ଭୁବନେଶ୍ବର:ମହାକୁମ୍ଭରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉତ୍ତରପ୍ରଦେଶର ପ୍ରୟାଗରାଜ ଗସ୍ତ କରି କୁମ୍ଭ ବୁଡ଼ ପକାଇଛନ୍ତି ମୋହନ । "ବିଶ୍ୱାସ ଏବଂ ପରମ୍ପରାର ଅନନ୍ୟ ନିଦର୍ଶନ ହେଉଛି ମହାକୁମ୍ଭ" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନଙ୍କ ଧର୍ମପତ୍ନୀ ମଧ୍ୟ ତାଙ୍କ ସହ ବୁଡ ପକାଇଛନ୍ତି ।
ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ:
ମହାକୁମ୍ଭରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉତ୍ତର ପ୍ରଦେଶର ପ୍ରୟାଗରାଜ ତ୍ରିବେଣୀ ସଙ୍ଗମଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ନାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବୁଡ଼ ପକାଇବା ସହ ସେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି । ପୂଜା, ଗଙ୍ଗା ଆରୀ କରି ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶ୍ୱାସ, ପରମ୍ପରା ଓ ଦିବ୍ୟତ୍ବର ସଙ୍ଗମ ହେଉଛି ତ୍ରିବେଣୀ ସଙ୍ଗମ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ନିଜ ଅନୁଭବ ବଖାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ପ୍ରୟାଗରାଜ ତ୍ରିବେଣୀ ସଂଗମରେ ସ୍ନାନ କରିବା ଏକ ଅତ୍ୟନ୍ତ ଆଧ୍ୟାତ୍ମିକ ଅନୁଭବ । ଏହା କେବଳ ଗଙ୍ଗା, ଯମୁନା, ସରସ୍ଵତୀର ସଙ୍ଗମ ସ୍ଥଳ ନୁହେଁ । ଏହା ହେଉଛି ବିଶ୍ଵାସ, ପରମ୍ପରା ଓ ଦିବ୍ୟତ୍ୱର ସଙ୍ଗମ ସ୍ଥଳ।" ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ତାଙ୍କ ଦୂରଦୃଷ୍ଟି ଓ ଦୃଷ୍ଟିକୋଣ ଯୋଗୁ ଦେଶର ଛୋଟ ଛୋଟ ଗାଁରୁ ବଡ଼ ବଡ଼ ସହର ପର୍ଯ୍ୟନ୍ତ ସମସ୍ତେ ଭାରତୀୟତାର ମହାନ ଅନୁଭବରେ ଉଦବୁଦ୍ଧ ହୋଇଛନ୍ତି ।" ତାଙ୍କ ପ୍ରେରଣାରେ ଦେଶ ଓ ରାଜ୍ୟର ସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି ମତ ଦେଇଛନ୍ତି ।