିଛନ୍ତି ଏହି ପ୍ରାଣୀ ଚିକିତ୍ସକ । ଯଦି ଏହି ଦିଗରେ ସରକାର କୌଣସି ହସ୍ତକ୍ଷେପ ନକରନ୍ତି ତେବେ କାର୍ଯ୍ୟରେ ଯୋଗଦାନ ହେବା ଅସମ୍ଭବ ବୋଲି କହିଛନ୍ତି ରାଜ୍ୟ ଭେଟନାରୀ ସେବା ସଂଘ ସଭାପତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details