ଓଡିଶା

odisha

ETV Bharat / state

ଡିଏସ୍ କୁଟ୍ଟେଙ୍କ ନିଲମ୍ବନ ପରେ ବିଜେପିର ପ୍ରତିକ୍ରିୟା, 'ଆଜି ଗଣତନ୍ତ୍ରର ବିଜୟ ହୋଇଛି' - BJP reaction on IPS suspension

BJP reaction on IPS Officer suspension: ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆଇପିଏସ ଡିଏସ୍ କୁଟ୍ଟେଙ୍କ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଲା ବିଜେପି । ଆଜି ଗଣତନ୍ତ୍ରର ବିଜୟ ହୋଇଛି କହିଲେ ବିଜେପି ମୁଖପାତ୍ର । ଅଧିକ ପଢନ୍ତୁ

By ETV Bharat Odisha Team

Published : May 29, 2024, 10:58 AM IST

Updated : May 29, 2024, 2:29 PM IST

ଡିଏସ୍ କୁଟ୍ଟେଙ୍କ ନିଲମ୍ବନ ପରେ ବିଜେପିର ପ୍ରତିକ୍ରିୟା, 'ଆଜି ଗଣତନ୍ତ୍ରର ବିଜୟ ହୋଇଛି'
ଡିଏସ୍ କୁଟ୍ଟେଙ୍କ ନିଲମ୍ବନ ପରେ ବିଜେପିର ପ୍ରତିକ୍ରିୟା, 'ଆଜି ଗଣତନ୍ତ୍ରର ବିଜୟ ହୋଇଛି' (ETV Bharat Odisha)

ଭୁବନେଶ୍ବର: ନିର୍ବାଚନ ଆୟୋଗ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଡିଏସ୍ କୁଟ୍ଟେଙ୍କୁ ନିଲମ୍ବନ ଏବଂ ବରିଷ୍ଠ ଆଇପିଏସ ଅଧିକାରୀ ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ଘଟଣାରେ ପ୍ରତିକ୍ରିୟା ରଖିଛି ବିଜେପି । ଏହି କାର୍ଯ୍ୟାନୁଷ୍ଠାନକୁ ସ୍ବାଗତ କରି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ''ଆଜି ଗଣତନ୍ତ୍ରର ବିଜୟ ହୋଇଛି । ନିର୍ବାଚନ କମିଶନରଙ୍କ ଏହି ନିଷ୍ପତ୍ତି ଗଣତନ୍ତ୍ରକୁ ଆହୁରି ସୁଦୃଢ କରିଛି ।''

ଡିଏସ୍ କୁଟ୍ଟେଙ୍କ ନିଲମ୍ବନ ପରେ ବିଜେପିର ପ୍ରତିକ୍ରିୟା, 'ଆଜି ଗଣତନ୍ତ୍ରର ବିଜୟ ହୋଇଛି' (ETV Bharat Odisha)

ବିଜେପି ଅଭିଯୋଗ କରିଛି ଯେ, ତାମିଲ ବାବୁଙ୍କ ଇସାରାରେ ଡିଏସ୍ କୁଟ୍ଟେ ଓ ଆଶିଷ ସିଂହ କାର୍ଯ୍ୟ କରୁଛନ୍ତି । ଏମାନେ ବିଜେଡି ଦଳର ଚମଚାଗିରି କରୁଥିଲେ । ୨୦୧୯ ନିର୍ବାଚନରେ ମଧ୍ୟ ଉଭୟ ବିଜେଡି ଲାଗି ଏମିତି କାର୍ଯ୍ୟ କରୁଥିଲେ । ରାଜ୍ୟରେ ହିଂସା ଭିଆଇଥିଲେ । ଆଶିଷ ସିଂ ପୂର୍ବରୁ ନେତାଙ୍କୁ ବନ୍ଧୁକ ମୁନରେ ଡରାଉଥିଲେ । ପୋଲିସ ଗାଡିରେ ଟଙ୍କା ବାଣ୍ଟିଥିଲେ । ସ୍ବାସ୍ଥ୍ୟ ଖରାପ କହି ଛୁଟିରେ ରହି ଭୋଟରଙ୍କୁ ଭୂତାଉଥିଲେ । ଏମାନେ ଭାରତୀୟ ପ୍ରଶାସନିକ ସେବା ନାମରେ କଳଙ୍କ । ଏହା ପୋଲିସକୁ ନିନ୍ଦିତ କରିଛି । ଏପରିକି ବିଜେପି ପ୍ରାର୍ଥୀଙ୍କୁ ଅକଥନୀୟ ଅତ୍ୟାଚାର କରିବା ସହ ପୋଲିସ ବିଭିନ୍ନ ଜାଗାରେ ଧମକ ଦେଇଥିବା ଦଳର ମୁଖପାତ୍ର ଅଭିଯୋଗ କିରଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ସସ୍‌ପେଣ୍ଡ, ଆଶିଷ ସିଂହଙ୍କ ମେଡିକାଲ ଟେଷ୍ଟ ନିର୍ଦ୍ଦେଶ - IPS DS Kutey Suspended

ଏହା ମଧ୍ୟ ପଢନ୍ତୁ: ମୋ ହାତକୁ ନେଇ ଆଲୋଚନା ବିଜେପି ପାଇଁ ଫଳପ୍ରଦ ହେବନି: ମୁଖ୍ୟମନ୍ତ୍ରୀ - Naveen Patnaik On Viral Video


ବିଜେପି ପୁଣିଥରେ ଅଭିଯୋଗ କରିଛି ଯେ, ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହବନ୍ଦୀ ଭାବେ ରଖାଯାଇଛି । ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ରାଜ୍ୟ ଚଳାଇବାକୁ ଅସମର୍ଥ ଅଛନ୍ତି । ସେ ଓଡ଼ିଶାର କୌଣସି ନେତୃତ୍ୱକୁ ସ୍ବୀକାର କରିନାହାନ୍ତି । ହେଲେ ଜଣେ ବାହାର ଲୋକଙ୍କୁ ନିଜ ଉତ୍ତର ଅଧିକାରୀ ଭାବେ ପ୍ରଦର୍ଶନ କରିଛନ୍ତି ।

୫ ତାମିଲଙ୍କୁ ନେଇ 5T ଗଠିତ ହୋଇଛି । ଏମାନେ ମିଶି ଓଡ଼ିଶାକୁ ଖୋଳ କରିବାକୁ ଚେଷ୍ଟା କରିଛନ୍ତି ଏବଂ ବିଜେଡି ଦଳକୁ କବ୍‌ଜ କରିଛନ୍ତି । ଓଡ଼ିଶାବାସୀ ଏହାର ସଠିକ ଜବାବ ଦେବେ । ନିର୍ବାଚନ କମିଶନର ଉଭୟ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନକୁ ନିରପେକ୍ଷ କରିବା କାର୍ଯ୍ୟକୁ ନିର୍ବାହ କରିଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 29, 2024, 2:29 PM IST

ABOUT THE AUTHOR

...view details