ରାଉରକେଲା:ଝାଡ଼ଖଣ୍ଡ ଓ ରାଉରକେଲା ସୀମାନ୍ତରେ କମ୍ବିଂ ଅପରେସନ । ନିର୍ବାଚନ ପୂର୍ବରୁ ଏହି ଅପରେସନ ସଫଳ ହୋଇଛି । ଆଜି (ଶନିବାର) ସୁରକ୍ଷାକର୍ମୀଙ୍କୁ କମ୍ବିଂ ସମୟରେ ଆକ୍ରମଣ କରିବାକୁ ମାଓବାଦୀମାନେ ଯୋଜନା କରିଥିବା ବେଳେ ଏହାକୁ ସୁରକ୍ଷାକର୍ମୀ ପଣ୍ଡ କରିଛନ୍ତି । ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣ ପରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ସିଆରପିଏଫ ଯବାନ ଓ ଡିଭିଏଫ ସହ ପୋଲିସ ଗୁଇନ୍ଦା ବିଭାଗ ଅନେକ ମାଓ କ୍ୟାମ୍ପ ଧ୍ବଂସ କରିବା ସହ ବିପୁଳ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି ।
ବିଶେଷ ଗୁଇନ୍ଦା ସୂତ୍ରରୁ CRPF ଏବଂ ଅନ୍ୟ ସୁରକ୍ଷାକର୍ମୀ ଖବର ପାଇ ମାଓ କ୍ୟାମ୍ପ ଉପରେ ଅଚାନକ ଆକ୍ରମଣ କରିଥିଲେ । ସୁରକ୍ଷାକର୍ମୀଙ୍କ ଦ୍ବାରା ଜବତ ହୋଇଛି ଦୁଇ ଏସଏଲଆର୍ ବନ୍ଧୁକ, ବିସ୍ଫୋରକ, ଟିଫିନ ବୋମା, ବିଦ୍ୟୁତ ତାର, ମାଓ ପୋଷାକ, ମାଓ ଯୋତା, ମାଓ ପୁସ୍ତିକା, ନଗତ ୨୭ ହଜାର ଟଙ୍କା ସହ ମାଓବାଦୀ ବ୍ୟବହାର କରୁଥିବା ଜିନିଷ ଏବଂ ସାମଗ୍ରୀ । ତେବେ ରାଉରକେଲା-ଝାଡ଼ଖଣ୍ଡ ସୀମାନ୍ତ ସୋନୁଆ ଥାନା କେରାବୀର ଜଙ୍ଗଲରେ ହୋଇଛି ଏହି କମ୍ବିଂ ଅପରେସନ ।
ଏହା ବି ପଢନ୍ତୁ- ନକ୍ସଲ ଦମନରେ ଛତିଶଗଡ଼କୁ ବଡ଼ ସଫଳତା; 4 ମାସରେ 80 ନିହତ